କରୋନା ଆକ୍ରାନ୍ତ-ନୁଆ ୧୩୮,ସୁସ୍ଥ୯୯

0 191

ଭୁବନେଶ୍ୱର,(ଏସଏସନିୟୁଜ) ଆଜି ନୁଆ ୧୩୮କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୯୯ଜଣ ସୁସ୍ଥ ହୋଇଛନ୍ତି ।ଏହି ନୂଆ ଆକ୍ରାନ୍ତମାନଙ୍କ ମଧ୍ୟରୁ ୧୨୫ ଜଣ ବିଭିନ୍ନ ସଂଗରୋଧରେ ଥିବା ବେଳେ ୧୩ଜଣ ସ୍ଥାନୀୟ ଲୋକ ଅଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯୯୪କୁ ବୃଦ୍ଧି ପାଇଛି। ତେବେ ୧୮ ଜିଲ୍ଲାରୁ ଏହି ୧୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୩୩ଜଣ ଆକ୍ରାନ୍ତ ଅଛନ୍ତି । ।
ତେବେ ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁରରୁ ୬, ଖୋର୍ଦ୍ଧାରୁ ୧୩, ରାୟଗଡାରୁ ଜଣେ, ମୟୁରଭଞ୍ଜରୁ ୬, ନୟାଗଡ଼ରୁ ୩, ଢେଙ୍କାନାଳରୁ୩, କଟକରୁ ୧୫, କଳାହାଣ୍ଡିରୁ ଦୁଇ, କେନ୍ଦୁଝରରୁ ୧୦, କନ୍ଧମାଳରୁ ୧୦, ଭଦ୍ରକ ୧୧, ଗଞ୍ଜାମ ୩୩, ସମ୍ବଲପୁର ଜଣେ, ବଲାଙ୍ଗୀରୁ ଜଣେ, ସୁନ୍ଦଗଡରୁ ୧୨, ନୂଆପଡା ୩, ପୁରୀ ୭ ଓ କେନ୍ଦ୍ରାପଡାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ସେହିଭଳିଭାବେ ଆଉ ୯୯ ଜଣ କୋରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇଛନ୍ତି । ସେଥିମଧ୍ୟରେ ଯାଜପୁରର ସର୍ବାଧିକ ୧୬ ,ଖୋର୍ଦ୍ଧା- ୧୩ ,କେନ୍ଦ୍ରାପଡ଼ା- ୧୧ ,ଗଞ୍ଜାମ- ୯ ,ଦେବଗଡ଼- ୮ ,କଟକ- ୯ ,ଜଗତସିଂହପୁର- ୭ ,ବାଲେଶ୍ବର- ୬ ,ବରଗଡ଼-୬ ,ବଲାଙ୍ଗିର- ୬ ,କେନ୍ଦୁଝର- ୪ ,ନୟାଗଡ଼- ୩ ,କୋରାପୁଟ-୧ ,ସମ୍ବଲପୁର- ୧ ,ସୁନ୍ଦରଗଡ଼- ୧। ମୋଟ ସୁସ୍ଥଙ୍କ ସଂଖ୍ୟା ୧୯୯୩ରେ ପହଁଚିଛି ।

Leave A Reply

Your email address will not be published.