ମୋରମ ଚୋରିବେଳେ ଧରିଲା ପୋଲିସ

ମେସିନ,୩ହାଇୱା ଜବତ,ଜଣେ ଅଟକ

ବାରଙ୍ଗ, ୩।୬(ଏସଏସନିଉଜ) ବାରଙ୍ଗର ବିଭିନ୍ନ ଅଂଚଳରୁ ପ୍ରତ୍ୟେକଦିନ ଶହଶହ ସଂଖ୍ୟାରେ ଲଘୁଖଣିଜ ଦ୍ରବ୍ୟର ବ୍ୟାପକ ଚୋରା ଚାଲାଣ ହେଉଛି।ଖଣିବିଭାଗର ଚଢାଉ କରାଯାଉନଥିବାରୁ ମାଫିଆ ମାନେ ସକ୍ରିୟ ହୋଇଉଠୁଛନ୍ତି। ସୋମବାର ରାତିରେ ଗୋଡିସାହି ଫାଣ୍ଡି ପୋଲିସ ବେଆଇନ ଭାବେ ମୋରମଚୋରା ଚାଲାଣ ହେଉଥିବା ୩ଟି ମୋରମ ବୋଝେଇ ହାଇୱା, ଗୋଟିଏ ମେସିନକୁ ଜବତ କରିବା ସହ ଜଣଙ୍କୁ ଅଟକ ରଖିଛି।
ପ୍ରକାଶଯେ,ରାମଦାସପୁର ରାଜସ୍ଵ କାର୍ଯ୍ୟାଳୟ ନିକଟସ୍ଥ ଇଡକୋ ଶିଳ୍ପାନୁଷ୍ଠାନ ଭିତରେ ଏକ ଘରୋଇକମ୍ପାନୀ ପରିସରରୁ ବେଆଇନଭାବେ ଖୋଲାଯାଇ ମୋରମ ଚୋରାଚାଲାଣ ହେଉଥିବାର ଗୋଡିସାହି ଫାଣ୍ଡି ପୋଲିସ ପାଖରେ ଖବର ପହଞ୍ଚିଥିଲା।ଫାଣ୍ଡି ଅଧିକାରୀ ବିଚିତ୍ରା ନନ୍ଦ ପ୍ରଧାନ ସଦଳେବଳେ ଘଟଣାସ୍ଥଳରେ ପହଂଚି ୩ଟି ମୋରମ ବୋଝେଇ ହାଇୱା ଓ ମୋରମ ଖୋଲୁଥିବା ଏକ ମେସିନକୁ ଜବତ କରିଥିଲେ।ସେଠାରେ ଥିବା ୮ଜଣ ପୋଲିସକୁ ଦେଖି କୌଶଳକ୍ରମେ ଖସି ପଳାଇଯାଇଥିବ ବେଳେ ଜଣଙ୍କୁ ପୋଲିସ କାବୁ କରିବାରେ ସକ୍ଷମ ହୋଇଥିଲା।ପରେ ପୋଲିସ ଜବତ ଗାଡ଼ି ବିଷୟରେ ଖଣିବିଭାଗକୁ ସୂଚନା ଦେଇଥିବାର ଫାଣ୍ଡି ପକ୍ଷରୁ କୁହାଯାଇଛି।(ଜିତରାଉତଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.