୮୦ତମ ସ୍ୱାଧୀନତା ଦିବସ

ଭୁବନେଶ୍ୱର,୧୫।୮(ଏସଏସନିଉଜ)ବାରଙ୍ଗ ପ୍ରେସକ୍ଲବ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।ଏଥିରେ କ୍ଲବ୍ ସଭାପତି ଲିଙ୍ଗରାଜ ରାଉତ ଅତିଥି ଭାବେ ଯୋଗଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ତ୍ରିଲୋଚନ ଦାସ, କୋଷାଧ୍ୟକ୍ଷ ପ୍ରକାଶ ସାହୁ,କୃଷ୍ନଚ ନ୍ଦ୍ର ସ୍ୱାଇ,ଦେବରାଜ ସାହୁ,ଅଜୟ ରାଉତ, କମଳା କାନ୍ତ ନାୟକ,ସେଖ ମୁନାବ,ଲୋଚନ ମୁଦୁଲି,,ସନ୍ତୋଷ ମଲ୍ଲିକ,ଗୌତମ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି ଭାବେ ମୁଣ୍ଡଳୀ ସ୍ତିତ ଏନଡିଆରଏଫ, ମୁଣ୍ଡଳୀ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଉତ୍ସାହ, ଆନନ୍ଦ ଏବଂ ଦେଶଭକ୍ତିର ଭାବନା ସହିତ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଏନଡିଆରଏଫର କର୍ମଚାରୀ ଏବଂ ସେମାନଙ୍କର ପରିବାରବର୍ଗ ସକ୍ରିୟ ଭାବରେ ଯୋଗଦେଇ ଦେଶ ପ୍ରତି ଗର୍ବ, ଏକତା ଏବଂ ଭକ୍ତିର ଏକ ପରିବେଶ ସୃଷ୍ଟି କରିଥିଲେ।ଏହି କାର୍ଯ୍ୟକ୍ରମ ଜାତୀୟ ପତାକା ଉତ୍ତୋଳନ ସହିତ ଆରମ୍ଭ ହୋଇଥିଲା ଏବଂ ପରେ ଏନଡିଆରଏଫ କର୍ମଚାରୀଙ୍କ ଦ୍ୱାରା ଏକ ସୁନ୍ଦର ଓ ଶୃଙ୍ଖଳିତ ପ୍ୟାରେଡ୍ ପ୍ରଦର୍ଶିତ ହୋଇଥିଲା। ଏହି ଦଳ ଏକ ଚିତ୍ତାକର୍ଷକ ସାମରିକ ପ୍ୟାରେଡ୍ ପ୍ରଦର୍ଶନ କରି ଜାତୀୟ ପତାକାକୁ ସମ୍ମାନଜନକ ସାଲ୍ୟୁଟ୍ ପ୍ରଦାନ କରିବା ସହ ଦେଶର ସେବା ଓ ସୁରକ୍ଷା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ପୁନର୍ବାର ଦୃଢ଼ କରିଥିଲେ।ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ୨ୟ-ଇନ୍-କମାଣ୍ଡ ଶ୍ରୀ ବର୍ଦ୍ଧମାନ ମିଶ୍ର ଯୋଗଦେଇ ଭାରତର ସ୍ୱାଧୀନତାର ଅପାର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ଦେଶର ସ୍ୱାଧୀନତା ଓ ସାର୍ବଭୌମତ୍ୱ ପାଇଁ ଜୀବନ ଦେଇଥିବା ଶହୀଦ ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କ ସର୍ବୋଚ୍ଚ ବଳିଦାନକୁ ମନେ ପକାଇଥିଲେ।ସେ ସମସ୍ତ ଏନଡିଆରଏଫ କର୍ମଚାରୀଙ୍କୁ ସେମାନଙ୍କର କର୍ତ୍ତବ୍ୟ ଏବଂ ଦାୟିତ୍ୱ ପ୍ରତି ନିଷ୍ଠାପର ରହିବାକୁ ଏବଂ ଶୃଙ୍ଖଳା, ସାହସ, ବୃତ୍ତିଗତ ଦକ୍ଷତା ଓ ନିଃସ୍ୱାର୍ଥପର ସେବାର ସର୍ବୋଚ୍ଚ ପରମ୍ପରାକୁ ବଜାୟ ରଖିବାକୁ ଅନୁରୋଧ କରିଥିଲେ।

