ନୂଆରୂପରେ ଆସୁଛି ଯାତ୍ରା ପୃଥ୍ୱୀରାଜ

ଯାତ୍ରା ପୃଥ୍ୱୀରାଜର ଆଖଡ଼ା ପୂଜା

ମେଣ୍ଢାଶାଳ,୨୦।୬।(ଏସଏସନିଉଜ) ଶୁକ୍ରବାରଦିନ ରାଜଧାନୀ ଉପକଣ୍ଠ ଦାରୁଠେଙ୍ଗ ଗ୍ରାମମୁଣ୍ଡରେ ନାଟ୍ୟ ସମ୍ରାଟ ପୃଥ୍ୱୀରାଜ ଅପେରାର ଆଖଡ଼ା ପୂଜା ସରିଛି ।ଚଳିତବର୍ଷ ଯାତ୍ରାପାଟିର ମାଲିକାନା ବଦଳିବା ପରେ ଆଜି ଆଖାଡା ପୁଜାସହ ରିୟଲସେଲ ଆରମ୍ଭ ହୋଇଛି । ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ଆଜି ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିବା ରିୟଲସେଲ କାର୍ଯ୍ୟକ୍ରମକୁ  ଉଦଘାଟନ କରିଛନ୍ତି ।ବହୁନାମିଦାମି କଳାକାରମାନଙ୍କୁ ନେଇ ନୁଆ ରୁପରେ ଯାତ୍ରା ପୃଥ୍ୱୀରାଜ ଆଗକୁ ବଢିବାକୁ ଯାଉଛି ବୋଲି ସାମ୍ବାଦିକ ସମ୍ମଳନୀରେ ମାଲିକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ସୁଚନା ଦେଇଛନ୍ତି ।ଏହି ଉଦଘାଟନ ଉସ୍ବରେ ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ତପନ କୁମାର ଚକ୍ରବର୍ତ୍ତୀ, କବିରାଜ ବିଧାର, ରବୀନ୍ଦ୍ରନାଥ ହରିଚନ୍ଦନ ମନ୍ମଥ ଛୋଟରାୟ, ପୀତବାସ ପ୍ରଧାନଙ୍କ ସମେତ ଦାରୁଠେଙ୍ଗ ଗ୍ରାମର ବହୁ ମୁରବୀ ଓ କଳାକାରମାନେ ଉପସ୍ଥିତ ରହିଥିଲେ।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.