ବାରଙ୍ଗ,୨୭।୧୨(ଏସଏସନିଉଜ) ଓଡ଼ିଶା ସରକାରଙ୍କ ତରଫରୁ ରାଜା ମଧୁସୂଦନଦେବ ଡିଗ୍ରୀକଲେଜରେ ଚାଚାଲିଥିବା ଯୁବ ଓଡ଼ିଶା-ନବୀନ ଓଡ଼ିଶାକାର୍ଯ୍ୟକ୍ରମ ବୁଧବାର ଦିନ ଉଦଜାପିତ ହୋଇଯାଇଛି ।ସମନ୍ୱିତ ଯୁବବିକାଶଉତ୍ସବ ମାଧ୍ୟମରେ ଯୁବକମାନଙ୍କୁ ଉତ୍ସାହିତ କରିବା ପାଇଁ ଯୁବ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମ ବାରଦିନ ବ୍ୟାପୀ କଲେଜରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ୟ୍ୟକ୍ରମରେ ୨୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଉଡ଼ ଜାପାନୀ ଉସବରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ସିନେ ତାରକା ପୃଥ୍ୱୀରାଜ ଶତପଥୀ, ନୈନା ଦାଶ, କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର ମୁଖ୍ୟବକ୍ତା ଭାବେ ୱାର୍ଡ଼ ନଂ-୧ କର୍ପୋରେଟର ମିହିର କୁମାର ରାଉତ, ୱାର୍ଡ଼ ନଂ-୨ କର୍ପୋରେଟ ମୋନାଲିସା ବେହେରା ଓ ୱାର୍ଡ଼ ନଂ-୩ କର୍ପୋରେଟର ଲକ୍ଷ୍ମୀପ୍ରିୟା ପରିଡ଼ା ଏବଂ କଲେଜ ପରିଚାଳନା କମିଟିର ସଭାପତି ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । କଲେଜର ଅଧ୍ୟକ୍ଷ ପ୍ରଶାନ୍ତ ରାଉତ ସ୍ୱାଗତ ଭାଷଣ ଦେଇ ସଭାର ମହତ୍ୱ ବଢାଇଥିଲେ । ସମନ୍ୱିତ ଯୁବ ବିକାଶ ଉତ୍ସବର ନୋଡ଼ାଲ ଅଫିସର ଅଧ୍ୟାପକ ପ୍ରବୀଣ କୁମାର ସାହୁ ସଂଯୋଜନା କରିଥିଲେ । କଲେଜର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀମାନଙ୍କର ପ୍ରେରଣା ବଢାଇ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କୁ ଖୁବ୍ ଉତ୍ସାହିତ କରିଥିଲା । ଶେଷରେ ଓଡ଼ିଆ ବିଭାଗର ସହଯୋଗୀ ପ୍ରଫେସର ଡ. ରମେଶ ଚନ୍ଦ୍ର ବେହେରା ଧନ୍ୟବାଦ ଦେଇଥିଲେ ।
