ବାରଙ୍ଗ, ୩।୬(ଏସଏସନିଉଜ) ମୁଣ୍ଡଳୀ ବ୍ୟାରେଜ ଛକରୁ ମଙ୍ଗଳବାର ସକାଳୁ ଏକ ଗୋରୁ ବୋଝେଇ ଗାଡ଼ିକୁ ଗୋଡ଼ିସାହି ଫାଣ୍ଡି ପୁଲିସ ଜବତ କରିଛି।
ସୂଚନାଯୋଗ୍ୟଯେ, ଆଠଗଡ଼ରୁ ଓଡି ୦୫ଏପି ୫୮୧୨ ନମ୍ୱର ଏକ ଗୋରୁବୋଝେଇ ପିକ୍ଅପଭ୍ୟାନଟି ମୁଣ୍ଡଳୀ ବ୍ୟାରେଜ ଦେଇ କଟକଆଡେ ଯାଉଥିଲା। ଏ ସଂକ୍ରାନ୍ତରେ ଖବରପାଇ ଗୋଡିସାହି ଫାଣ୍ଡିଅଧିକାରୀ ବିଚିତ୍ରାନନ୍ଦ ପ୍ରଧାନ ସଦଳବଳେ ରାସ୍ତାରେ ଜଗି ରହିଥିଲେ।ପୋଲିସ ଗାଡ଼ିଟିକୁ ରୋକିବାପାଇଁ ଚେଷ୍ଟା କରିବା ବେଳେ ପୋଲିସକୁଦେଖି କିଛି ଦୁରରୁ ଗାଡ଼ିଛାଡି ଚାଲକ ଓ ତାର ସହଯୋଗୀମାନେ ଫେରାର ହୋଇଯାଇଥିଲା।ଘଟଣାସ୍ଥଳରୁ ପୋଲିସ ପିକ୍ଅପଭ୍ୟାନକୁ ଜବତ କରିଥିବା ସହ ୫ଟି ଗୋରୁକୁ ଉଦ୍ଧାର କରିଛି।ଉଦ୍ଧାର କରାଯାଇଥିବା ଗୋରୁମାନଙ୍କୁ ର୍ଖୋଦ୍ଧାଜିଲ୍ଲା କୁଜିମହଲରେ ଥିବା ଗୋଶାଳାରେ ଛଡ଼ାଯାଇଥିବା ଫାଣ୍ଡି ପକ୍ଷରୁ ସୂଚନା ଦିଆଯାଇଛି।(ଜିତରାଉତଙ୍କ ରିପୋର୍ଟ)
Prev Post
Next Post
