ପୂର୍ବତନ ଅଧ୍ୟକ୍ଷଙ୍କ ପାଇଁ ଶୋକସଭା

ବାରଙ୍ଗ,୨୦ା୩(ଏସଏସନିଉଜ) ସ୍ଥାନୀୟ ବାରଙ୍ଗସ୍ଥ କୁଞ୍ଜବିହାରୀ ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ ବିରଜାକାନ୍ତ ତ୍ରିପାଠୀଙ୍କ ଗତକାଲି ସନ୍ଧ୍ୟାରେ ପରଲୋକ ହୋଇଯାଇଛି ।ଏହି ପରିପେକ୍ଷୀରେ ମହାବିଦ୍ୟାଳୟ ଅଧକ୍ଷ ଶ୍ରୀ ପ୍ରତାପ କୁମାର ସ୍ୱାଇଁ ଙ୍କ ଅଧକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବିରଜା ସାରଙ୍କ ସମୟରେ ଅନେକ ଉନୟନମୂଳକ କାର‌୍ୟ୍ୟକ୍ରମକୁ ଯଥା ଇୟୁଜିସିରେ ମହାବିଦ୍ୟାଳୟକୁ ସାମିଲ କରିବା କାର୍ଯ୍ୟ ମନେପକାଇ ତାଙ୍କ ଆତ୍ମାର ସଦଗତି କାମନା କରାଯାଇଥିଲା ।ଏହି ସଭାରେ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ୨ ମିନିଟ ନିରବ ପ୍ରାର୍ଥନା କରି ତାଙ୍କ ଫୋଟୋରେ ପୁଷ୍ପ ଅର୍ପଣ କରିଥିଲେ ।

- Advertisement -

Leave A Reply

Your email address will not be published.