ପୁଣି ୬୩ ପଜିଟିଭ୍ ଚିହ୍ନଟ

0 489

ଭୁବନେଶ୍ୱର, ୨୯/୫(ଏସ୍‌ଏସ୍‌ନିୟୁଜ): ପୁଣି ୬୩ କରୋନା ପଜିଟିଭ୍ ଆଜି ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୧ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩କୁ ବୃଦ୍ଧି ପାଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ଚିହ୍ନଟଙ୍କ ମଧ୍ୟରେ ଗଞ୍ଜାମରୁ ୪,ଖୋର୍ଦ୍ଧାରୁ ୧୨,ନୟାଗଡ଼ ୭,ବଲାଙ୍ଗୀର ୬, ଜଗତସିଂହପୁର ୧୧,ବାଲେଶ୍ବର ୩,କଟକ ୩,ସୁନ୍ଦରଗଡ ୨,ଢେ଼ଙ୍କାନାଳରୁ ୯ ଜଣ ଓ ମୟୂରଭଞ୍ଜ,ପୁରୀ, ସମ୍ବଲପୁର,କୋରାପୁଟ, ଝାରସୁଗୁଡା ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଥିବାର ଜଣାପଡିଛି । ୮୮୭ ସୁସ୍ଥ ହୋଇଥିବାବେଳେ ୭ଜଣଙ୍କର ମୃତ୍ୟୁ ହୋଇଛି ଓ ୮୨୭ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Leave A Reply

Your email address will not be published.