ଭୁବନେଶ୍ୱରରେ ୧୦୧ରେ ପହଁଚିଲା କରୋନା ପଜିଟିଭ ସଂଖ୍ୟା

0 265

ଭୁବନେଶ୍ୱର,୧୧/୬(ଏସଏସନିୟୁଜ)ରାଜଧାନୀ ଭୁବନେଶ୍ୱରରେପୁଣି ୨ କରୋନା ପଜିଟିଭ ଚିହ୍ନଟ ହେବାପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୧ରେ ପହଁଚଲା ।ଏହି ଆକ୍ରାନ୍ତଦୁଇଜଣଙ୍କ ମଧ୍ୟରେ ଜଣେ ଆପୋଲୋ ହସ୍ପିଟାଲର୨୫ବର୍ଷର କର୍ମଚାରୀ ହୋଇଥିବାବେଳେ ଅନ୍ୟଜଣେ ହୋମକ୍ୱାରେଟାଇନରେ ରହିଥିଲେ । ସୁରଟରୁ ଆପୋଲୋର କର୍ମଚାରୀଜଣଙ୍କର ଜଣେ ପରିବାର ସଦସ୍ୟ ଫେରିଥିଲେ। ସେହିଭଳି ନୟାପଲ୍ଲୀ ଶ୍ରୀରାମ ବିହାରର ୬୭ ବର୍ଷୀୟ ବୃଦ୍ଧ କ୍ୱାରାଣ୍ଟାଇନ୍ରେ ଥିଲେ। ଏହିଆକ୍ରାନ୍ତମାନେ କାହାସହ ମିଶିଛନ୍ତି ଟ୍ରେସିଂ ଆରମ୍ଭ ହେବାସହ ପାଖଘର ଲୋକମାନଙ୍କୁ କ୍ୱାରେଟାଇନରେ ରହିବାପାଇଁ କୁହାଯାଇଥିବାର ଜଣାପଡିଛିା ଏ ନେଇ ଗୁରୁବାର ବିଏମ୍ସି ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।ଯାହାଫଳରେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୧ କୁ ବୃଦ୍ଧିପାଇଛି ।

Leave A Reply

Your email address will not be published.