ମେଣ୍ଢାଶାଳରେ ଝୁଲଣଯାତ୍ରାରେ ବାଦି ପାଲା

ମେଣ୍ଢାଶାଳ,୨୦ା୮(ଏସଏସନିଉଜ)ମେଣ୍ଢାଶାଳଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀ ଭାଗବତବାସୁଦେବଙ୍କ ମନ୍ଦିର ସମ୍ମୁଖରେ ସବୁବର୍ଷପରି ଚଳିତବର୍ଷ ପଞ୍ଚଦିବସୀୟ ଝୁଲଣଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି ଝୁଲଣଯାତ୍ରା ସୋମବାରରାତିରେ ଉଦଯାପିତ ହୋଇଯାଇଛି।ଝୁଲଣଯାତ୍ରା ଉପଲକ୍ଷେ ବାଦିପାଲା ଅନୁଷ୍ଠିତ ହୋଇଯାଇଥିଲା।ଗାୟକ ରସସାଗର ବସନ୍ତକୁମାରବେହେରା,ବାଣୀରତ୍ନ ନିରଞ୍ଜନସ୍ଵାଇ ଯୋଗଦେଇ ପ୍ରତିଦିନ ପାଲା ପରିବେଷଣ କରିଥିଲେ।ପ୍ରତିଦିନ ସନ୍ଧ୍ୟାସମୟରେ ଠାକୁରଙ୍କୁ ସୁସଜ୍ଜିତ ବିମାନରେ ବସାଜିବାପରେ ଝୁଲଣ ସହ ପାଲା ପରିବେଶଣ କରାଯାଇଥିଲା ।ଝୁଲଣ ଓ ପାଲା ମଣ୍ଡପକୁ ଭାରତଭୁଷଣ ମହାରଣାଙ୍କ ଦ୍ଵାରା ଆକର୍ଷଣୀୟ ଭାବେ ସଜାଯାଇଥିଲ।ପ୍ରତ୍ୟେକ ସଂଧ୍ୟାରେ ଗ୍ରାମବାସୀମାନେ ଉପସ୍ଥିତ ରହି ଏହାକୁ ଉପଭୋଗ କରୁଥିଲେ।(ପଦ୍ମଚରଣ ବଡଜେନାଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.