ଭୁବନେଶ୍ୱର,୧୮ା୭(ଏସଏସନିଉଜ)ଦେହ ଭଲରହୁନଥିଲା ।ଚିକିସ୍ା ସତ୍ୱେ ସ୍ୱାସ୍ଥ୍ୟରେ ସୁଧାର ଆସିଲାନାହିଁ ।ଶେଷରେ ବାଧ୍ୟହୋଇ ଝିଅକୁନେଇ ତାନ୍ତ୍ରିକର ଦ୍ୱାରସ୍ତ ହେଲେ ପିତା ।ଏହାପରେ ତାନ୍ତ୍ରିକ ସୁସ୍ଥ କରିଦେବା କଥା କହି ତା ପଦ୍ଧତିରେ ଚିକିସ୍ାଆରମ୍ଭ କରିଥିଲା ।ଯେଉଁଥିପାଇଁ ଯୁବତୀଜଣଙ୍କ ଆଜ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।ଏହିଭଳିଘଟଣା ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଇଂଚ ଗାଁରେ ଘଟିଛି ।ଏହିଗ୍ରାମର ବିଷ୍ଣୁ ବେହେରାଙ୍କ ୧୯ ବର୍ଷୀୟ ଝିଅ ରେଶମାର ୪ ବର୍ଷ ତଳେ କୌଣସି କାରଣରୁ ଅସୁସ୍ଥ ଅନୁଭବ କରିଥିଲା ।ଡାକ୍ତରମାନଙ୍କ ପରାମର୍ଶକ୍ରମେ ଚିକିସ୍ା ଆରମ୍ଭ ହୋଇଥିଲେ ମଧ୍ୟ ସ୍ୱାସ୍ଥ୍ୟରେ ସୁଧାର ଆସିନଥିଲା ।ନାଧ୍ୟହୋଇ ବାପା କଣ୍ଟାବାଞ୍ଜି ଥାନା ଜାମୁଟଝୁଲା ଗାଁର ତାନ୍ତ୍ରିକ ତେଜରାଜ ରଣାଙ୍କ ନିକଟକୁ ଝିଅକୁନେଇ ଯାଇଥିଲେ ।ସେଠାରେ ତାନ୍ତ୍ରିକ ପର୍ଯ୍ୟାୟକ୍ରମେ ଯୁବତୀର ମୁଣ୍ଡରେ ଏକାଧିକ ଲୁହାକଂଟା ପିଟିଥିଲା ।ଯାହାକି ଗତକିଛିଦିନତଳେ ପରିବାରଲୋକ ଯୁବତୀର ମୁଣ୍ଡରୁ ୮ଟି ଲୁହାକଂଟାକୁ ବାହାର କରିଥିଲେ । ପରେ ଯୁବତୀ ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରଯାଇଛି । ସିଟି ସ୍କାନ ପରେ ମୁଣ୍ଡରେ ଆହୁରି ଦଶରୁ ଅଧିକ କଣ୍ଟା ଥିବା ଜଣାପଡିଛି ।ଅନ୍ୟପଟେ ଯୁବତୀଙ୍କ ବାପାଙ୍କ ଅଭିଯୋଗଆଧାରରେ କଣ୍ଟାବାଞ୍ଜି ଥାନାପୋଲିସ ତାନ୍ତ୍ରିକକୁ ଗିରଫ କରିଥିବାର ଜଣାପଡିଛି ।
