ଭୁବନେଶ୍ବର,୧୪ା୨(ଏସଏସନିଉଜ) କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ତୃତୀୟ ଚେହେରା ହୋଇଛନ୍ତି ।ତାଙ୍କୁ ବିଜେଡି ପୁଣି ଥରେ ସମର୍ଥନ ଦେଇଥିବାନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧିବଦ୍ଧ ଭାବେ ପ୍ରେସ୍ ବିଜ୍ଞପ୍ତି ଜରିଆରେ ନବୀନ ଏହି ସମର୍ଥନ ଘୋଷଣା କରିଛନ୍ତି।ସୂଚନାଯୋଗ୍ୟ ବିଜେଡି ରାଜ୍ୟସଭା ନିର୍ବାଚନପାଇଁ କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀର ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନାମ ଘୋଷଣା କରିଥିଲା। ତେବେ ୩ୟ ବ୍ୟକ୍ତି ଭାବେ ଓଡିଶାରୁ କିଏ ରାଜ୍ୟସଭାକୁ ଯିବେ ସେନେଇ ଚର୍ଚ୍ଚା ହେଉଥିଲା?
