୩ ଦୋକାନର ତାଲାଭାଙ୍ଗି ୭୩ହଜାରେ ନେଇଗଲେ

0 231

ବାରଙ୍ଗ.୧୧/୬(ଏସଏସନିୟୁଜ) ବୁଧବାରବିଳମ୍ଭିତ ରାତିରେନନ୍ଦନକାନନଥାନା ଓ ମଚେଂଶ୍ୱରଥାନା ଅଧିନରେ ଥିବା ଗଣ୍ଡରପୁର ,ଟାଙ୍ଗିବନ୍ତ ଓ ଇଞନା ଗ୍ରାମର ତିନଟିଦୋକାନରୁ ଚୋରୀ ହୋଇଥିବାର ଜଣାପଡିଛି ।ଚୋରମାନେ ତିନଟିଦୋକାନର କବାଟ ଓ ସଟର ଭାଙ୍ଗି ଭିତରକୁ ପଶି ୭୩ହଜାରେଟଙ୍କା ନେଇଯାଇଥିବାବେଳେ ଗୋଟିଏ ଦୋକାନରୁ କିଛି ନେଇପାରିନାହାନ୍ତି ।ଗୁରବାର ଦିନ ସକାଳେ ଦୋକାନ ଖୋଲିବାକୁ ଆସିଥିବାବେଲେ ଦୋକାନ ରୁ ଚୋରି ହୋଇଥିବାର ଜଣପଡିଥିଲା ।

ପ୍ରକାସ ଯେ, ନନ୍ଦନକାନନଥାନା ଅଧିନସ୍ଥ ଗଣ୍ଡରପୁର ସ୍କୁଲଗଡାଛକରେ ପ୍ରମୋଦରାଉତ ନାମକ ବ୍ୟକ୍ତି ଚା ଦୋକାନ କରିଛନ୍ତି ।ସକାଳେ ଦୋକାନ ଖୋଲିବାକୁ ପ୍ରମୋଦ ଆସି ଦେଖିବାବେଳକୁ ତାଙ୍କ ଦୋକାନର କବାଟର କୁହୁଣ୍ଡା ତଡାଯିବା ସହ ଦୋକାନଭିତରେ ରହିଥିବା ନଗଦ ୩ହଜାରେ ଟଙ୍କା ନାହିଁ ।ସେହିଭଳିଭାବେ ମଚେଂଶ୍ୱରଥାନା ଅର୍ନ୍ତଗତ ଟାଙ୍ଗିବନ୍ତ ଗ୍ରାମମୁଣ୍ଡରେ ରହିଥିବା ଜେନାନିୟୁଷ୍ଟାଇଲ ଦୋକାନର ସଟର ଭଙ୍ଗାଯାଇଛି ।ଚୋରମାନେ ଦୋକାନ ମଧ୍ୟକୁ ପଶିଛନ୍ତି ସତ କିନ୍ତୁ କିଛି ନେଇପାରିନାହାନ୍ତି ।ଦୋକାନ ମଧ୍ୟରେ ଲାଗିଥିବା ସିସିଟିଭି ଯାଂଚ ବେଳେ ପୋଲିସ ଏହା ଜାଣିବାକୁ ପାଇଛି ।ସେହିଭଳିଭାବେ ଇଞଣା ଗ୍ରାମମୁଣ୍ଡରେ ଥିବା ବ୍ରଜବନ୍ଧୁପରିଡାଙ୍କ ଦୋକାନର ସଟର ତଡାଯାଇ ଦୋକାନରୁ ନଗଦ୭୦ହଜାରେ ଟଙ୍କା ସହ ହଳେ ନୁଆ ଚପଲ ନେଇଯାଇଛନ୍ତି ।ବୁଧବାର ରାତିରେ ବ୍ରଜବନ୍ଧୁ ଗୁରୁବାର ସକାଳେ ମାର୍କେଟିଂ କରିବାପାଇଁ ୭୦ହଜାରେ ଟଙ୍କା ରଖିଥିବାର କହିଛନ୍ତି ।ତେବେ ପୋଲିସ ତଦନ୍ତଆରମ୍ଭ କରିଛି ।

 

Leave A Reply

Your email address will not be published.