କୁମ୍ଭୀର ସଂରକ୍ଷଣର ୫୦ବର୍ଷ

ଆୟୋଜିତ ହେଲେ କର୍ମଶାଳା

ବାରଙ୍ଗ,୨୦।୬(ଏସଏସନିଉଜ) କୁମ୍ଭୀର ସଂରକ୍ଷଣର ୫୦ ବର୍ଷ ପାଳନ ଅବସରରେ ଓଡିଶାର ପ୍ରକୃତି ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ସୋସାଇଟ ସହଯୋଗରେ ନନ୍ଦନକାନନରେ ଶୁକ୍ରବାର ଦିନ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।କର୍ମଶାଳାରେ ଓଡିଶାର ପ୍ରକୃତି ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ସୋସାଇଟର ସଦସ୍ୟ, ଚିଡ଼ିଆଖାନା କର୍ମଚାରୀ, ପଶୁଚିକିତ୍ସକ, କୁମ୍ଭୀର ରକ୍ଷକ ଓ ଗବେଷକ,ଚିଡ଼ିଆଖାନା ସ୍ୱେଚ୍ଛାସେବୀଙ୍କୁ ନେଇ ସମୁଦାୟ ୬୦ ଜଣ ଅଂଶଗ୍ରହଣ କରିଥିଲେ।ଏଥିରେ ପୂର୍ବତନ ପିସିସିଏଫ୍ ତଥା ବନ୍ୟପ୍ରାଣୀ ସଂରକ୍ଷଣ ସୋସାଇଟ ସଭାପତି ସରୋଜ କୁମାର ପଟ୍ଟନାୟକ ଏବଂ କୁମ୍ଭୀର ବିଶେଷଜ୍ଞ ତଥା ପ୍ରଫେସର ସୁଦର୍ଶନ ମହାରଣା ଯୋଗଦେଇ କୁମ୍ଭୀର ସଂରକ୍ଷଣ,ସୁରକ୍ଷା ଓ ସେମାନଙ୍କ ଅବଶ୍ୟକତାଉପରେ ଆଲୋଚନା କରିଥିଲେ।ଏହି ଅବସରରେ ଏକ ଡକ୍ୟୁମେଣ୍ଟାରୀ ମାଧ୍ୟମରେ ଓଡିଶାରେ ଘରିଆଳ କୁମ୍ଭୀରର ସଂରକ୍ଷଣକୁ ନେଇଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା। ଏହାପରେ ଓଡିଶା ଏବଂ ନନ୍ଦନକାନନରେ କୁମ୍ଭୀର ସଂରକ୍ଷଣରେ ପ୍ରମୁଖ ଭୂମିକା ଥିବା ଜନ୍ତୁରକ୍ଷକ ସଞ୍ଜୟ ଦାଶ, ଅଜୟ ହଂସଦା, ଅଜିତ ସୋରେନ, ପଠାଣି ଜେନା, ଭୁଜରଥ ଦାଶ ଏବଂ ତ୍ରିଲୋଚନ ସାମଲ ଆଦିବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଚିଡ଼ିଆଖାନା ସ୍ୱେଚ୍ଛାସେବୀ ଓ ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ କଲେଜର ଛାତ୍ରଛାତ୍ରୀମାନଙ୍କୁ ନିଆଯାଇ ପରିସରରେ ଥିବା ଘରିଆଲ ଏବଂ ମଗର କୁମ୍ଭୀର ଟାଙ୍କିକୁ ନିଆଯାଇ ସେଠାରେ କିପରି ସେମାନଙ୍କ ଜତ୍ନ,ସୁରକ୍ଷା,ବଂଶବୃଦ୍ଧିପାଇଁ ବ୍ୟବସ୍ଥା ନିଆଯାଉଛି ବୁଝାଇଯାଇଥିଲା ।(ଜିତ ରାଉତଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.