ଆଜିର ରାଶିଫଳ

ଘରେ ଠାକୁରପୂଜାର ନିୟମ

ଜୁଲାଇମାସ ୧୮ତାରିଖ ୨୦୨୫ମସିହା(ଶୁକ୍ରବାର)ଶ୍ରାବଣମାସ- କୃଷ୍ଣପକ୍ଷ ,ତିଥି- ଅଷ୍ଟମୀ ଦିବା ଘ୦୫/୦୩ଗତେ ନବମୀ ,ନକ୍ଷତ୍ର-ଅଶ୍ଵିନୀ ରାତ୍ରି ଘ୦୨/୫୫ ଗତେ ଦ୍ଵିଜା ,ସୁର୍ୟୋଦୟ-ପ୍ରାତଃ ଘ୦୫/୨୧/୪୮ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୧୫ ,ଯୋଗିନୀ ଐଶାନ୍ୟେ ଦିବା ଘ୦୫/୦୩ ଗତେ ପୂର୍ବେ ,ମେଷରାଶିର ଘାତଚନ୍ଦ୍ର ,ବିଛା,ଧନୁ ଓ ମୀନରାଶିର ଘାତବାର ,ଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କାଳବେଳା ଓ ବାରବେଳା- ଦିବା ଘ୦୮/୩୬ଗତେ ଘ୧୧/୫୨ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା-ପ୍ରାତଃ ଘ୦୬/୫୭ମଧ୍ୟେ ଓ ଘ୦୭/୪୪ ଗତେ ଘ୦୮/୩୫ମଧ୍ୟେ ଓ ଘ୧୨/୩୩ ଗତେ ଘ୦୨/୦୯ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ୧୧/୧୦ଗତେ ଘ୧୨/୦୧ମଧ୍ୟେ ,ଅଦ୍ୟ ଲାଉ ଭକ୍ଷଣ ନିଷେଧ।
ମେଷ-ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ବହୁତ ଶୁଭଙ୍କରୀ ହେବ । ବହୁଦିନରୁ ହଜି ଯାଇଥିବା ବା ଚୋରି ଯାଇଥିବା ଜିନିଷରହଠାତ୍‌ ଖୋଜ ଖବର ପାଇପାରନ୍ତି।
ବୃଷ-ଦାମ୍ପତ୍ୟ କଳହର ଅବସାନ ଘଟିବ ଓ ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ।ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣର ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ। ଆକସ୍ମିକ ଅର୍ଥ ଲାଭହେବ।
ମିଥୁନ-ଆଜି ପିଲାମାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ । ଭଲ ସମ୍ପର୍କ ରହିଥିବା ବନ୍ଧୁଟି ପରିସ୍ଥିତି ଚାପରେ ପଡ଼ି ଦୂରେଇଯିବା କାରଣରୁ ମନରେ ଅସ୍ଥିରତା ସୃଷ୍ଟି ହୋଇପାରେ ।ସାଙ୍ଗଠନିକ କାର୍ୟ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ଜମିଜମା ରେ ରହିଥିବା ସମସ୍ୟା ଦୂରୀଭୂତ ହୋଇଯିବ ।
କର୍କଟ-ଆଜି ସ୍ବାସ୍ଥ୍ୟରେ ଅବନତି ପରିଲକ୍ଷିତ ହେବା ଆଶଙ୍କା ରହିଛି। ଅନାବଶ୍ୟକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ଘରର ବରାଦ ଅନୁଯାୟୀ ଫେରିବା ବାଟରୁ କିଛି ନୂଆ ଜିନିଷ ଘରକୁ ଆଣିପାରନ୍ତି। ସଂଗଠନ ଓ ରାଜନୀତି କ୍ଷେତ୍ରରେ ଶୁଭଫଳ ପାଇବେ।
ସିଂହ-ଆଜି ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ । ସାମାଜିକ ସ୍ତରରେ ନିଜ ଲୋକଙ୍କୁ ମନେଇ କାର୍ୟ୍ୟସାଧନ କରିବେ। ଆଜି ବଜାର ସଉଦା କିଣିବାରେ ସତର୍କ ନ ହେଲେ ଠକାମିରେ ପାଇପାରନ୍ତି। କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହେବେ,
