ଗଣେଶପୂଜା ଭଷାଣିରେ ବାଜିବନି ଡିଜେ

ପ୍ରସ୍ତୁତି ବୈଠକରେ ହେଲା ନିଷ୍ପତ୍ତି

ବାରଙ୍ଗ,୨୦ା୮(ଏସଏସନିଉଜ) ଏଥର ବାରଙ୍ଗରେ ହେବାକୁଥିବା ଗଣେଶପୁଜା ଓ ଭଷାଣିଉତ୍ସବରେ ବାଜବନି ଡିଜୋ ପାରମ୍ପାରିକବାଦ୍ୟର ତାଳରେ ଭଷାଣିଶୋଭାଯାତ୍ରା ହେବ ବୋଲି ମଙ୍ଗଳବାର ରାତିରେ ବାରଙ୍ଗଥାନା ପରିସରରେ ଆୟୋଜିତ ଗଣେଶପୁଜା ପ୍ରସ୍ତୁତି ବୈଠକରେ ନିଷ୍ପତି ହୋଇଛି ।ବାରଙ୍ଗଥାନା ଅଧିକାରୀ ବିଶ୍ବରଂଜନ ନାୟକଙ୍କ ଆହ୍ୱାନକ୍ରମେ ଆୟୋଜିତ ଗଣେଶପୁଜା ପ୍ରସ୍ତୁତି ବୈଠକରେ ଜୋନ ଏସିପି ଉମାକାନ୍ତ ପ୍ରଧାନ, ବିଦ୍ୟୁତ୍ ବିଭାଗ ଜେଇ ବିଭୁପ୍ରସାଦଦାସ, ବାରଙ୍ଗ ଆଂଚଳିକ ଶାନ୍ତି କମିଟିର ସଭାପତି ପ୍ରତାପ ଚନ୍ଦ୍ର ପାଣି, ଶାନ୍ତି କମିଟି ସମ୍ପାଦକ ସୁରେଶ ମହାନ୍ତି, ଟ୍ରକଆସୋସିଏସନ ସଭାପତି ବିଜୟ କୁମାର ପଣ୍ଡାଙ୍କ ସମେତ ଆଂଚଳିକ ମୁରବୀ,ସମସ୍ତପୁଜାମକମିଟିର କର୍ମକର୍ତାମାନେ ଉପସ୍ଥିତଥିଲେ ।ବୈଠକରେ ଗଣେଶପୁଜାକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବାପାଇଁ ଆଲୋଚନା ହୋଇଥିଲା ।ଏଥିରେ କମିଶନରେଟ ପୋଲିସ ପକ୍ଷରୁ ଜାରିକରାଯାଇଥିବା ବିଭିନ୍ନ ମାର୍ଗଦର୍ଶିକା ଉପରେ ପୋଲିସ ପକ୍ଷରୁ କୁହାଯାଇ ସହଯୋଗ କରିବାକୁ ସମସ୍ତ ପୁଜାକମିଟିର କର୍ମକର୍ତାମାନଙ୍କୁ ଅନୁରୋଧ କରାଯାଇଥିଲା ।ବିଶେଷକରି ଚଳିତବର୍ଷ ଭଷାଣିଉତ୍ସବଉସ୍ବରେ ଡିଜେକୁ ସାମିଲ କରିବାକୁ ସମ୍ପୁର୍ଣରୁପେ ବାରଣ କରାଯାଇଥିଲା ।ତେବେ ଗଣେଶପୁଜା ସେପ୍ଟେମ୍ୱର ୭ତାରିଖରେ ପଡୁଥିବାବେଳେ ୩ଟିପର୍ଯ୍ୟାୟରେ ଭଷାଣୀକରିବାକୁ ନିଷ୍ପତି ହୋଇଥିଲା ।ପୁଜାଠାରୁ ସାତଦିନର ବ୍ୟବଧାନରେ ପ୍ରତି ରବିବାର ସେପ୍ଟେମ୍ୱର ୧୫, ୨୨ ଓ ୨୯ ତାରିଖରେ ଭସାଣିଉସ୍ବପାଇଁ ଧାର୍ୟ୍ୟ କରାଯାଇଥିଲା ।ଏହିଭଷାଣି ଉତ୍ସବକୁ ନିଶାମୁକ୍ତ କରିବାପାଇଁ ନିଷ୍ପତି ନିଆଯାଇଥିଲାା ବୈଠକରେ ଏସଆଇ ସୁଦର୍ଶନ ସେଠୀ, ସଞ୍ଜୟ କୁମାର ହାଁସଦା, ବାଳକୃଷ୍ଣ ପ୍ରଧାନ, ଏଏସଆଇ ଜ୍ୟୋତିରଞ୍ଜନ ପରିଡ଼ା, ପ୍ରମୁଖ ସହଯୋଗ କରିଥିବାବେଳେ ଏସଆଇ ଜ୍ୟୋସ୍ନା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -

Leave A Reply

Your email address will not be published.