ଗୋରୁବୋଝେଇ ଗାଡ଼ିଛାଡ଼ି ଫେରାର

ବାରଙ୍ଗ, ୩।୬(ଏସଏସନିଉଜ) ମୁଣ୍ଡଳୀ ବ୍ୟାରେଜ ଛକରୁ ମଙ୍ଗଳବାର ସକାଳୁ ଏକ ଗୋରୁ ବୋଝେଇ ଗାଡ଼ିକୁ ଗୋଡ଼ିସାହି ଫାଣ୍ଡି ପୁଲିସ ଜବତ କରିଛି।
ସୂଚନାଯୋଗ୍ୟଯେ, ଆଠଗଡ଼ରୁ ଓଡି ୦୫ଏପି ୫୮୧୨ ନମ୍ୱର ଏକ ଗୋରୁବୋଝେଇ ପିକ୍‌ଅପଭ୍ୟାନଟି ମୁଣ୍ଡଳୀ ବ୍ୟାରେଜ ଦେଇ କଟକଆଡେ ଯାଉଥିଲା। ଏ ସଂକ୍ରାନ୍ତରେ ଖବରପାଇ ଗୋଡିସାହି ଫାଣ୍ଡିଅଧିକାରୀ ବିଚିତ୍ରାନନ୍ଦ ପ୍ରଧାନ ସଦଳବଳେ ରାସ୍ତାରେ ଜଗି ରହିଥିଲେ।ପୋଲିସ ଗାଡ଼ିଟିକୁ ରୋକିବାପାଇଁ ଚେଷ୍ଟା କରିବା ବେଳେ ପୋଲିସକୁଦେଖି କିଛି ଦୁରରୁ ଗାଡ଼ିଛାଡି ଚାଲକ ଓ ତାର ସହଯୋଗୀମାନେ ଫେରାର ହୋଇଯାଇଥିଲା।ଘଟଣାସ୍ଥଳରୁ ପୋଲିସ ପିକ୍‌ଅପଭ୍ୟାନକୁ ଜବତ କରିଥିବା ସହ ୫ଟି ଗୋରୁକୁ ଉଦ୍ଧାର କରିଛି।ଉଦ୍ଧାର କରାଯାଇଥିବା ଗୋରୁମାନଙ୍କୁ ର୍ଖୋଦ୍ଧାଜିଲ୍ଲା କୁଜିମହଲରେ ଥିବା ଗୋଶାଳାରେ ଛଡ଼ାଯାଇଥିବା ଫାଣ୍ଡି ପକ୍ଷରୁ ସୂଚନା ଦିଆଯାଇଛି।(ଜିତରାଉତଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.