୫୧୬୦ରେ ପହଁଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

0 435

ଭୁବନେଶ୍ୱର ,୨୧/୬(ଏସଏସନିୟୁଜ)ରାଜ୍ୟରେ ରବିବାର ଆଉ ୩୦୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତମାନଙ୍କ ମଧ୍ୟରୁ ୨୭୨ ଜଣ ବିଭିନ୍ନ ସଂଗରୋଧରେ ଥିବା ବେଳେ ୩୨ଜଣ ସ୍ଥାନୀୟ ଲୋକ ଅଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୧୬୦କୁ କୁ ବୃଦ୍ଧି ପାଇଛି। ତେବେ ୧୨୧ ଜିଲ୍ଲାରୁ ଏହି ୩୦୪ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଜପତି ଜିଲ୍ଲାରୁ ସର୍ବାଧିକ ୪୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୫, ମାଲକାନଗିରିରୁ ୨, କଟକ ୧୩, ନୟାଗଡ ୩, ଜଗତସିଂପୁର ୨୯, ଝାରସୁଗୁଡା ୨୫, ବାଲେଶ୍ୱର ୧୭, ଢେଙ୍କାନାଳରୁ ଜଣେ, ସୋନପୁରରୁ ୪, କନ୍ଧାମାଳରୁ ୧୨, ଭଦ୍ରକ ୧୧, ବରଗଡ଼ ୧୪, ଯାଜପୁର ୨୧, ଗଞ୍ଜାମ ୪୦, ଗଜପତି ୪୭, ପୁରୀ ୩, ସୁନ୍ଦରଗଡ଼ ଜଣେ, ସମ୍ବଲପୁର ୨, ବଲାଙ୍ଗୀର ଜଣେ, ମୟୁରଭଞ୍ଜ ୬, କେନ୍ଦ୍ରାପଡାରୁ ୫ଜଣ ଅଛନ୍ତି । ସେହିପରି ଆମ୍ଫନରେ ପଶ୍ଚିମବଙ୍ଗ ଯାଇ ଓଡ଼ିଶା ଫେରିଥିବା ୪୨ଜଣ ଅଗ୍ନିଶମ ଓ ଏନଡିଆରଏଫ ଯବାନ କରୋନା ଆକ୍ରାନ୍ତ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୦୭ ଜଣ ଚିକିତ୍ସା ହେଉଥିବା ବେଳେ ୩୫୩୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୫୧୬୦ପିଜିଟିଭ ଚିହ୍ନଟ ମଧ୍ୟରୁ ୩୫୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।ତେବେ ଗୋଟିଏ ଦିନରେ ଆକ୍ରାନ୍ତ ଚିହ୍ନଟଙ୍କ ସଂଖ୍ୟା ୩ଶହ ଚିନ୍ତାର ବିଷୟ ପାଲଟିଛି ।
ଆଉ ଦୁଇ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ବରଗଡ଼ ଜିଲ୍ଲାର ଜଣେ ୭୬ ବର୍ଷିୟ ବୃଦ୍ଧ ଅଛନ୍ତି । ହସପିଟାଲରେ ଚିକିତ୍ସିତ ହେଉଥିବା ଏହି ବୃଦ୍ଧ ଜଣଙ୍କ କରୋନା ସହ ଡାଇବେଟିସ ଓ ଅନ୍ୟାନ୍ୟ ରୋଗରେ ପୀଡିତ ଥିଲେ ।ଅନ୍ୟଜଣେ ଗଞ୍ଜାମ ଜିଲ୍ଲାର ୪୯ ବର୍ଷିୟ ପୁରୁଷ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ସେ ହସପିଟାଲରେ ଚିକିତ୍ସିତ ହେଉଥିବାବେଳେ କରୋନା ସହିତ ଏକାଧିକ ରୋଗରେ ପୀଡିତ ହୋଇ । ସେହିପରି ଗତକାଲି ପୁରୀ ଜିଲ୍ଲାର ୬୦ବର୍ଷ ବୟସ୍କ ଜଣଙ୍କ ଏକାଧିକ ରୋଗରେ ପୀଡିତ ଥିବା ବେଳେ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଏହାକୁ ମିଶାଇ ରାଜ୍ୟରେ ମୃତକଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ସେହିପରି ଅନ୍ୟାନ୍ୟ ରୋଗରେ ୫ଜଣଙ୍କର ମୃତ୍ୟୁ ଘଟିଛି । ଗଞ୍ଜାମରୁ ସର୍ବାଧିକ ୭ଜଣ ଥିବା ବେଳେ ଭୁବନେଶ୍ୱରରୁ ୩, କଟକରୁ ଜଣେ, ବରଗଡ଼ରୁ ଜଣେ, ପୁରୀରୁ ଜଣେ ଓ ଖୋର୍ଦ୍ଧାରୁ ଜଣେ ଅଛନ୍ତି ।

Leave A Reply

Your email address will not be published.