ଭୁବନେଶ୍ୱର,୨୮।୭(ଏସଏସନିଉଜ) ପ୍ରାଥମିକବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ଗେରୁଆରଙ୍ଗ ହେବ ।ଆଗରୁ ଥିବା ସବୁଜରଙ୍ଗର ଆଇ-କାର୍ଡ ଏଥର ପରିବର୍ତ୍ତନ ହେବା।୨୦୨୫-୨୬ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆଇ-କାର୍ଡ ପରିବର୍ତ୍ତନ ହେବାକୁ ଯାଉଛି। ଯେଉଁଥିରେ ପିଲାଙ୍କ ନାମ,ଶ୍ରେଣୀ,ଜନ୍ମତାରିଖ, ରୋଲନମ୍ବର ଓ ଫୋନ୍ ନମ୍ବର ରହିବ।ସେଥିରେ ପ୍ରଧାନଶିକ୍ଷକ ବା ଶିକ୍ଷୟିତ୍ରୀଙ୍କ ଦସ୍ତଖତ ରହିବା ନିତାନ୍ତ ଆବଶ୍ୟକ। ବାହାର ପିଲାମାନେ ବିଭିନ୍ନ ସମୟରେ କ୍ୟାମ୍ପସ ଭିତରକୁ ପ୍ରବେଶ କରୁଥିବାରୁ ଆଇକାର୍ଡକୁ ବାଧ୍ୟତାମୂଳକ କରାଯାଇଛି ।ପିଲାମାନେ ସ୍କୁଲକୁ ଆସିବା ସମୟରେ ତାହାକୁ ବେକରେ ଆଇ-କାର୍ଡ ପକାଇ ଆସିବେବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
