ମେଣ୍ଢାଶାଳ,୧୬ା୯(ଏସଏସନିଉଜ)ଭୁବନେଶ୍ୱରଠାରେ ଥିବା ଦିବ୍ୟଜୀବନସଂଘ କାର୍ୟ୍ୟାଳୟରେ ଦୈନଦିନ ଜୀବନରେ ଗୀତାର ଅବଶ୍ୟକତା ଉପରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏଥିରେ ଭୁବନେଶ୍ୱରଆଖପାଖ ଅଂଚଳର୬୦ଟିବିଦ୍ୟାଳୟର ବଛାବଛାଛାତ୍ରୀଛାତ୍ରମାନେ ଯୋଗଦେଇ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।ସ୍ମାମୀଶ୍ରୀଶିବାନନ୍ଦସରସ୍ୱତୀ ଓ ପରମପୁଜ୍ୟ ଗୁରୁ ମହାରାଜ ସ୍ମାମୀ ଶ୍ରୀ ଚିଦାନନ୍ଦସରସ୍ନତୀ ମହାରାଜାଙ୍କ ଜୟନ୍ତୀ ଉପଲକ୍ଷେ ଗତ୮ତାରିଖରୁ ୨୪ତାରିଖ ପର୍ୟ୍ୟନ୍ତ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହେଉଛି ।ଏହି ପ୍ରତିଯୋଗୀତାରେ ମେଣ୍ଢାଶାଳ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀଛାତ୍ରୀ ଜ୍ୟୋର୍ତିମୟୀ ଦାସ ଗୀତାଜ୍ଞାନ ଉପରେ ବକ୍ତୃତା ପ୍ରଦାନ କରି ୪ର୍ଥସ୍ଥାନ ଅଧିକାର କରିଛନ୍ତି ।ପରେ ଉପସ୍ଥିତ ଅତିଥିମାନଙ୍କଠାରୁ ପୁରସ୍କାର ସ୍ୱରୁପ ଧର୍ମପୁସ୍ତକ,ମାନପତ୍ର,କପ ଗ୍ରହଣ କରିଥିଲୋ ଏହାଜଣାପଡିବାପରେ ସ୍କୁଲରେ ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ଶିକ୍ଷକଶିୟତ୍ରୀମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)
