ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜ୍ଜୁନ ସେଠୀଙ୍କ ପରଲୋକ

0 523

ଭୁବନେଶ୍ୱର,୮/୬(ଏସଏସନିୟୁଜ)ଜୀବନ ଯୁଦ୍ଧ୍ୟରେ ହାରିଗଲେ ଭଦ୍ରକ ଜିଲ୍ଲା ରାଜନିତୀରେ ଲମ୍ବା ଇତିହାସ ହାସଲ କରିଥିବା ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜ୍ଜୁନ ସେଠୀ । ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ତାଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । କିଛିଦିନ ହେଲା ସେ ହସପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।
୧୯୪୧ ମସିହା ସେପ୍ଟମ୍ବର ୧୮ ତାରିଖରେ ସେ ବାଲେଶ୍ୱରରେ ଜନ୍ମଗ୍ରହଣ କରି ଛାତ୍ର ଜୀବନରୁ ସେ ରାଜନୀତିରେ ଯୋଗ ଦେଇଥିଲେ । ୧୯୭୧ ମସିହାରେ ଭଦ୍ରକ ଲୋକସଭା ଆସନରୁ ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ ଟିକେଟରୁ ବିଜୟ ହୋଇଥିଲେ । ପରେ ୧୯୮୦ରେ ପୁଣି ଥରେ କଂଗ୍ରେସ ଟିକେଟରୁ ବିଜୟୀ ହୋଇଥିଲେ । ଏହା ପରେ ସେ କଂଗ୍ରେସ ଛାଡି ଜନତା ଦଳରେ ଯୋଗ ଦେଇ୧୯୯୧ରେ ସେ ଜନତା ଦଳ ଟିକେଟରୁ ଲଢି ବିଜୟୀ ହୋଇଥିଲେ । ଏହା ପରେ ୧୯୮୮, ୧୯୯୯, ୨୦୦୪ ଓ ୨୦୦୯ରେ ବିଜୁ ଜନତା ଦଳ ଟିକେଟରୁ ଲଢି ବିଜୟୀ ହୋଇଥିଲେ । ତେବେ ୨୦୦୪ରୁ ୨୦୦୯ ପର‌୍ୟ୍ୟନ୍ତ ସେ କେନ୍ଦ୍ର ମନ୍ତ୍ରୀ ଥିଲେ । ସେହିପରି ଦୁଇଥର ବିଧାନସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ । ତେବେ ୨୦୧୯ ନିର୍ବାଚନରେ ତାଙ୍କୁ ବିଜେଡିରୁ ଟିକେଟ ନମିଳିବାରୁ ସେ ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.