ଆଜିର ରାଶିଫଳ

ଜୁନମାସ ୨୧ତାରିଖ ୨୦୨୫ମସିହା(ଶନିବାର)ଆଷାଢ଼ମାସ- କୃଷ୍ଣପକ୍ଷ,ତିଥି- ଦଶମୀ ଦିବା ଘ୦୭/୨୩ ଗତେ ଏକାଦଶୀ,ନକ୍ଷତ୍ର-ଅଶ୍ୱିନୀ ରାତ୍ରି ଘ୦୮/୩୦ ଗତେ ଦ୍ଵିଜା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୪୭,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୩୫,ଯୋଗିନୀ ଉତ୍ତରେ ଦିବା ଘ୦୭/୨୩ ଗତେ ଅଗ୍ନି କୋଣେ,ମେଷରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା -ଦିବା ଘ୦୬/୫୦ ମଧ୍ୟେ ଓ ଦିବା ଘ୦୪/୪୫ ଗତେ ଘ୦୬/୨୫ ମଧ୍ୟେ,ବାରବେଳା- ଦିବା ଘ୦୧/୨୮ ଗତେ ଘ୦୩/୦୮ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ରାତ୍ରି ଘ୦୭/୦୭ ଗତେ ଘ୦୭/୫୧ ମଧ୍ୟେ ଓ ରାତ୍ରି ଘ୧୨/୦୦ ଗତେ ଘ୦୨/୨୭ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୯/୨୧ ଗତେ ଘ୧୧/୫୨ ମଧ୍ୟେ,ଅଦ୍ୟ ଶିମ୍ବ ଭକ୍ଷଣ ନିଷେଧ।
ମେଷ👉ଆଜି ପ୍ରଶାସନ, ପରିବହନ ଓ ବିବାଦୀୟ କ୍ଷେତ୍ରରେ ସମାଧାନ ପାଇଁ ଚେଷ୍ଟାକରି ହେବେ। ଲକ୍ଷ୍ୟସ୍ଥଳକୁ ଯିବା ରାସ୍ତାରେ ମିତ୍ରତା ସ୍ଥାପନ କରିବାର ସୁଯୋଗ ପାବବେ ଆପଣଙ୍କୁ ସମ୍ମୁଖରେ ଭଲ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାରର କଥା କହୁଥିବାର ଶୁଣି ଅଶାନ୍ତି ଅନୁଭବ କରିବେ।
ବୃଷ👉ଆଜି ଅଫିସରେ କାର୍ୟ୍ୟ ବ୍ୟସ୍ତତା ଯୋଗୁ କେତେକ କାମ ଠିକ୍‌ ସମୟରେ କରି ପାରିବେ ନାହିଁ।କର୍ମକ୍ଷେତ୍ରରେ ଆପଣଙ୍କୁ ଅର୍ଥଲାଭ ସହ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ ହେବ। ଆପଣଙ୍କ ବ୍ୟସ୍ତତାକୁ ହୃଦୟଙ୍ଗମ କରି କୌଣସି ବନ୍ଧୁ ଅଥବା ପାଖ ପଡୋଶୀମାନେ ସହଯୋଗର ହାତ ବଢାଇପାରନ୍ତି।
ମିଥୁନ👉ଆଜି ନିଜ ସଂସ୍ପର୍ଶରେ ଆସୁଥିବା କୌଣସି ବ୍ୟକ୍ତିଙ୍କୁ ଅପ୍ରିୟସତ୍ୟ କହି ତିକ୍ତତା ସୃଷ୍ଟି କରିପାରନ୍ତି। ରାଜନୀତି, ସଂଗଠନ, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ନୂତନ କାମ ଆରମ୍ଭ କରି ପ୍ରଶଂସିତ ହେବେ । ସ୍ତ୍ରୀଙ୍କ ସୌହାର୍ଦ୍ଦ୍ୟରୁ ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ।
କର୍କଟ👉ଆଜି ମାନସିକ ଅସ୍ତିରତା ଓ ବ୍ୟସ୍ତତା ମଧ୍ୟରେ ସମୟ ଅତିବାହିତ ହୋଇପାରେ । ସଭାସମିତିରେ ଜଣେ ପ୍ରତିଷ୍ଠାବାନ୍‌ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଆନନ୍ଦିତ ହୋଇପାରନ୍ତି। ମାଲିମକଦ୍ଦମା ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ବିଦ୍ରୋହ ଉପୁଜିପାରେ। ପ୍ରତିଯୋଗିତାରେ ସଫଳତା ଅର୍ଜନ କରିବେ।
ସିଂହ👉ବିଭିନ୍ନ ପ୍ରକାରର ଯୋଜନା କରିବା ସକାଶେ ଚିନ୍ତାକଲେ ମଧ୍ୟ ପ୍ରତିକୂଳ ପାରିପାର୍ଶ୍ୱିକ ସ୍ଥିତି ତାହା କରାଇଦେଇ ନ ପାରେ। ପୂର୍ବରୁ ରହିଥିବା ଋଣ ଭାରରେ ଅତିଷ୍ଠ ହେବେ ମାତ୍ର ପରିଶୋଧ କରିବାର ରାସ୍ତା ଖୋଜି ପାଇ ପାରିବେ ନାହିଁ। ସମସ୍ୟା ସରଳ ସମାଧାନ କରିବାରେ ସଫଳ ହେବେ।
