ପୁଣି ୬୭ ଆକ୍ରାନ୍ତ ଚିହ୍ନଟ

0 228

ଭୁବନେଶ୍ୱର,୨୪/୫(ଏସ୍‌ଏସ୍‌ନିୟୁଜ) ରାଜ୍ୟରେ ଆଉ ୬୭ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୦ଜଣ କ୍ୱାରେନଟାଇନ ସେଂଟରରେ ଥିବା ବେଳେ ୪ଜଣ ହୋମ କ୍ୱାରରେଟାଇନ ଓ ୩ଜଣ ସ୍ଥାନୀୟ ଲୋକ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬କୁ ବୃଦ୍ଧି ପାଇଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜମରେ ୭, ଅନୁଗୁଳରୁ ୬, ବଲାଙ୍ଗୀରରୁ ୭, କଟକରୁ ୨, ଢେଙ୍କାନାଳରୁ ଜଣେ, ଜଗତସିଂହପୁରରୁ ଜଣେ, କଳାହାଣ୍ଡିରୁ ୪, ଖୋର୍ଦ୍ଧାରୁ ୩, ମାଲକାନାଗିରି ୨, ନୟାଗଡ଼ ୧୩, ନୂଆପଡ଼ାରୁ ଜଣେ, ପୁରୀରୁ ୧୬ ଓ ସୁନ୍ଦରଗଡ଼ରୁ   ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ନୂଆପଡ଼ା ଜିଲ୍ଲାରେ ୨୭, ଗଞ୍ଜମରେ ୩୪୮, ଯାଜପୁରରେ ସଂଖ୍ୟା୨୩୯, ଖୋଦ୍ଧାରେ ୭. ବାଲେଶ୍ୱର ୧୨୮, ବଲାଙ୍ଗୀରରେ ୧୬ . ଅନୁଗୁଳରେ ୨୫, କଟକରେ ୫୯, ଜଗତସିଂପୁରରେ ୩୧ , କଳାହାଣ୍ଡିରେ ୧୭ , ନୟାଗଡ଼ରେ ୪୫ , ପୁରୀରେ ୮୧ , ସୁନ୍ଦରଗଡ଼ରେ ୩୭ କୁ ବୃଦ୍ଧି ପାଇଛି ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ୮୩୨ଜଣ ଚିକିତ୍ସିତ ହେଉଥିବା ବେଳେ ୪୯୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୭ଜଣଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.