ନମ୍ବର ଓ୍ବାନ୍ ମୁଖ୍ୟମନ୍ତ୍ରୀ ନବୀନ

0 280

ଭୁବନେଶ୍ୱର, ୨/୬(ଏସ୍‌ଏସ୍‌ନିୟୁଜ)ନବୀନ ପଟ୍ଟନାୟକ ହେଉଛନ୍ତି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ଆଇଏନଏସ ଏବଂ ସି ଭୋଟର ପକ୍ଷରୁ କରାଯାଇଥିବା ସର୍ଭେରେ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ସବୁଠାରୁ ଉପରେ ଅଛନ୍ତି ନବୀନ ପଟ୍ଟନାୟକ । ରାଜ୍ୟରେ ବିଜୁ ଜନତା ଦଳ ଦୀର୍ଘ ୨୦ ବର୍ଷ ଧରି ଶାସନ ଗାଦିରେ ରହିଛି । ତେବେ ପଞ୍ଚମ ଇନିଂସରେ ପ୍ରଥମ ବର୍ଷ ପୂରଣ ହୋଇଥିଲେ ମଧ୍ୟ ନବୀନଙ୍କ ଭାବମୂର୍ତ୍ତିରେ ଦାଗ ଲାଗିନାହିଁ । ସର୍ଭେ ରିପୋର୍ଟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନମ୍ବର ୱାନରେ ରହିଛନ୍ତି । ଆଇଏନଏସ-ସି ଭୋଟର ସର୍ଭେରେ । ନବୀନଙ୍କୁ ୮୨. ୯୬ ପ୍ରତିଶତ ଜନତା ପସନ୍ଦ କରିଛନ୍ତି । ନବୀନଙ୍କ ପରେ ଦ୍ୱିତୀୟରେ ରହିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା । ସେହିପରି ତୃତୀୟ ସ୍ଥାନରେ କେରଳ ମୁଖ୍ୟମନ୍ତ୍ରୀ । ଚତୁର୍ଥରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ, ପଞ୍ଚମରେ ମହାରଷ୍ଟ୍ର, ଷଷ୍ଠରେ ଦିଲ୍ଲୀ, ସପ୍ତମରେ ହିମାଚଳପ୍ରଦେଶ, ଅଷ୍ଟମ ସ୍ଥାନରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ରହିଛନ୍ତି । ସର୍ବନିମ ପଏଣ୍ଟ ପାଇଛନ୍ତି ବିଜେପି ଶାସିତ ହରିୟାଣା ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ । ରାଜ୍ୟବାସୀଙ୍କ ହୃଦୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଭଲ ପାଇବା ଅତୁଟ ରହିଛି ।

Leave A Reply

Your email address will not be published.