ଆଜିର ରାଶିଫଳ

କିଛି ଜାଣିବା କଥା...

ଜୁନମାସ ୦୭ତାରିଖ ୨୦୨୫ମସିହା(ଶନିବାର)ଜ୍ୟେଷ୍ଠମାସ- ଶୁକ୍ଳପକ୍ଷ,ତିଥି- ଦ୍ଵାଦଶୀ,ନକ୍ଷତ୍ର- ଚିତ୍ରା ଦିବା ଘ୧୦/୦୩ ଗତେ ସ୍ଵାତୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୧/୧୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୦/୪୦,ଯୋଗିନୀ ଅଗ୍ନିକୋଣେ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ଦ୍ୱାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଦ୍ଵୀପାଦ ପୁସ୍କରଦୋଷ,କାଳବେଳା -ଦିବା ଘ୦୬/୪୭ ମଧ୍ୟେ ଓ ଦିବା ଘ୦୪/୪୩ଗତେ ଘ୦୬ /୨୦ ମଧ୍ୟେ,ବାରବେଳା- ଦିବା ଘ୦୨/୩୨ଗତେ ଘ୦୪/୦୮ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୪/ ୦୮ ଗତେ ଘ୦୪/୪୨ ମଧ୍ୟେ ଓ ରାତ୍ରି ଘ୦୭/୦୫ ଗତେ ଘ୦୭/୫୦ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୯/୨୦ଗତେ ଘ୦୧/୪୩ମଧ୍ୟେ,ଅଦ୍ୟ ପୋଇ ଭକ୍ଷଣ ନିଷେଧ।
ମେଷ-ଆଜି ପରିବହନ ତଥା ବାଣିଜ୍ୟ, ବ୍ୟବସାୟରୁ ସନ୍ତୋଷ ଜନକ ସୁଫଳ ପାଇବେ । କଳା, ସାହିତ୍ୟ, କ୍ରୀଡ଼ା ତଥା ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ଉନ୍ନତି ହେବ ।ପୂରାତନ ସମସ୍ୟାର ଅନ୍ତ ଘଟିବ। ନିଜଋଣ ପରିଶୋଧକରି ଆମତ୍ତୃପ୍ତି ଲାଭ କରିପାରନ୍ତି।
ବୃଷ-ଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ସମ୍ପତ୍ତିକୁ କେନ୍ଦ୍ରକରି ବିବାଦ ଦେଖାଦେଇ ପାରେ ପ୍ରତିଯୋଗିତା ରେ ସଫଳତା ପାଇବେ । କୌଣସି ଜିନିଷ କିମ୍ବା ଜମିଜମା କିଣିବା ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ।
ମିଥୁନ-ଆଜି ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହୋଇପାରେ । ପ୍ରତ୍ୟେକ କ୍ଷେତ୍ରରେ ବିଳମ୍ବଜନିତ କାରଣରୁ ମନସ୍ତାପ କରିବେ । ଅବଶ୍ୟ ଆର୍ଥିକ ଦିଗରୁ ଉପକୃତ ମଧ୍ୟ ହେବେ ,ଏପରିକି ବକେୟା ମଧ୍ୟ ପାଇପାରନ୍ତି।

