ମେଣ୍ଢାଶାଳ,୧୬।୭(ଏସଏସନିଉଜ)ଜଣେ ଯୁବତୀ ଗାଧୋଇବା ବେଳର ଭିଡିଓ କରି ଭାଇରାଲ କରିବା ଅଭିଯୋଗରେ ଚନ୍ଦକା ଥାନା ପୋଲିସ ଜଣେ ଯୁବକକୁ ଗିରଫ କରି ବୁଧବାର କୋର୍ଟଚାଲଣ କରିଛି। ସିଏ ହେଲେ ଚନ୍ଦକାଥାନା ଅଧୀନସ୍ଥ ପାଣିଓରାରେ ରହୁଥିବା କେନ୍ଦ୍ରାପଡ଼ା ରାଜନଗରର କାର୍ତ୍ତିକ ପ୍ରଧାନ ଓରଫ ନିର୍ମଳ(୩୦)।
ପ୍ରକାଶଯେ, କାର୍ତ୍ତିକ ଚନ୍ଦକାଥାନା ଅଞ୍ଚଳର ପାଣିଓରା ଗ୍ରାମରେ ଭଉଣୀ ଘରେ ରହି ଏକ କମ୍ପାନୀରେ କାମ କରନ୍ତି। ଭଉଣୀ ଘର କଡ଼ରେ ରହୁଥିବା ଜଣେ ଯୁବତୀଙ୍କ ପ୍ରତି କିଛିଦିନ ହେବ କାର୍ତ୍ତିକଙ୍କ ମନରେ ମନ୍ଦ ଚିନ୍ତାଧାରା ରହିଥିଲା।ସୁବିଧାଦେଖି ଘର ପଛପାଖ ଗାଧୁଆ ଘରେ ଗାଧୋଉ ଥିବାବେଳେ ଯୁବତୀଙ୍କ ଭିଡିଓ କାର୍ତ୍ତିକ କୌଶଳକ୍ରମେ କରିଥିଲେ।ପରେ ତାଙ୍କର ଜଣେ ବନ୍ଧୁଙ୍କ ନିକଟକୁ ପଠାଇ ଦେଇଥିଲେ ।ମଙ୍ଗଳବାର ସକାଳେ ପୁନର୍ବାର ଯୁବତୀ ଗାଧୋଇବାର ସୁଯୋଗରେ ଲୁଚିକରି କାର୍ତ୍ତିକ ଭିଡିଓ କରୁଥିବା ବେଳେ ଯୁବତୀ ଜଣଙ୍କ ଜାଣି ତାଙ୍କ ବାପାଙ୍କୁ କହିଥିଲେ।ଯୁବତୀଙ୍କ ବାପା ଏହି ଘଟଣା ସମ୍ପର୍କରେ କାର୍ତ୍ତିକଙ୍କୁ ଏନେଇ ପଚାରିବା ସହିତ ପାଖରେ ରଖିଥିବା ଭିଡିଓ ଡ଼ିଲିଟ କରିବା ଲାଗି ଅନୁରୋଧ କରିଥିଲେ । କିନ୍ତୁ କାର୍ତ୍ତିକ ଭିଡିଓ ଡ଼ିଲିଟ କରିବା ପରିବର୍ତ୍ତେ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି କରିଥିଲେ ଏବଂ ଭିଡିଓ ଡ଼ିଲିଟ ପାଇଁ ତାଙ୍କୁ ଟଙ୍କା ମାଗିଥିଲେ ।ତୁରନ୍ତ ସେହି ଭିଡିଓକୁ ସେ ତାଙ୍କ ବନ୍ଧୁଙ୍କ ନିକଟକୁ ପୁନର୍ବାର ପଠାଇ ଦେଇଥିଲେ ବୋଲି ଯୁବତୀଙ୍କ ବାପା ଚନ୍ଦକା ଥାନାରେ ମଙ୍ଗଳବାର କରିଥିବା ଲିଖିତ ଅଭିଯୋଗରେ ଦର୍ଶାଇଥିଲେ। ପୋଲିସ ୨୩୮/୨୫ କେସ ନମ୍ୱରରେ ଏକ ମାମଲା ରୁଜୁକରି ତଦନ୍ତ କରିବା ସହ କାର୍ତ୍ତିକକୁ ବୁଧବାର ଗିରଫକରି ତାଙ୍କ ନିକଟରୁ ତାଙ୍କ ମୋବାଇଲ ଫୋନ ଏବଂ ତାଙ୍କ ବନ୍ଧୁଙ୍କ ମୋବାଇଲଫୋନକୁ ଜବତ କରିଥିଲେ । ପଚରାଉଚରାରୁ କାର୍ତ୍ତିକ ନିଜର ଅପରାଧ ସ୍ଵୀକାର କରିଥିଲେ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)
Prev Post
Next Post
