ଆସୁଛି ଆଉ ଏକ ଲଘୁଚାପ

0 293

ସଂକ୍ଷେପରେ ସକାଳର ଖବର, ତାରିଖ ୨୪/୦୫/୨୦, ରବିବାର
୧-ପ୍ରଧାନମନ୍ତ୍ରୀଙ୍କ ଅମ୍ଫନ୍ ସହାୟତା ଘୋଷଣାର ୨୪ ଘଣ୍ଟା ନ ପୂରୁଣୁ ଦିଲ୍ଲୀରୁ ଆସିଲା ୫୦୦ କୋଟି।
୨-ପଶ୍ଚିମବଙ୍ଗ: ବିପର‌୍ୟ୍ୟସ୍ତ ପଶ୍ଚିମବଙ୍ଗକୁ ସାହାଯ୍ୟ ପାଇଁ ଓଡ଼ିଶା ପଠାଇଲା ୩୦୦ ଅଗ୍ନିଶମ କର୍ମଚାରୀ ଓ ୨୦୦ ଜଣ ଓଡ୍ରାଫ୍ ଜବାନ।
୩-ଜୁନ ୧୫ରୁ ୧୮ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ, ସ୍ବଭାବିକ ରହିବ ବର୍ଷା ପରିମାଣ।
୪-ସମ୍ବଲପୁରରେ ଏ ବର୍ଷ କେବଳ ବିଧି ରକ୍ଷା ପାଇଁ ମନ୍ଦିର ଭିତରେ ପାଳିତ ହେବ ଶୀତଳ ଷଷ୍ଠୀ।
୫-ଗଜପତି ଜିଲ୍ଲା ମୋହନାରେ ତିବ୍ଦତୀୟ ଶରଣାର୍ଥୀଙ୍କୁ ଔଷଧ, ମାସ୍କ, ସାନିଟାଇଜର, ଡେଟଲ ଆଦି ସାମଗ୍ରୀ ଯୋଗାଇଲା କିଟ୍ ଓ କିସ୍।
୬-ଜୁନ ୧ରୁ ଏକା ଥରକେ ୧୫ ଯାତ୍ରୀଙ୍କ ସ୍କ୍ରିନିଂ ହେବ ଭୁବନେଶ୍ୱର ରେଳ ଷ୍ଟେସନରେ।
୭-ରାଜ୍ୟରେ ସୁସ୍ଥ ହେଲେ ଆଉ ୬୨ କରୋନା ଆକ୍ରାନ୍ତ । ୪୯୭ରେ ପହଞ୍ଚିଲା ମୋଟ ସୁସ୍ଥଙ୍କ ସଂଖ୍ୟା ।
୮-ମହଙ୍ଗା ପଡିଲା ଗୋଇଠା ମାଡ: କେନ୍ଦୁଝର ପାଟଣା ଥାନା iic ସନ୍ଧ୍ୟାରାଣୀ ଜେନାଙ୍କୁ ନିଲମ୍ବନ କଲେ ପୋଲିସ ଡିଜି।
୯-ଭୁବନେଶ୍ୱରସ୍ଥିତ ରେନ୍ ଦି କ୍ଲବ ବାରରେ କମିଶନରେଟ ପୋଲିସ ପକ୍ଷରୁ ଚଢ଼ାଉ, ଚୋରାରେ ବିକ୍ରି ହେଉଥିବା ବିପୁଳ ପରିମାଣର ମଦ ଜବତ।
୧୦-ଆସୁଛି ଆଉ ଏକ ଲଘୁଚାପ,ସେପଟେ ୨୭ ତାରିଖ ଯାଏଁ ୫ ଜିଲ୍ଲାକୁ ହିଟ୍ ଓ୍ୱେଭ୍ ଓ୍ୱାର୍ଣ୍ଣିଂ ଜାରି।
୧୧-କଟକ-ଭୁବନେଶ୍ବରରେ ମଦର ହୋମ୍ ଡେଲିଭରୀ କରିବେ ଜୋମାଟୋ ଓ ସ୍ୱିଗି, ଅନୁମତି ଦେଲା ଅବକାରୀ ବିଭାଗ।
୧୨-ନୂଆଦିଲ୍ଲୀ : ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ୨୦ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ଅସୁବିଧାର ସମ୍ମୁଖୀନ ହୋଇଥିବା ପ୍ରତ୍ୟେକ କ୍ଷେତ୍ରକୁ ସାହାଯ୍ୟ କରିବ: ଅର୍ଥମନ୍ତ୍ରୀ।
୧୩-ଆସନ୍ତା ୧୦ ଦିନ ମଧ୍ୟରେ ଚାଲିବ ଆଉ ୨୬୦୦ ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ନିଜ ଘରକୁ ଫେରିବେ ୩୬ଲକ୍ଷ ଲୋକ।
୧୪-ଲାଦାଖରେ ଚୀନ ସହ ତିକ୍ତତା ମଧ୍ୟରେ ଭାରତର କାଉଣ୍ଟର, ପ୍ରଧାନମନ୍ତ୍ରୀ ମୋଦୀ ଶ୍ରୀଲଙ୍କା ଓ ମରିସସ୍ ସହ କଲେ ଆଲୋଚନା।
୧୫-ବାତ୍ୟା ବିପର‌୍ୟ୍ୟସ୍ତ କୋଲକାତାରେ ପୁନରୁଦ୍ଧାର ପାଇଁ ନିୟୋଜିତ ହେଲେ ସେନା।

Leave A Reply

Your email address will not be published.