ହାତ ଛାଡ଼ିଲେ ପୂର୍ବତନ ବିଧାୟକ

କେନ୍ଦ୍ରାପଡ଼ା ,୧୪ା୨(ଏସଏସନିଉଜ) ରାଜନଗରର ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଂଶୁମାନ ମହାନ୍ତି ଶେଷରେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବାସହ ତାଙ୍କର ଇସ୍ତଫା ପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ପୂର୍ବତନମନ୍ତ୍ରୀ ନଳିନୀକାନ୍ତ ମହାନ୍ତିଙ୍କ ସୁପୁତ୍ର ଅଂଶୁମାନମହାନ୍ତି ୨୦୧୪ରୁ ୨୦୧୯ ଯାଏ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥଲେ।ଗତକିଛିମାସ ତଳେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ତା ଅଂଶୁମାନଙ୍କ ଗାଁରେ ପହଁଚି ନଳିନୀ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବୈଠକକୁ ଯାଇଥିଲେ। ସେହିଦିନଠାରୁ ବିଜେପିରେଅଂଶୁମାନ ମିଶିବା ଚର୍ଚ୍ଚା ଚାଲିଛି। ଏହାପରେ ‌ସେ କେଉଁ ଦଳରେ ‌ସାମିଲ ହେବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

- Advertisement -

Leave A Reply

Your email address will not be published.