କର୍କଟ-ଆଜି ହଠାତ୍ କାୈଣସି ଶୁଭଖବର ପାଇ ବିସ୍ମୟ ପ୍ରକାଶ କରିବେ ।ବିଶେଷ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ।ବନ୍ଧୁମାନଙ୍କ ଆଦର କାର୍ଯ୍ୟରେ ସଫଳତା ପୃଷ୍ଠଭୂମି ହୋଇପାରେ। ସ୍ବାସ୍ଥ୍ୟ ପ୍ରାୟତଃ ଭଲ ରହିବା ସାଙ୍ଗକୁ କଳ୍ପନା ବିଳାସୀ ହୋଇପାରନ୍ତି।
ସିଂହ-ଆଜି ଆପଣ କର୍ମକ୍ଷେତ୍ରରେ ଧୀରପାଣି ପଥର କାଟେ ନୀତିରେ କାମକରି ଅଭିଳଷିତ ଜିନିଷ ହାସଲ କରିବେ। ସାମାଜିକ ସ୍ତରରେ ମଧ୍ୟ ସମ୍ମାନ ଲାଭ ହେବ। ମନ ଭୁଲାଣିଆ ପଦେ ମଧୁର କଥାରେ ବିମୋହିତ ହୋଇ ଅନ୍ୟମାନଙ୍କ ଦ୍ୱାରା ସହଜରେ ପ୍ରଭାବିତ ହୋଇପାରନ୍ତି।
କନ୍ୟା-ଆଜି ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ଅଗ୍ରାଧିକାର ଦେଇ କାମ କଲେ ଅପେକ୍ଷାକୃତ ସଫଳତା ପାଇବେ।ଆର୍ଥିକ ସମସ୍ୟା ଯୋଗୁ ବ୍ୟସ୍ତ ରହିବାକୁ ପଡ଼ିପାରେ।ଦୁଃଖକୁ ମନରେ ରଖି ମୁହଁରେ ହସ ଫୁଟାଇ କର୍ମକ୍ଷେତ୍ରରେ ଅବତୀର୍ଣ୍ଣ ହେବେ।
ତୁଳା-ଆଜି ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ମାର୍ଗର ଅନୁସରଣ କଲେ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।ବିବାଦୀୟ ଘଟଣାର ସମାଧାନରୁ ଆଶ୍ୱସ୍ତି ଲାଭ କରିବେ।
ବିଛା-ଆଜି ଯାତ୍ରାସମୟରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି।ଜମିଜମା ସମ୍ବନ୍ଧୀୟ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ ।ନୈରାଶ୍ୟ ଜନକ ସ୍ଥିତିରୁ ମାନସିକ କଷ୍ଟ ଅନୁଭବ କରିବେ।ବନ୍ଧୁମାନଙ୍କ ଅସଂଯତ କାର୍ଯ୍ୟକଳାପ ଆପଣଙ୍କ ପାଇଁ ସମସ୍ୟାକୁ ବଢ଼ାଇଦେବ।
ଧନୁ-ଆଜି ଅତୀତସ୍ମୃ ତି ରୋମନ୍ଥନ କରି ମାନସିକ ଅବସାଦ ବୃଦ୍ଧି ପାଇବା ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ମାନସିକ ଅସୁସ୍ଥତାର ଅନ୍ୟ ଏକ କାରଣ ହୋଇପାରେ। ଆପଣଙ୍କ କାର୍ଯ୍ୟ ଓ ଚିନ୍ତାଧାରା ନିଜ ଲୋକମାନଙ୍କ ମନରେ ଭିନ୍ନ ଭାବପୋଷଣ କରିପାରେ।
ମକର-ଆଜି ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବା ଆଶଙ୍କା ରହିଛି । ଭ୍ରମଣ ସୁଯୋଗ ଲାଭ ହେବ। ଇଚ୍ଛାବିରୋଧୀ ପରିସ୍ଥିତିର ସମ୍ମୁଖୀନ ହୋଇ ଆପଣଙ୍କ କଠୋର ବାକ୍ୟ ନିଜ ଲୋକମାନଙ୍କୁ ଆଘାତ ଦେଇପାରେ ।ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।
କୁମ୍ଭ-ଆଜି ନୀଚବ୍ୟକ୍ତିଦ୍ୱାରା ପ୍ରଭାବିତହୋଇ ଅସମ୍ମାନିତ ହୋଇପାରନ୍ତି।ନିକଟସମ୍ପର୍କୀୟମାନଙ୍କ ଦ୍ୱାରା ସାହାଯ୍ୟଲାଭକରି ପ୍ରତ୍ୟେକକାମକୁ ନିର୍ବିଘ୍ନରେ ସମାପନକରିପାରିବେ ।ପରିବାରର ଆବଶ୍ୟକତା ପୂରଣକରିବା ସକାଶେ ଧାରଉଧାର କରିବାକୁ ପଡ଼ିପାରେ।
ମୀନ-ଆଜି ଭଲ ସମ୍ପର୍କ ନ ଥିବା ସମ୍ପର୍କୀୟମାନେ ଈର୍ଷାପରାୟଣ ହୋଇ ପ୍ରତିକୂଳ ମନ୍ତବ୍ୟ ପ୍ରଦାନ କରିବେ।ସ୍ବାସ୍ଥ୍ୟର କ୍ରମୋନ୍ନତି ସାଙ୍ଗକୁ ଇଚ୍ଛା ମୁତାବକ ମୂଲ୍ୟବାନଜିନିଷ ପ୍ରାପ୍ତହୋଇ ସାମୟିକ ଆନନ୍ଦ ଅନୁଭବକରିପାରନ୍ତି।ଆପଣ ଭୋଗବିଳାସପ୍ରତି ଆକୃଷ୍ଟହେବେ!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