କନ୍ୟା-ଆଜି ଆର୍ଥିକ ଅନଟନ ଜନିତ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ହୋଇପାରନ୍ତି । ଅଟକି ରହିଯାଇଥିବା କାମଟିକୁ ପୂର୍ଣ୍ଣାଙ୍ଗ ରୂପ ଦେବେ । ପାରିବାରିିକ ସମସ୍ୟାର ସମାଧାନ ଘଟିବ, ଏ ଦିଗରେ ଜଣେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ।
ତୁଳା-ଆଜି ପରିବାରରେ ସମସ୍ୟା ବଢ଼ିପାରେ । ବିଭିନ୍ନ ପ୍ରକାର ବାଧାବିଘ୍ନ ଓ ସମସ୍ୟା ଲାଗି ରହୁଥିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ନେଗେଟିଭ୍‌ ଚିନ୍ତାଧାରା ମନକୁ ଆକ୍ରାନ୍ତ କରିବ। ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ।
ବିଛା-କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟିର ଆଶଙ୍କା ରହିଛି । ଆତ୍ମୀୟମାନେ ସମାଲୋଚନା କରିପାରନ୍ତି। ବହୁ ଦିନରୁ ଆଶା କରିଥିବା କାମଟିରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ ବ୍ୟବହାର କରିବା କଷ୍ଟକର ହେବ ସହ ବିଫଳ ହୋଇପାରନ୍ତି ।
ଧନୁ-ଆଜି ଆପଣଙ୍କୁ କୌଣସି ନୀଚ ଜାତିର ବ୍ୟକ୍ତିବିଶେଷ ପରୋକ୍ଷ ଭାବେ ଆକ୍ଷେପ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ ଉଚ୍ଚ ସମ୍ମାନ ଓ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି । ଅସାବଧାନତା କାରଣରୁ କୌଣସି ଜିନିଷ ହରାଇପାରନ୍ତି।
ମକର-ଆଜି ଆକସ୍ମିକଭାବରେ ବନ୍ଧୁମାନଙ୍କ ସହ ଭ୍ରମଣ କରିପାରନ୍ତି । ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ପାରଷ୍ପରିକ ଉତ୍ତମ ବୁଝାମଣା କାରଣରୁ ପାରିବାରିକ ପରିସ୍ଥିତି ଠିକ୍‌ ରହିବ। ବାଣିଜ୍ୟରେ ଆଶା କରୁଥିବା ଫଳ ପାଇବେନାହିଁ ।ବ୍ୟୟ ଅଧିକ ହେବ।
କୁମ୍ଭ-ପାରସ୍ପରିକ ମତଭେଦ କାରଣରୁ ଅଫିସରେ କାମଗୁଡ଼ିକ ଶେଷ ପର୍ୟ୍ୟାୟକୁ ଯିବା ପୂର୍ବରୁ କୌଣସି ଅଘଟଣ ଘଟିପାରେ। ଘରୋଇ କଥାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ ହେବ। ଅର୍ଥୀକକ୍ଷେତ୍ରରେ ସଫଳତା ନିଶ୍ଚିତ ମିଳିବ।
ମୀନ-କର୍ମକ୍ଷେତ୍ରରେ ନିଜର ପ୍ରାଧାନ୍ୟକୁ ଜାହିର କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି। ସତ୍‌ସଙ୍ଗ ପ୍ରତି ମନ ବଳିବ ଏବଂ ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ପାଇବେ। ପରିବହନ, ପ୍ରଶାସନ ସ୍ତରରେ କାର୍ୟ୍ୟ ସାଧନ କିମ୍ବା ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ।
!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