କନ୍ୟା👉ଆଜି ଦିନଟିରେ ଯାହା କିଛି ପାଇବାର ଆଶା କରିବେ ତାହା ପୂରଣ ହୋଇପାରିବ। ଜମା ପଡୁ ନଥିବା ବନ୍ଧୁ କିମ୍ବା ଶତ୍ରୁତା କରୁଥିବା ଲୋକଟିରକଥା ମନକୁ ବାଧିପାରେ।ବ୍ୟବସାୟକ୍ଷେତ୍ରରେ ଅଧିକ କିଛିଆଶା ମନରେ ଦୁଃଖ ଦେଇପାରେ।ଆଜି ଭ୍ରାତୃବିବାଦ କିମ୍ବା ଜମିଜମାବିବାଦ ଦେଖାଦେଇ ପାରେ।
ତୁଳା👉ସାମାନ୍ୟ ପ୍ରତିବନ୍ଧକ ମଧ୍ୟରେ ବନ୍ଧୁଙ୍କ ନିକଟରୁ ଆସାକରିଥିବା ଅର୍ଥପ୍ରାପ୍ତି ହେବ। ବିଭିନ୍ନ ପ୍ରକାରର ଚିନ୍ତା ଓ କଳ୍ପନା କରି କେବଳ ଭାବି ଭାବି ସମୟ କଟାଇବେ। ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିବା କୌଣସି ବନ୍ଧୁଙ୍କୁ ହଁ କରିପାରିବେନି କିମ୍ବା ନାହିଁ ମଧ୍ୟ କରି ପାରିବେନି। ଫେରି ଯାଉଥିବା ବନ୍ଧୁଟି ବାଟରୁ ଲେଉଟି ଆସିବେ।
ବିଛା👉ଆଜି ପରିବହନ, ଶିଳ୍ପ ଓ ବ୍ୟବସାୟ, ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇବା ପାଇଁ ପ୍ରଯନତ୍ କରିବେ। ନିଜ ପରିବାରର ସଦସ୍ୟମାନଙ୍କ ଠାରୁ କିମ୍ବା ସହକର୍ମୀଙ୍କ ତରଫରୁ ସମସ୍ୟା ଆସିପାରେ। ଘରୋଇ ବ୍ୟାପାରରେ ପଡୋଶୀଙ୍କ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ।
ଧନୁ👉କୌଣସି ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ।ଅଫିସରେ ସହକର୍ମୀ ମାନଙ୍କ ସହ ମିଷ୍ଟାଳାପରେ ମାତିରହିବେ ଓ ସମୟ ଅବଶ୍ୟ ଖୁସିରେ କଟିଯିବ। ପିଲାମାନଙ୍କ ଶିକ୍ଷା ଓ ଅନ୍ୟାନ୍ୟ କୃତିତ୍ୱର ସଫଳତାରେ ଆନନ୍ଦ ଅନୁଭବ କରିବେ। ବାଟରେ ଯିବା ସମୟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ।
ମକର👉ଆଜି ଅସାବଧାନତା ହେତୁ ଦ୍ରବ୍ୟ ଓ ଧନହାନି ଘଟି ପାରେ।ପ୍ରିୟ ବନ୍ଧୁଟିର ସାନ୍ନିଧ୍ୟ ଲାଭ କରି ଏକପ୍ରକାର ଅହେତୁକ ଆନନ୍ଦ ଅନୁଭବ କରିବେ। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀମାନେ କାମହାସଲ ସକାଶେ ଆପଣଙ୍କ ସହଯୋଗ ଲୋଡ଼ିପାରନ୍ତି। ବାଣିଜ୍ୟ, ବ୍ୟବସାୟ, ସଭାସମିତି ପ୍ରଭୃତିରୁ ସୁଫଳ ପାଇବେ ।
କୁମ୍ଭ👉ଆଜି ଧନହାନି, ପରିବହନରେ ତର୍କ ବିତର୍କ ଓ ସାଧାରଣ କଥାକୁ କେନ୍ଦ୍ରକରି ବିତର୍କର ସୂତ୍ରପାତ ଘଟିପାରେ। ସାହିତ୍ୟ, ସାମ୍ବାଦିକତା,ଚଳଚ୍ଚିତ୍ର ଓ ରାଜନୀତି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।ନିଜଲୋକ ମାନଙ୍କ ପରୋକ୍ଷ ବିରୁଦ୍ଧାଚରଣ ମନକୁ ବେଶି ବାଧିବ।
ମୀନ👉ଆଜି ମନ ଅସ୍ଥିରରହିବ।କର୍ମକ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି।ପରିସ୍ଥିତିବଶତଃ ଧାରକରଜ କରି ଆବଶ୍ୟକତାକୁ ଚଳାଇନେବାକୁ ବାଧ୍ୟ ହେବେ।ଅନ୍ୟମନସ୍କ ହେତୁ କୌଣସି ଭୁଲ୍‌ କାମ କରିବେ।!!ଜୟ ଜନ୍ନାଥ,ଜୟ ସୋମନାଥ, ଜୟ ମା ଯୋଗମାୟା!!

- Advertisement -

Leave A Reply

Your email address will not be published.