କ୍ୟାବିନେଟ ବୈଠକରେ ୨୨ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ

0 428

ଭୁବନେଶ୍ୱର,୨୯/୫(ଏସଏସନିୟୁଜ)ରାଜ୍ୟ କ୍ୟାବିନେଟ ବୈଠକ ସହିତ ମନ୍ତ୍ରୀ ପରିଷଦ ବୈଠକରେ ପ୍ରସ୍ତୁତ ହୋଇଛି ରୋଡ୍ ମ୍ୟାପ । ମୁଖ୍ୟମନ୍ତ୍ରୀ ଆଗାମୀ ବର୍ଷ ପାଇଁ ରାଜ୍ୟର ବିକାଶ ନେଇ ଅନେକ ଯୋଜନାର ମୂଳଦୁଆ ପକାଇଛନ୍ତି ।ଜୀବିକା ପାଇଁ ୧୭ହଜାର କୋଟିର ପ୍ୟାକେଜ୍,୨୨ ଟି ଗୁରୁତ୍ତ୍ଵପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ମାରିଲେ ରାଜ୍ୟ କ୍ୟାବିନେଟ। କ୍ୟାବିନେଟ ବୈଠକରେ ୨୨ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ । ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ସୂଚନା ।
ଅଙ୍ଗନବାଡ଼ି ପିଲାଙ୍କୁ ପୋଷାକ ସହ ଏଣିକି ମିଳିବ ଜୋତା ଓ ମୋଜା ,୩ରୁ ୬ ବର୍ଷର ପିଲାଙ୍କୁ ୟୁନିଫର୍ମ ସହ ମିଳିବ ଜୋତା ଓ ମୋଜା , ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ମିଳିବ ସ୍ୱେଟର , ଗେମନ୍ର ଏକ ଯୌଥ କମ୍ପାନିକୁ ଦିଆଗଲା ଅନ୍ତର୍ଜାତୀୟ ଟେଣ୍ଡର ,ଙଇଝ ଜୁନିଅର ବ୍ରାଞ୍ଚରେ ୧୯୨ ନୂଆ ପଦବୀ ସୃଷ୍ଟି ପ୍ରସ୍ତାବକୁ ମଞ୍ଜୁରି ,ରାଜସ୍ବ ବିଭାଗ ଅଧୀନରେ କାମ କରିବେ ନୂଆ ଙଇଝ ଅଧିକାରୀ ,୨୦ରୁ ୫୦ କର୍ମଚାରୀ ଥିବା କାରଖାନା ପାଇଁ ଥରେ ମାତ୍ର ପଞ୍ଜିକରଣ ସୁବିଧା ,କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବାକୁ ମନ୍ତ୍ରୀ ପରିଷଦ ବୈଠକର ସଂକଳ୍ପ ,ତ୍ୟାଗ ଓ ବଳିଦାନକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀ ,କୋଭିଡ ମୁକାବିଲା ପାଇଁ ସ୍ବତନ୍ତ୍ର ଜୀବିକା ଖସଡ଼ାକୁ ଅନୁମୋଦନ , ଗ୍ରାମାଞ୍ଚଳରେ ଜୀବିକା ସୁରକ୍ଷା ପାଇଁ ୧୭ ହଜାର କୋଟିର ପାଣ୍ଠି ମଞ୍ଜୁର୍, କରୋନା ଲଢେଇ ପାଇଁ ଖର୍ଚ୍ଚ ହେବ ୧୭ହଜାର କୋଟି ଟଙ୍କା , ଜୁନ ୨୦୨୦ରୁ ମାର୍ଚ୍ଚ ୨୦୨୧ ଭିତରେ ଖର୍ଚ୍ଚ ହେବ ,ଗ୍ରାମାଞ୍ଚଳରେ ଜୀବିକା ସୃଷ୍ଟି ପାଇଁ ଖର୍ଚ୍ଚ ହେବ ଏହି ଟଙ୍କା ,ଉପକୃତ ହେବେ ୨୪ଲକ୍ଷ ୫୦ହଜାର ଚାଷୀ ,ଜୀବିକାକୁ ଟ୍ରାକକୁ ଆଣିବାକୁ ମନ୍ତ୍ରୀପରିଷଦ ବୈଠକରେ ବଡ ନିଷ୍ପତ୍ତି ,କୃଷି , ପଶୁପାଳନ ଓ ମତ୍ସ୍ୟଚାଷ ପାଇଁ ୩୭୩.୭୦ କୋଟି ,୪ହଜାର ପାନ ଚାଷୀଙ୍କୁ ୧୬କୋଟିର ସହାୟତା ମିଳିବ ,ଦକ୍ଷତା ବିକାଶ ପାଇଁ ଖର୍ଚ୍ଚ ହେବ ୧୪୦କୋଟି ,ଏଗ୍ରିକଲଚର ଆକ୍ଟ-୧୯୫୬ରେ ସଂଶୋଧନକୁ ଅନୁମୋଦନ ,ଇ-ମାର୍କେଟ ଜରିଆରେ ଉତ୍ପାଦନକୁ ବିକି ପାରିବେ ଚାଷୀ ,ଏନଡିଆରଏଫ ଷ୍ଟେସନ ପାଇଁ ବାଲେଶ୍ୱରରେ ସାଢେ ୩ ଏକର ଜାଗା , ଏଣିକି ପର‌୍ୟ୍ୟଟନ ପ୍ରକଳ୍ପ ପାଇଁ କେବଳ ଇଡକୋରୁ ଯୋଗାଯିବ ଜମି ,ଚାଷ ପାଇଁ ୨୦୦କୋଟି ଟଙ୍କାର ସହାୟତା ,୨୪.୫୬ ଲକ୍ଷ ଚାଷୀ ଉପକୃତ ହେବେ ,୫ଲକ୍ଷ ପରିବା ଚାଷୀଙ୍କୁ ମଞ୍ଜି ଯୋଗାଯିବ ,ଆସ୍କା କୋପରେଟିଭ ସୁଗାର ଲି.କୁ ୧୫କୋଟି ସହାୟତା ,କ୍ୟାସ କ୍ରେଡିଟ ଆକାରରେ ଋଣ ନେବାକୁ କ୍ୟାବିନେଟ ଅନୁମୋଦନ ,ଏହି ଟଙ୍କା ଆଖୁ ଚାଷୀଙ୍କୁ ପ୍ରଦାନ କରିବ ଆସ୍କା କୋପରେଟିଭ ସୁଗାର ଲି ,ଓରେଡାକୁ ଶକ୍ତି ବିଭାଗକୁ ଦିଆଗଲା ଓରେଡା – ଓଡିଶା ଅକ୍ଷୟ ଶକ୍ତି ଉନ୍ନୟନ ଏଜେନ୍ସି ,ସୋସାଇଟି ଆକ୍ଟରେ ପରିବର୍ତ୍ତନ ପ୍ରତି ୫ ବର୍ଷରେ ନବୀକରଣ କରିବାକୁ ପଡିବ ,ହୋଟେଲ ଓ ରେଷ୍ଟ୍ରୁରାଣ୍ଟ ପାଇଁ ଜମି ଦେବ ଇଡକୋ ,ପର‌୍ୟ୍ୟଟନ ପ୍ରକଳ୍ପ ପାଇଁ ଜମି ଯୋଗାଇ ଦିଆଯିବ ,ଅର୍ଥନୀତିର ପୁନଃରୁଦ୍ଧାର ପାଇଁ ବଡ ଘୋଷଣା ,ରାଜ୍ୟରେ ପ୍ରତିଷ୍ଠା ହେବ ଦୁଇଟି ଇଣ୍ଡଷ୍ଟ୍ରିଆଲ ପାର୍କ ,ଧାମରାରେ ପ୍ରତିଷ୍ଠା ହେବ ଟେକ୍ସଟାଇଲ ପାର୍କ ,ଢେଙ୍କାନାଳରେ ପ୍ରତିଷ୍ଠା ହେବ ମେଡିକାଲ ପାର୍କ ୧ ହଜାର ଏକର ଲେଖାଏଁ ଜାଗାରେ ପ୍ରତିଷ୍ଠା ହେବ ପାର୍କ ,ଦୁଇଟି ପାର୍କରେ ନିବେଶ ହେବ ୬ ରୁ ୭ ହଜାର କୋଟି ଟଙ୍କା

Leave A Reply

Your email address will not be published.