ବଦଳିଲେ ଭରତପୁର ଥାନା ଅଧିକାରୀ

ଭୁବନେଶ୍ୱର,୧୮ା୯(ଏସଏସନିଉଜ)ଭରତପୁରଥାନା ଆଇଆଇସି ଦିନକୃଷ୍ଣମିଶ୍ରଙ୍କୁ ବଦଳି କରାଯାଇଛି ।ତାଙ୍କ ସମେତ ଜଣେ ମହିଳା ଏଏସଆଇ ସଲିଳମୟୀ ସାହୁ ଓ ଜଣେ କନଷ୍ଟେବଳ ବଳରାମ ହାଁସଦାଙ୍କୁ ବଦଳି କରାଯାଇଛି । ଭରତପୁର ଥାନା ଅଧିକାରୀ ଓ ମହିଳା ଏଏସଆଇଙ୍କୁ ଭୁବନେଶ୍ୱର ଡିସିପି ଅଫିସକୁ ବଦଳି କରାଯାଇଛି। ଦିନକୃଷ୍ଣମିଶ୍ରଙ୍କ ବଦଳରେ ଦୀପକ କୁମାର ଖଣ୍ଡାୟତରାୟଙ୍କୁ ଭରତପୁର ଥାନାର ନୂଆ ଆଇଆଇସି ଭାବରେ ନିଯୁକ୍ତି ମିଳିଛି । ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ଅଭିଯୋଗ ଓ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ପରେ ସେମାନଙ୍କୁ ବଦଳି କରାଯାଇଛି।

- Advertisement -

Leave A Reply

Your email address will not be published.