ଅଳ୍ପକେ ବର୍ତିଲେ ଯୋଗାଣ ମନ୍ତ୍ରୀ

ମନ୍ତ୍ରୀଙ୍କ ଗାଡ଼ିକୁ ଧକ୍କା ଦେଲା ରେଡିମିକ୍ସ ଗାଡ଼ି

ବାରଙ୍ଗ, ୬।୬(ଏସଏସନିଉଜ) ବାରଙ୍ଗଥାନା ଅନ୍ତର୍ଗତ ଷଣ୍ଢପୁର ବଜାର ନିକଟରେ ରାଜ୍ୟ ଯୋଗାଣ ମନ୍ତ୍ରୀଙ୍କ ଗାଡି ସହିତ ଗୋଟିଏ ଟ୍ରକ ଧକ୍କା ହୋଇଛି।ଫଳରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।
ପ୍ରକାଶଯେ, ଶୁକ୍ରବାର ସକାଳ ୯ ଘଟିକା ସମୟରେ ରାଜ୍ୟ ସରକାରଙ୍କ ଯୋଗାଣବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ରପାତ୍ର ନିଜ ନିର୍ବାଚନ ମଣ୍ଡଳୀ ଢେଙ୍କାନାଳରୁ ଓଡି ୦୨ସିୟାଇ ୫୫୫୫ ନମ୍ୱର କାର ଯୋଗେ କାରକେଡ ନେଇ ଭାୟା ଆଠଗଡରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ।ବାରଙ୍ଗଥାନା ଅନ୍ତର୍ଗତ ଷଣ୍ଢପୁର ଛକ ନିକଟରେ ପହଞ୍ଚିଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଓଆର ୦୨ ବିୟାଇ ୦୦୩୯ ନମ୍ୱର ଏକ ରେଡିମିକ୍ସଗାଡ଼ି ମନ୍ତ୍ରୀ ଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ମନ୍ତ୍ରୀଙ୍କ ଗାଡିର ଡ଼ାହାଣପାର୍ଶ୍ୱ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା। ଷୌଭାଗ୍ୟବଶଃତ ଏକ ଦୃଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିଲେ ଯୋଗାଣମନ୍ତ୍ରୀ। ଖବରପାଇ ବାରଙ୍ଗଥାନା ପୁଲିସ ଘଟଣାସ୍ଥଳରେ ପହଁଚି ରେଡିମିକ୍ସ ଗାଡ଼ିଟିକୁ ଜବତ କରି ଥାନାକୁ ଆଣି ତଦନ୍ତ କରୁଥିବା ବେଳେ ମନ୍ତ୍ରୀ ଶ୍ରୀପାତ୍ର ଅନ୍ୟ ଏକ ଘରୋଇ ଗାଡ଼ିରେ ଭୁବନେଶ୍ୱର ଫେରିଥିବାର ଜଣାପଡିଛି।(ଜିତରାତଉଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.