ରାସ୍ତା ଖୋଳିଲେ ଦୁର୍ବୁିତ,ଲୋକେ ହେଲେ ହିନସ୍ତା

0 239

ବାରଙ୍ଗ,୨୪/୫(ଏସ୍‌ଏସ୍‌ନିୟୁଜ)ରାସ୍ତାରେ ହୋଇଛି ଗର୍ତ । ଏହି ଗର୍ତ ମନୁଷ୍ୟକୃତ ।କିଏ ଏହାକୁ କରିଲା ଓ ଏହାଦ୍ୱାରା ସାଧରଣ ଲୋକଙ୍କୁ ହଇରାଣ କରିବା ଦ୍ୱାରା କିପ୍ରକାର ସ୍ୱାର୍ଥ ସାଧନ ହେଉଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏହି ସବୁଦିନିଆ ଚଲାପଥର ଦୁଇଟି ଜାଗାରେ ଖୋଳା ଯାଇଥିବାର ଚିତ୍ର ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି । ଏହିଭଳି ଏକ ଦୃଶ୍ୟ ହେଉଛି ଟାଙ୍ଗିବନ୍ତ ଡାକ୍ତରଖାନାପାଖରୁ କଲ୍ୟାଣପୁର ଓ ସୁବର୍ଣପୁର ଗ୍ରାମକୁ ସଂଯୋଗ ହୋଇଥିବା ରାସ୍ତାରେ ଦେଖିବାକୁ ମିଳିଛି ।
ଶନିବାର ସକାଳେ ଟାଙ୍ଗିବନ୍ତରୁ ସଂଯୋଗ କଲ୍ୟାଣପୁର ସୁବର୍ଣପୁର,ବେଣାଗାଡିଆ ରାସ୍ତାର ଦୁଇଟି ପାଶ୍ୱର୍ର ଦୁଇଟି ସ୍ଥାନରେ ଜେସିବି ଲଗାଯାଇ ରାସ୍ତାକୁ ଖୋଳାଯାଇଥିବାର ଦେଖିବାକୁ ମିଳିଛି ।ଏହି ରାସ୍ତାଦେଇ ସାଧାରଣତଃ ବେଣାଗାଡିଆ,ସୁବର୍ଣପୁର,କଲ୍ୟାଣପୁର ଗ୍ରାମବାସୀ ମାନେ ଯାତାୟତ କରିଥାନ୍ତି ।ଏହି ଗ୍ରାମବାସୀମାନଙ୍କ ସହିତ ଆଖପାଖ ଗ୍ରାମବାସୀମାନେ ମଧ୍ୟ ଏହି ସଟ୍ ବାଟ ଉପରେ ପ୍ରାୟତଃ ନିର୍ଭର କରିଥାନ୍ତି । ଏହି ରାସ୍ତାରେମଧ୍ୟ ଭାଗରେ ସୋମନାଥମନ୍ଦିର ଓ ଶେଷଆଡକୁ ଟାଙ୍ଗିମନ୍ତ ଡାକ୍ତରଖାନା ରହିଛି ।ରାସ୍ତା ଖୋଳାଯିବାପରେ ସାଧରଣଲୋକ ଯାତାୟତରେ ବାଧକ ସୃଷ୍ଟି ହୋଇଛି । ତେବେ ଏହି ରାସ୍ତାକୁ କିଏ ଖୋଳିଲା ଓ କାହିଁକି ଖୋଳିଲା ତାହା ଏବେ ପ୍ରଶ୍ନବାଚି ସୃଷ୍ଟି କରିଛି ।ତେବେ ଏକ ସରକାରୀ ଜମି ବିବାଦକୁ ନେଇ ଏପରି ହୋଇଥିବାର ଚର୍ଚ୍ଚା ହେଉଥିବାର ଜଣାପଡିଛି ।

Leave A Reply

Your email address will not be published.