ବେଆଇନ ଚୋରାଚାଲଣ

ଆକ୍ସନ ମୁଡରେ ଜିଲ୍ଲା ପ୍ରଶାସନ

କଟକ,୪ା୧(ଏସଏସନିଉଜ)ବାରଙ୍ଗ ତହସିଲ ଅନ୍ତର୍ଗତ ବେଲଗାଛିଆ ମୌଜାରେ କିଛି ଅସାମାଜିକ ତତ୍ତ୍ୱ ସରକାରୀ ଗୋଚରଜମିରେ ୨ଟିବେଆଇନ ଆଜବେଷ୍ଟସଘର ଆଢୁଆଳରେ ବାଲି,ଗୋଡି,ଇଟା,ଚିପ୍ସ ଗଚ୍ଛିତକରି ବେଆଇନ ଚୋରା ଚାଲାଣ କରିଚାଲିଥଲେ। ଏହି ସମ୍ବନ୍ଧରେ ଜିଲ୍ଲା ପ୍ରଶାସନ ପାଖରେ ସ୍ଥାନୀୟ ଲୋକମାନେ ଅଭିଯୋଗ କଲାପରେ, ଶନିବାର ବାରଙ୍ଗ ତହସିଲଦାରଙ୍କ ତତ୍ତ୍ୱାବଧାନରେ ଉପରୋକ୍ତ ବେଆଇନ ଭାବେ ନିର୍ମିତ ଆଜବେଷ୍ଟସ ଗୃହଟିକୁ ଭାଙ୍ଗିଦିଆଯାଇଅଛି। ବାରଙ୍ଗଥାନାର ପୋଲିସକର୍ମୀ ଉପରୋକ୍ତ ଉଚ୍ଛେଦ ସମୟରେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ଆଗାମୀ ଦିନରେ ଲଘୁ ଖଣିଜର ଚୋରାଚାଲାଣକୁ ରୋକିବାନିମନ୍ତେ ଏହିପରି ଶକ୍ତ ଏବଂ ଆଶୁ ପଦକ୍ଷେପ ମାନ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।ସେହିଭଳିଭାବେ ବାଙ୍କୀତହସିଲ ଅନ୍ତର୍ଗତ ସୁବର୍ଣପୁରମୌଜାରୁ ବେଆଇନ ଭାବେ ବାଲିଉତ୍ତୋଳନ ଏବଂ ଚୋରାଚାଲାଣ ସମ୍ବନ୍ଧରେ ସ୍ଥାନୀୟଲୋକ ଜିଲ୍ଲାପ୍ରଶାସନ ସମ୍ମୁଖରେ ବାରମ୍ବାର ଅଭିଯୋଗ କରିଆସୁଥିଲେ। ଗତକାଲି ମଧ୍ୟରାତ୍ରୀରେ କଟକମଣ୍ଡଳ ଖଣିଉପନିର୍ଦେଶକ ଦିଲ୍ଲୀପ କୁମାର ସାହୁ, ଖଣି ଅଧିକାରୀ ସମ୍ବିତ ସାହୁ ଏବଂ କନିଷ୍ଠ ଖଣିଅଧିକାରୀ ସୁବ୍ରତ ଭୁତିଆ, ଅତର୍କିତଭାବେ ଚଢ଼ାଉ କରିଥିଲେ ଏବଂ ଏକ ଚେନ ମାଉଣ୍ଟ କୋବେଲକୋ ଏକସ୍କଭେଟର ମେସିନକୁ ଜବତ କରିଥିଲେ। ଜିଲ୍ଲାପୋଲିସ ବିଭାଗ(କଟକ ଗ୍ରାମାଞ୍ଚଳ) ଏଥିନିମନ୍ତେ ଆବଶ୍ୟକୀୟ ପୋଲିସ ଯୋଗାଇଦେଇଥିଲେ ଏବଂ ଆଇନଶୃଙ୍ଖଳା ବଜାୟ ରଖିବା ନିମନ୍ତେ ସମସ୍ତ ପଦକ୍ଷେପ ନେଇଥିଲେ। ଏହାଉପରେ ଉପଯୁକ୍ତ ତଦନ୍ତକରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।(ଜିତ୍ରାଉତଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.