ମେଳିହେଲେ କଏଦୀ

ବାରଙ୍ଗ,୪ା୧(ଏସଏସନିଉଜ) ଜାମୁଝରୀ ମୁକ୍ତାକାଶ କାରାଶ୍ରମକୁ ବିବାଦ ପିଛା ଛାଡୁନାହିଁ ।କେତେବେଳେ ଅନ୍ତେବାସୀ ଚମ୍ପଟ ମାରୁଛନ୍ତି ତ କେତେବେଳେ ଆତ୍ମହତ୍ୟା ଓ କେତେବେଳେ ବେକକୁ ଧାରୁଆ ଛୁରିରେ କାଟିବା ଭଳି ଅଘଟଣର ବିବାଦରେ ଛନ୍ଦି ହୋଇପଡିଛି କାରାଶ୍ରମ ।ପୁଣି ଶନିବାରଦିନ ଅନ୍ତେବାସୀମାନେ ମେଳି ଦୋଇ ନିଜର ହକ୍ ଦାବୀ କରିବାଭଳି ଘଟଣା ଘଟିଛି ।
ପ୍ରକାସ ଯେ, ଶନିବାର ମଧ୍ୟାହ୍ନରେ ଅନ୍ତବାସୀମାନଙ୍କୁ ନେଇ ଏକ ପଞ୍ଚାୟତ ଗଠନ କରାଯାଇଥିଲା ।କାରଶ୍ରମ କର୍ତୁପକ୍ଷଙ୍କ ଉପସ୍ଥିତିରେ
ଅନ୍ତବାସୀଙ୍କ ମଧ୍ୟରୁ ଜଣଙ୍କୁ ମୁଖିଆ ବିବେଚିତ କରାଯାଇଥିଲାାଏହି ପଞ୍ଚାୟତ ପକ୍ଷରୁ ଆୟୋଜିତ ସଭାରେ ଅନ୍ତେବାସୀମାନେ ସେମାନଙ୍କ ବିଭିର୍ଣଦାବୀଉପରେ କାରାଶ୍ରମରଅଧିକ୍ଷକ ସମୀର କୁମାର ସାହୁଙ୍କ ଦୃଷ୍ଟିଆକର୍ଷଣ କରିଥିଲେ ।ଅନ୍ତେବାସୀମାନଙ୍କର ଅଭିଯୋଗ ଥିଲା ଯେ,ସେମାନଙ୍କୁ କହିଁକି ୩ଦିନଧରି ବାହାରକୁ ଛଡାଯାଉନାହିଁ ।ଖାଇବାକୁ ନିମ୍ନମାନର ଖାଦ୍ୟ ଦିଆଯାଉଛିାଅନ୍ତେବାସୀମାନଙ୍କର ଖାଇବା ଅନୁପାତର ଭାତଡାଲିତରକାରୀ ଅଧିକ ପରିମାଣର ଦିଆଯାଉାସେମାନଙ୍କ ସ୍ୱାସ୍ଥ୍ୟଗତସମସ୍ୟାପ୍ରତି ଦୃଷ୍ଟି ଦିଆଯାଉାପାରିଶ୍ରମିକ ଟଙ୍କା ବୃଦ୍ଧି ଆଦି ସମସ୍ୟା ଉତ୍ଥାପନ କରିଥିଲୋତ୍ସବୁଘଟଣା ଶୁଣିବାପରେ କରାଶ୍ରମ ଅଧିକ୍ଷକ ଉଠାଯାଇଥିବା ସମସ୍ୟାପ୍ରତି ଗୁରୁତ୍ୱାରୋପ କରିବେ ବୋଲି କହିଥିଲେ ।ଅନ୍ୟପଟେ ଅନ୍ତବାସୀମାନେ ସନ୍ଧ୍ୟାରେବାହାରକୁ ବୁଲିବା ପାଇଁ ଯିବାପାଇଁ ଅନୁମତି ଦେବାକୁ ଅଧିକ୍ଷକ ପ୍ରତିଶୃତି ଦେଇଥିଲେ ।ତେବେ ସମସ୍ୟା ପ୍ରତି କାରାଶ୍ରମ ପକ୍ଷôୁ ଦୃଷ୍ଟି ଦିଆନଗଲେ ବାଧ୍ୟହୋଇ ପ୍ରବେଶପଥ ଦ୍ୱାରଆଗରେ ଧାରଣାରେ ବସିବେ ବୋଲି ଅନ୍ତେବାସୀମାନେ ଚେତାବନୀଦେଇଥିଲେ ।

- Advertisement -

Leave A Reply

Your email address will not be published.