                                       …..କିଛି ଜାଣିବା କଥା……

ମଣିଷ ଜୀବନରେ ସୁଖଶାନ୍ତି ସମୃଦ୍ଧି ପାଇବାପାଇଁ ବାସ୍ତୁଶାସ୍ତ୍ର ସହ ଜଡ଼ିତ କିଛି ନିୟମର ପାଳନ କରିବା ଉଚିତ ।ଯାହାଦ୍ବାରା ଜୀବନ ଶାନ୍ତିପୂର୍ଣ୍ଣ ଭାବେ ବ୍ୟତୀତ ହେବ ।ଆଜି ଜାଣିବା କିଛି ଅନୁଚିନ୍ତା ବିଷୟରେ…
୧- ଘରେ ସର୍ବଦା କଳହ ହେଉଥିଲେ ବା କେହି ରୋଗରେ ପଡୁଥିଲେ ଘରେ ଦୁଇଟିମାଛରଚିତ୍ର ଆଣି ରଖନ୍ତୁ ବା ମାଛରଚିତ୍ର ଥିବା କାଗଜଆଣି ରଖନ୍ତୁ ।
୨- ଶିବଲିଙ୍ଗରେ ଉପରେ ଚଢା ଯାଉଥିବା ବେଲପତ୍ର ତାଜା ହୋଇଥିବା ଆବଶ୍ୟକ ।କେବେ ବି ବେଲପତ୍ର ଫଟା,କଣା ନ ହୋଇଥିବା ଦରକାର ।ବେଲପତ୍ରର ଡେମ୍ଫ ନଲାଗିଥିବା ଦରକାର ।
୩- ପ୍ରତେକ ଶନିବାରଦିନ ସୂର୍ଯ୍ୟାସ୍ତ ପରେ କାନରେ ତେଲ ପକାଇବା ଦ୍ଵାରା ବୟସପରେ କାଳଦୋଷ ହେବନାହିଁ । ଜୀବନସାରା କାନ ରୋଗ ହେବନି କି ବଧିର ହେବେ ନାହିଁ ।
୪- ପ୍ରତି ସୋମବାରଦିନ ଧଳା ମନ୍ଦିର ଆଣି ଶିବଲିଙ୍ଗରେ ଚଢାନ୍ତି ବା ଠାକୁରଙ୍କୁ ଅର୍ପଣକରନ୍ତି ତେବେ କୌଣସି ତନ୍ତ୍ରମନ୍ତ୍ର ଗୃହକୁ ପ୍ରବେଶ କରିବେ ନାହିଁ ।
୫- ଠାକୁରଘରେ ଥିବା ଘଣ୍ଟିରେ ଗରୁଡଚିତ୍ର ଥାଏ ଓ ସେହି ଘଣ୍ଟା ବାଜୁଥାଏ ସେହିଘରେ ଅଗ୍ନି, ଚୋର, ବଜ୍ରଭୟ ପ୍ରବେଶ କରେନାହିଁ ।
୬- ରବିବାରଦିନ କେବେ ବି ଦୁବ ଛିଡାଇବା ଉଚିତନୁହେଁ ।ରବିବାର ଓ ବୁଧବାରଦିନ ବରଗଛ ମୂଳରେ କେବେବି ପାଣି ଢାଳିବା ଉଚିତ ନୁହେଁ ।
୭- ଯଦି ରବିବାରରେ ଯାତ୍ରା କରୁଛନ୍ତି ତେବେ ମୁଣ୍ଡରେ ହାତ ଦେଇ,ସୋମବାରରେ ମୂହନରେ ହାତଦେଇ, ମଙ୍ଗଳବାରରେ ଗଳାରେ ହାତଦେଇ, ବୁଧବାରରେ ପେଟରେ ହାତଦେଇ, ଗୁରୁବାରରେ ବେନି ପାର୍ଶ୍ଵରେ ହାତଦେଇ, ଶୁକ୍ରବାରରେ କାନରେଦେଇ, ଶନିବାରରେ ପିଠିରେ ହାତଦେଇ ଯାତ୍ରା ଆରମ୍ଭକରିଲେ ନିଶ୍ଚିନ୍ତ ଶୁଭ ଫଳ ମିଳିଥାଏ ।
୮- ଛୋଟପିଲାଙ୍କର ସ୍ମରଣଶକ୍ତି ବୃଦ୍ଧି କରିବା ପାଇଁ ବାର ଓ ଓସ୍ତଗଛ ଏକାଠି ଥିବ ସେହି ଜାଗାରେ ପ୍ରତେକ ଦିନ ୨୦ମିନିଟ ଯାଏଁ ବସିଲେ ଶୁଭଫଳ ମିଳିଥାଏ । ଏମିତି ୩ମାସ କରିବାକୁ ହେବ ।
୯- ପିଲାଙ୍କ ଜନ୍ମଦିନରେ ଦେହରେ ଖସାତେଲ ଲଗାଇବା ସହ ଖସା ଲଡୁ ଖାଇବାକୁ ଦେବା ଉଚିତ । ଏହାଦ୍ଵାରା ଆସନ୍ତାବର୍ଷ ଜନ୍ମଦିନ ଯାଏଁ ପିଲା ଉପରେ ବିପଦ ଆସିବ ନାହିଁ ।
୧୦- ରାତିରେ ଡେରିରେ ଶୋଇବା ଦ୍ଵାରା ସ୍ମରଣଶକ୍ତି କମହୁଏ ଓ ସହକାରେ କୌଣସିକଥା ମନେ ରୁହେ ନାହିଁ ।
୧୧- ରାତିରେ ଅନିଦ୍ରାହୋଇ କାମ କରିଲେ ପେଟରେ ଅଲସରରୋଗ ଦେଖାଯାଇଥାଏ ।
୧୨- ରାତିରେଅସମୟରେ ଶୋଇବାଦ୍ଵାରା ନଖ ଦୁର୍ବଳହୋଇ ଭାଙ୍ଗିଯିବାର ସମ୍ଭାବନାଥାଏ ।ରାତିରେ ଡେରିରେ ଶୋଇବାଦ୍ଵାରା ଏବଂ ନିଦ ପୁରାନହେବାଦ୍ଵାରା ଚୁଟି ଜଲ୍ଦିପାଚିବାର ସମ୍ଭାବନାଥାଏ ।

- Advertisement -

Leave A Reply

Your email address will not be published.