ପଟିଆ କାନନ ବିହାର ଫେଜ୍-୨ ସ୍ଥିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ର ଓ ଶ୍ରୀ ଜୟଦେବ ଇଣ୍ଟରନ୍ୟାସନାଲ ସ୍କୁଲର ମିଳିତ ସହଯୋଗରେ ୮୦ ତମ ସ୍ୱାଧୀନତା ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ସଂପାଦକ ତଥା ପ୍ରଧାନ ଆଚାର୍ଯ୍ଯ ପ୍ରଦୀପ କୁମାର ପାଣିଙ୍କ ଉପସ୍ଥିତିରେ ମୁଖ୍ଯ ଅତିଥି, ବିଶିଷ୍ଟ ଶିକ୍ଷାବିତ ଫକୀର ଚରଣ ନାୟକ ଓ ବିଦ୍ୟାଳୟର ସଭାପତି ଅନ୍ନପୂର୍ଣ୍ଣା ମିଶ୍ର ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମବେତ ଜାତୀୟ ଗୀତ ଓ ଜାତୀୟ ସଙ୍ଗୀତ ଗାନ ପରେ ମୁଖ୍ୟ ଅତିଥିଙ୍କୁ ବିଦ୍ୟାଳୟର ବାଳଚର ସଂଘ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଛାତ୍ରଛାତ୍ରୀ ଓ ବିଦ୍ୟାଳୟର ଚାରୋଟି ହାଉସ (ବିଭାଗ)ର ଛାତ୍ରଛାତ୍ରୀମାନଙ୍କ ପ୍ୟାରେଡ୍ ରେ ସାଲ୍ୟୁଟ( ଅଭିବାଦନ ) ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ସଭାପତି ଶ୍ରୀମତୀ ମିଶ୍ର ଉକ୍ତ ଐତିହାସିକ ଦିବସର ମହତ୍ୱ ପ୍ରତିପାଦନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ଯ ସ୍ୱଧୀନତା ଦିବସର ଶୁଭେଚ୍ଛା ତାଙ୍କର ଅଭିଭାଷଣରେ ପ୍ରଦାନ କରିବା ସହ ଦେଶରେ ଐକ୍ଯ ପ୍ରତିଷ୍ଠା ତଥା ଦେଶ ଗଠନ ଦିଗରେ ଛାତ୍ରଛାତ୍ରୀମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ଯ ଅତିଥି ବିଶିଷ୍ଟ ଶିକ୍ଷାବିତ ଶ୍ରୀଯୁକ୍ତ ନାୟକ ଗଣତନ୍ତ୍ର ହାସଲ କରିବାର ଗୌରବମୟ ଇତିହାସ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
ବିଦ୍ୟାଳୟ ଚାରୋଟି ବିଭାଗର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦେଶାତ୍ମବୋଧକ ଗୀତକୁ ନେଇ ନୃତ୍ଯ ପରିବେଷଣ କରାଯାଇଥିଲା। ଉପସ୍ଥିତ ଛାତ୍ରଛାତ୍ରୀମାନେ ଓ ସେମାନଙ୍କ ଆଭିଭାବକ ଛୋଟଛୋଟ ଶିଶୁମାନଙ୍କ ଏହି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ। ଶେଷରେ ଶ୍ରୀ ଜୟଦେବ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷା ମାନପଲି ବାଣୀ ଉପସ୍ଥିତ ଅତିଥିମାନଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।

- Advertisement -

Leave A Reply

Your email address will not be published.