କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିଲା

0 270

ଭୁୁବନେଶ୍ୱର,୨୨/୫(ଏସଏସନିୟୁଜ) ରାଜ୍ୟରେ ପୁଣି ୮୬ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ରାଜ୍ୟରେ ଳରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୧୧୮୯ ରେ ପହଁଚିଛି । ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁରରୁ ୪୬, କଟକରୁ ୧୧, ନୟାଗଡ଼ ୬, ଗଞ୍ଜାମ ୫, କେନ୍ଦୁଝର ୩, ବାଲେଶ୍ୱର ୩, ଭଦ୍ରକ ୩, ପୁରୀ ୩, ବଲାଙ୍ଗୀର ଦୁଇ, ସୁନ୍ଦରଗଡ଼ରୁ ଜଣେ ଓ କେନ୍ଦୁଝରରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୮୦ଜଣ ସଂଗରୋଧରେ ଥିବାବେଳେ ଜଣେ କଣ୍ଟେନ୍ମଣ୍ଟେ ଜୋନ୍ରରୁ ଚିହ୍ନଟ ଓ ଅନ୍ୟ ୫ଜଣ ସ୍ଥାନୀୟ ଲୋକ ବୋଲି ଜଣାପଡ଼ିଛି ।ଫଳରେ ଯାଜପୁର ଜିଲ୍ଲାରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୨୨୫, କଟକରେ୫୬, ନୟାଗଡ଼ରେ ୨୭, ଗଞ୍ଜାମରେ ୩୨୨, ବାଲେଶ୍ୱରରେ ୧୨୫, ଭଦ୍ରକରେ ୯୮, କେନ୍ଦୁଝରୁ ୧୧, ପୁରୀରେ ୪୮, ବଲାଙ୍ଗୀରରେ ୮ରେ ସଂଖ୍ୟା ପହଁଚିଥିବାର ଜଣାପଡିଛି ।

Leave A Reply

Your email address will not be published.