ବାଇକରୁପଡି ଚେତାଗଲା,ଗୋଡ ଭାଙ୍ଗିଲା

ବାରଙ୍ଗ,୨୦ା୮(ଏସଏସନିଉଜ) ମଙ୍ଗଳବାର ଅପରାହ୍ନରେ ମୁଣ୍ଡଳୀ ନିକଟସ୍ଥ ଧୂଳିଆଷଣ୍ଢ ମନ୍ଦିର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାଘଟିଛି ।ଏହି ଦୁର୍ଘଟଣାରେ ଦୁଇଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଯୁବକଦ୍ବୟ ହେଲେ ବାଙ୍କୀଥାନା ଗୟଳବାଙ୍କ ଗ୍ରାମର କାର୍ଗିଲ ସୁତାର (୨୦) ଏବଂ କାଳିଆ ରଣା (୨୧)।
ପ୍ରକାସ ଯେ, ମଙ୍ଗଳବାର ଅପରାହ୍ନ ସାଢ଼େ ୩ଟା ସମୟରେ ଯୁବକ ଦ୍ବୟ ଓଡି୨୫ପି-୯୦୬୮ନଂ ପଲସର ମୋଟର ସାଇକେଲରେ ତ୍ରିଶୂଳିଆ ପଟୁ ନିଜ ଗ୍ରାମ ଗୟଳବାଙ୍କ ଅଭିମୁଖେ ଦୃତ ଗତିରେ ଆସୁଥିଲେ । ମୁଣ୍ଡଳୀ ନିକଟସ୍ଥ ମହାପ୍ରଭୁ ଧୂଳିଆଷଣ୍ଢ ମନ୍ଦିର ନିକଟରେ ପହଁଚିଥିବାବେଳେ ଭାରସାମ୍ୟ ହରାଇ ଗାଡ଼ିରୁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ଜଣଙ୍କର ଗୋଡଭାଙ୍ଗି୍ାଇଥିବାବେଳେ ଉଭୟ ଯୁବକ ଅତି ଗୁରୁତର ଅବସ୍ଥାରେ ଚେତାଶୂନ୍ୟ ହୋଇ ମୁଖ୍ୟ ରାସ୍ତା ଉପରେ ପଡ଼ିଥିଲେ। ସେହି ସମୟରେ ରାସ୍ତାରେ ଯାତାୟତ କରୁଥିବା କେହିଜଣେ ପଥଚାରୀ ଏହା ଦେଖି ୧୦୮ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ। ପରେ ସ୍ଥାନୀୟଲୋକମାନେ ରୁଣ୍ଡିଭୁତହୋଇ ଉଭୟ ଗୁରୁତର ଯୁବକଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଯାଇଥିଲୋ

- Advertisement -

Leave A Reply

Your email address will not be published.