ଜୁନ୍ ୫ ଭିତରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୂ

0 520

ସଂକ୍ଷେପରେ ଆଜିର ଖବର ତାରିଖ ୨୯/୦୫/୨୦, ଶୁକ୍ରବାର
୧-କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ଆହ୍ଵାନ, କହିଲେ ୩୦ ତାରିଖ ସନ୍ଧ୍ୟା ୫.୩୦ମି.ରେ ସଭିଏଁ ଗାଇବା ‘ବନ୍ଦେ ଉତ୍କଳ ଜନନୀ’।
୨-ପଞ୍ଚମ ପାଳିର ବର୍ଷେ ପୂରିଲା : ଆଜି ମନ୍ତ୍ରୀଙ୍କୁ ନବୀନ ଦେବେ ’ବିକାଶ-ମନ୍ତ୍ର’,ଦିନ ୧୧.୩୦ରେ କ୍ୟାବିନେଟ୍ ଓ ଏହାପରେ ହେବ ମନ୍ତ୍ରୀ ପରିଷଦ ବୈଠକ।
୩-ଟ୍ବିନ ସିଟି ସାବଧାନ ! ଲକ୍‌ଡାଉନ୍ ନିୟମ ଖିଲାପ କଲେ ଆଉ ମିଳିବନି ନିସ୍ତାର, ଅମାନିଆଙ୍କୁ ନଜର ରଖିବ ଡ୍ରୋନ।
୪-କୋଭିଡ୍-୧୯ ଚିନ୍ତା : ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ରାୟଗଡ଼ା ଜିଲ୍ଲା ଉନ୍ନୟନ କାର୍ଯ୍ୟ ସମୀକ୍ଷା।
୫-କେନ୍ଦ୍ର- ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଘରକୁ ଯାଉଥିବା ପ୍ରବାସୀ ଶ୍ରମିକଙ୍କ ଠାରୁ ଟ୍ରେନ ଓ ବସର ଭଡା ନିଅ ନାହିଁ।
୬-ସାମାଜିକ ଦୂରତ୍ବ ରଖି ଜୁଲାଇ ପହିଲାରୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବ କ୍ଲାସ୍।
୭-ଅନଲାଇନ ଅଭିଯୋଗ ନେଇ ଗଞ୍ଜାମ ଜିଲ୍ଲାପାଳ ଜାରି କଲେ ହ୍ବାର୍ଟସଆପ ନମ୍ବର: ୯୪୩୭୫୬୩୮୦୦, କଲେକ୍ଟର ଅଫିସକୁ ଆସିବାର ଆବଶ୍ୟକତା ନାହିଁ।
୮-ରାଜ୍ୟରେ ଗଡିଲା ୯୮ଟି ବସ୍ । ପ୍ରତି ବସ୍ ରେ ମାତ୍ର ୫ରୁ ୧୦ ଯାତ୍ରୀ।
୯-କୋଭିଡ୍-୧୯: ମୋଟ ପରୀକ୍ଷଣ ୧,୩୯,୩୧୧,ପଜିଟିଭ୍ ୧୬୬୦ ଓ ସୁସ୍ଥ ୮୮୬।
୧୦-ଗରମରୁ ମିଳିବ ତ୍ରାହି, ଜୁନ୍ ୫ ଭିତରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୂ, ସୂଚନା ଦେଲା ପାଣିପାଗ ବିଭାଗ।
୧୧-ମୁକେଶ ଅମ୍ବାନୀଙ୍କ ଭାଗ୍ୟ ଏବେ ଜଳୁଛି : ରିଲାଏନ୍ସ ଜିଓରେ ୨ ବିଲିୟନ ଡଲାର ପୁଞ୍ଜି ନିବେଶ କରିବାକୁ ଚାହୁଁଛି ମାଇକ୍ରୋସଫ୍ଟ୍।

Leave A Reply

Your email address will not be published.