୧୬-୮-୨୦୨୬(ରବିବାର)ଅଦ୍ଯ କର୍କଟ ଦି୩୧ନ,ଶ୍ରାବଣ ଶୁକ୍ଳଚତୁର୍ଥୀ ଦ୨୬।୪୦ଦିଘ ୪।୧୦,ହସ୍ତା ଦ୫୪।୫୪ ରାଘ୩।୫୧,କନ୍ଯା ଚନ୍ଦ୍ର ଦ୬୦।ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T)କର୍କଟ ଦ୫/୨୨/୪୫ ଇଂଘ ୫/୩୦/୨୦ଗତେ ଉଦୟ।ମକର ଦ ୪/୨୭/୪୨ ଇଂଘ ୬/୧୧/୧୫ଗତେ ଅସ୍ତ,ଯୋଗିନୀ ନୈଋତେ । ଦିବା ଘ୪।୧୦ ଗତେ ଦକ୍ଷିଣେ । ଯାତ୍ରାଦି ଶୁଭକର୍ମ ନାସ୍ତି,ଗତ ଦିବସ ନକ୍ଷତ୍ର ଓ ରାଶି ମାନଙ୍କ ତାରାଚନ୍ଦ୍ର ଶୁଦ୍ଧି । ରାତ୍ରି ଘ୩।୫୧ଗତେ ସ୍ଵାତୀ ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଶତଭିଷା ପୂର୍ବଭାଦ୍ର ରେବତୀ ଦ୍ଵିଜା ରୋହିଣୀ ଆଦ୍ରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ହସ୍ତା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ବୃଷରାଶିର ଘାତଚନ୍ଦ୍ର । ମେଷରାଶିର ଘାତବାର । ଦିବା ଘ୧୦।୧୫ଗତେ ଘ୧।୨୫ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୧।୨୫ ଗତେ ଘ୨।୫୦ ମଧ୍ୟେ କାଳରାତ୍ରି ।ମୃତେ ପାଦଦୋଷ । ଫଳଂ କୃଷିହାନି ।ଭୂମିଦାନ,ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୂଳକ(ମୂଳା) ଦିବା ଘ୪।୧୦ ଗତେ ଶ୍ରୀଫଳ(ବେଲ)ଭକ୍ଷଣ ନିଷେଧ ।ମାସାନ୍ତ ।(ଅମୃତ)- ଦିବା ଘ୬।୧୮ ଗତେ ଘ୯।୩୦ମଧ୍ୟେ ରାତ୍ରି ଘ୭୪୮ ଗତେ ଘ୯।୨୪ ମଧ୍ୟେ ।(ମାହେନ୍ଦ୍ର) – ଦିବା ଘ୬।୧୮ ମଧ୍ୟେ ଘ୧୨।୪୨ ଗତେ ଘ୧ ।୩୦ ମଧ୍ୟେ ରାତ୍ରି ଘ୭।୦ ଗତେ ଘ୭।୪୮ ମଧ୍ୟେ ଘ୧୨ ।୩୬ ଗତେ ଘ୩।୪୮ ମଧ୍ୟେ ।
ମେଷ:-ଆପଣ ସୁସ୍ଥ ସବଳ ରହିବେ।ସବୁକାମ ଭଲ ଭାବରେ ସ˚ପୂର୍ଣ୍ଣ କରିବେ।ବ୍ୟବସାୟୀଙ୍କୁ ଲାଭ ହୋଇପାରେ।ପାରିବାରିକ ଜୀବନ ସୁଖମୟ ହେବ।
ବୃଷ:-ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ। ଜୀବନସାଥୀଙ୍କ ସହ ବ୍ୟବସାୟ ପ୍ରସଙ୍ଗରେ ଆଲୋଚନା କରିବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।
ମିଥୁନ:-କୌଣସି ପ୍ରସଙ୍ଗ ନେଇ ବଡ଼ଙ୍କ ପରାମର୍ଶ କାମରେ ଆସିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ପରିବାରରେ ଖୁସି ବଜାୟ ରହିବ।
କର୍କଟ:-ବ୍ୟବସାୟରେ ସାମାନ୍ୟ ପରିବର୍ତ୍ତନ ଲାଗି ଚିନ୍ତା କରିବେ। ଆର୍ଥିକ ପକ୍ଷରେ ସୁଧାର ହେବ। ମହିଳାମାନଙ୍କୁ ଖୁସି ଖବର ମିଳିବ।
ସି˚ହ:- ପୂଜାର୍ଚ୍ଚନାରେ ସମୟ ବିତିବ। ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ବେପାରୀବର୍ଗଙ୍କୁ ଧନଲାଭର ସୁଯୋଗ ମିଳିବ।
କନ୍ୟା:- କୌଣସି ଲକ୍ଷ୍ୟକୁ ନେଇ ଉତ୍ସୁକ ରହିବେ। ତରବରିଆ ଭାବେ କୌଣସି କାମ କରନ୍ତୁ ନାହିଁ। ବିବାହିତଙ୍କ ଲାଗି ଦିନଟି ଭଲ ରହିବ।
ତୁଳା:-ନିଜ କାମରେ ବାଧା ସୃଷ୍ଟି ହୋଇପାରେ। ଧୈର୍ଯ୍ୟ ଧରି ସମସ୍ୟାର ମୁକାବିଲା କରନ୍ତୁ, ଲାଭ ହେବ। ବରିଷ୍ଠ ବ୍ୟକ୍ତିଙ୍କର ସାହାଯ୍ୟ ପାଇବେ।
ବିଛା:-ଆର୍ଥିକ ଉନ୍ନତି ହେବ। ପ୍ରତ୍ୟେକ କାମରେ ସଫଳତା ପାଇବେ। ବନ୍ଧୁମାନଙ୍କ ସହିତ ସମ୍ବନ୍ଧରେ ମଧୁରତା ଆସିପାରେ।
ଧନୁ:-ବ୍ୟବସାୟରେ ଉନ୍ନତି ହେବ।ବିରୋଧୀ ଆପଣଙ୍କୁ ବନ୍ଧୁତାର ହାତ ବଢ଼ାଇବେ।ସନ୍ତାନ କୌଣସି କାମରେ ଆପଣଙ୍କର ସାହାଯ୍ୟ ନେଇ ପାରନ୍ତି।
ମକର:-କର୍ତ୍ତୃପକ୍ଷ ଆପଣଙ୍କ ପ୍ରଦର୍ଶନରେ ଖୁସି ରହିବେ। ବନ୍ଧୁଙ୍କ ସହିତ ମୋବାଇଲ୍ରେ ଲମ୍ବାସମୟ କଥାହେବେ।ଉପାର୍ଜନ ଲାଗି ଭଲ ସୁଯୋଗ ମିଳିବ।
କୁମ୍ଭ:-ଆପଣଙ୍କର କାମ ସହଜରେ ସ˚ପୂର୍ଣ୍ଣ ହୋଇଯିବ। ରାଜନୀତି କାର୍ଯ୍ୟରେ ମନ ଲାଗିବ।ପିଲାଙ୍କର ମହତ୍ କାମରେ ଅର୍ଥବ୍ୟୟ ହେବ।
ମୀନ:-ଆପଣଙ୍କ ଲାଗି ସମୟ ବହୁତଭଲ।ଅସହାୟଙ୍କୁ ସାହାଯ୍ୟ କରିବେ। ବ୍ୟବସାୟରେ ଲାଭହେବ।ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।
ଆଜିର ରାଶିଫଳ
Prev Post
