ଭୁବନେଶ୍ବର,୨ା୭(ଏସଏସନିଉଜ) ବୁଧବାର ସନ୍ଧ୍ୟାରେ ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଭୁବନେଶ୍ବରସ୍ଥିତ ଭାରତୀୟ ଜନତା ପାର୍ଟି କାର୍ୟ୍ୟାଳୟରେ ପହଞ୍ଚି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବରିଷ୍ଠ ନେତୃବୃନ୍ଦଙ୍କୁ ଦଳୀୟ କାର୍ୟ୍ୟାଳୟରେ ଭେଟି ଶୃଙ୍ଖଳା କମିଟି ଆଗରେ ନିଜର ମତ ରଖୁଛନ୍ତି। ଏହି ଘଟଣାକୁ ଦୁଖଦାୟକ ଓ ନିନ୍ଦନୀୟ ଓ ମୁଁ ଏହାକୁ କଡ଼ା ଶଦ୍ଦରେ ନିନ୍ଦା କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତିାସେ କହିଛନ୍ତି ରାଜ୍ୟରେ ପ୍ରଶାସନିକ ଅଚଳାବସ୍ଥା ଆଡ଼କୁ ଗତି କରୁଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାକୁ ଯାଉଛି। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ଏବଂ ଆମ ସରକାରର ହିତ ପାଇଁ ମୁଁ ଆଇନକୁ ସମ୍ମାନ ଦେବାସହ ଆଇନ ଅନୁସାରେ ଯାହା କାର୍ୟ୍ୟାନୁଷ୍ଠାନ ନିଆଯିବ, ସେଥିରେ ମୁଁ ସଂପୂର୍ଣ୍ଣ ସହଯୋଗ କରିବି ବୋଲି କହିଛନ୍ତି ।ତେବେ ବିଜେପି କାର୍ୟ୍ୟାଳୟ ସାମ୍ନା ଓ ଖାରବେଳ ନଗର ଥାନାରେ ପୁଲିସ ମୁତୟନ କରାଯାଇଛି।ପ୍ରକାସଥାଉକି, ଗତ ସୋମବାର ଦିନ ବିଏମ୍ସିର ଅତିରିକ୍ତ କମିସନରଙ୍କୁ ମାଡ଼ଘଟଣା ପରେରାଜ୍ୟର ପ୍ରାୟ ୧୭ଟି ଜିଲ୍ଲାରେ ଓଏଏସ୍ ଅଧିକାରୀମାନେ କଲମ ଛାଡ଼ ଆନ୍ଦୋଳନ ଜାରି ରଖିଥିବାବେଳେ ଓଏଏସ୍ ସଂଘ ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି। ବିଜେପି କାର୍ୟ୍ୟାଳୟରେ ଶ୍ରୀ ପ୍ରଧାନ ପହଞ୍ଚିଲା ପରେ କିଛି ବଡ଼ଧରଣର ଘଟଣା ଘଟିବ ବୋଲି ଚର୍ଚ୍ଚା ଜୋର୍ ଧରିଛି।