ଘରେ ଠାକୁର ସ୍ଥାପନା କରି ନିତ୍ୟ ଭାବେ ପୂଜା କରିବା ଏକ ଶ୍ରଦ୍ଧା ଓ ଆସ୍ଥାର ପ୍ରତିକ। ଯଦି ଠିକ୍ ନିୟମ ଅନୁସାରେ ଘରେ ଠାକୁରଙ୍କୁ ପୂଜା କରାଯାଏ, ତେବେ ଘର ମଧ୍ୟରେ ସ୍ୱଚ୍ଛତା, ସକାରାତ୍ମକ ଶକ୍ତି ଓ ଶାନ୍ତି ରହିଥାଏ। ଏହି ନିୟମମାନେ ମାନିଲେ ଠାକୁରଙ୍କ ଆଶୀର୍ବାଦ ଘରେ ସର୍ବଦା ରହିବ:-
ପ୍ରତିଦିନ ସକାଳୁ ସର୍ବଦା ସ୍ନାନକରି ପ୍ରଥମେ ଖାଲିପେଟରେ ଠାକୁରଙ୍କୁ ପୁଜାକରିବା ଉଚିତ
ଠାକୁରଙ୍କମନ୍ଦିର କିମ୍ବା ସ୍ଥାନ ସଦା ସ୍ୱଚ୍ଛ ରଖନ୍ତୁ।
ଭଲମନ ଓ ଶ୍ରଦ୍ଧାସହିତ ମନ୍ତ୍ର ପଢ଼ନ୍ତୁ ଓ ଦୀପଧୂପ ଜଳାନ୍ତୁ।
ପୂଜାସମୟରେ ଶାନ୍ତ ଓ ସଂଯମିତ ପରିବେଶ ରଖନ୍ତୁ।
ଠାକୁର ସମ୍ମୁଖରେ ଅପବିତ୍ର ବସ୍ତୁ, ଶବ୍ଦ କିମ୍ବା ଅସଦାଚରଣ କରିବା ଉଚିତ୍ ନୁହେଁ।
ଘରର ଠାକୁରଙ୍କୁ ନୂଆବସ୍ତ୍ର ପିନ୍ଧାଇବା, ନୂଆଫୁଲ ଓ ଫଳଦେଇ ପୂଜାକରିବା ମଧ୍ୟ ଶୁଭ ହୁଏ।
ପ୍ରାର୍ଥନା କରିବା ସମୟରେ ସର୍ବଦା ଆସନଉପରେ ବସି ପୁଜାକରିବା ଉଚିତ
ଠାକୁରଘରକୁ ବୁଧବାରଦିନ ସଫାକଲେ ଘରପାଇଁ ବହୁତ ଭଲହୋଇଥାଏ ଏବଂ ମାଲକ୍ଷ୍ମୀଙ୍କ ଶୁଭଦୃଷ୍ଟି ପଡିଥାଏ
ଗୁରୁବାରରେ ଏବଂ ଏକାଦଶୀରେ ଠାକୁରଘରସଫା କରିବା ଉଚିତନୁହେଁ
ଠାକୁରଙ୍କ ସିଂହାସନ ସଫାକରିବାକୁ ଠାକୁରଙ୍କୁ କାଢି ଏକ ପିତଳଥାଳିରେ ରଖି ସଫାକରିବା ଉଚିତ
ଠାକୁରଙ୍କ ଦୀପଜାଳିବାସମୟରେ ଦୀପତଳେର କିଛି ଅରୁଆଚାଉଳରଖି ଦୀପ ଜାଳିବା ଉଚିତ
ଠାକୁରପୁଜା କରୁଥିବାସମୟରେ ଜଦି କିଏ ଅତିଥି କିମ୍ବା ବ୍ରହ୍ମଣ ଆପଣଙ୍କଘରକୁ ଆସିକି ଡାକନ୍ତି ତେବେ ସେହିଦିନଟି ଆପଣଙ୍କପାଇଁ ବହୁତଶୁଭ ହୋଇଥାଏ ।
ଘରେ ଠାକୁରପୂଜା କେବଳ ଧାର୍ମିକଅନୁଷ୍ଠାନ ନୁହେଁ, ଏହା ଏକ ଆତ୍ମିକଅଭିଯାନ। ଏହି ନିୟମମାନ ମାନି ପୂଜାକରିଲେ ଠାକୁରଙ୍କକୃପା ଘରରେ ସବୁବେଳେ ରହିଥାଏ ଓ ସମସ୍ତଙ୍କଜୀବନରେ ଶାନ୍ତି, ସଫଳତା ଓ ସମୃଦ୍ଧି ଆସେ।

- Advertisement -

Leave A Reply

Your email address will not be published.