ଜୁଲାଇମାସ ୨୯ତାରିଖ୨୦୨୫ମସିହା (ମଙ୍ଗଳବାର)ଶ୍ରାବଣମାସ- ଶୁକ୍ଳପକ୍ଷ,ତିଥି- ପଞ୍ଚମୀ ରାତ୍ରି ଘ୧୨/୧୫ ଗତେ ଷଷ୍ଠୀ,ନକ୍ଷତ୍ର- ଉତ୍ତରା ଫା ରାତ୍ରି ଘ୦୭/୫୦ ଗତେ ହସ୍ତା,ସୁର୍ୟୋଦୟ-ପ୍ରାତଃ ଘ୦୫/୨୫/୨୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୧/୩୨,ଯୋଗିନୀ ଦକ୍ଷିଣେ ରାତ୍ରି ଘ ୧୨/୨୫ ଗତେ ପଶ୍ଚିମେ,ବୃଷରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର,ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, କାଳବେଳା -ଦିବା ଘ୦୨/୦୬ ଗତେ ଘ୦୩/୪୭ ମଧ୍ୟେ,ବାରବେଳା- ଦିବା ଘ୦୬/୫୩ ଗତେ ଘ୦୮/୩୨ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୮/୩୩ ଗତେ ଘ୧୦/୧୩ ମଧ୍ୟେ ଓ ଘ୧୨/ ୩୬ ଗତେ ଘ୦୨/୦୫ ମଧ୍ୟେ ଓ ଘ୦୩/୩୮ ଗତେ ଘ୦୪/୩୭ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି,ଅଦ୍ୟ ବେଲ ଭକ୍ଷଣ ନିଷେଧ।
ମେଷ👉ବ୍ୟବସାୟୀମାନଙ୍କ ପାଇଁ ଆଜିର ଦିନ ଲାଭଦାୟକହେବ।ଆର୍ଥିକଲାଭ ମିଳିବ।ଲମ୍ବାସମୟର ଆର୍ଥିକଆୟୋଜନ ମଧ୍ୟ କରିପାରିବେ।ଶରୀର ଏବଂ ମନ ସୁସ୍ଥ ରହିବ।ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କସହିତ ଆନନ୍ଦରେ ଦିନ କଟିବ।
ବୃଷ👉 ଆକସ୍ମିକ ଧନଲାଭ ଓ ଆର୍ଥିକଅବସ୍ଥାରେ ଉନ୍ନତିଘଟିବ ।ବାଣିଜ୍ୟ,ବ୍ୟବସାୟରେଆୟ ଉତ୍ତମ ହେବ ।କର୍ମରେ ଉନ୍ନତି ଓ ଦରମାରେ କିଛି ବୃଦ୍ଧିଘଟିପାରେ ।ମୂଲ୍ୟବାନଧାତୁ କିମ୍ବା ଭୂମିକ୍ରୟ କରିପାରନ୍ତି ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ମନୋନିବେଶ କରିବେ।ମହିଳାମାନେ ସଞ୍ଚୟ କରିବେ ।
ମିଥୁନ👉କର୍ମରେ ଉନ୍ନତି କରିବାପାଇଁ ଯୋଜନାକରିବେ ଓ ସେଥିରେ ସଫଳହେବାର ସମସ୍ତଦିଗକୁୁ ଅନୁଧ୍ୟାନ କରିବେ।ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମହେବ ।ନୂତନକର୍ମାରମ୍ଭ କିମ୍ବା ନୂତନ ନିୁକ୍ତିର ସମ୍ଭାବନାରହିଛି ।କର୍ମରେଆଗ୍ରହ ଓ ଆନ୍ତରିକତା ବୃଦ୍ଧି ପାଇବ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ସାହ୍ୟା ଓ ସହଯୋଗ ପାଇବେ ।
କର୍କଟ👉ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ କ୍ଷତିପହଞ୍ଚିବ ।କର୍ମରେ ଅସ୍ଥିରତା ଓ ବାଧାବିଘ୍ନ ଏବଂ ଉପରିସ୍ଥ କର୍ମଚାରୀଙ୍କ ରୋଷରଶିକାର ହେବେ ।ବାପାମାଙ୍କ ସ୍ୱାସ୍ଥ୍ୟକୁନେଇ ଚିନ୍ତାଗ୍ରସ୍ତ ହେବେ ଓ ସ୍ୱଜନ ପ୍ରିୟଜନଙ୍କସହ ମତାନ୍ତର କିମ୍ବା ତାଙ୍କଠାରୁ ଅପମାନପାଇପାରନ୍ତି ।ବିଦ୍ୟାର୍ଥୀ,କ୍ରୀଡ଼ାବିତ୍ କର୍ମରେ ଅନାଗ୍ରହୀ ହେବେ ।ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହୋଇପାରେ ।
ସିଂହ👉 ଆଜି କଷ୍ଟହେଲେ ମଧ୍ୟ ବାଣିଜ୍ୟ,ବ୍ୟବସାୟରେ ଆୟ ମଧ୍ୟମହେବ ।କର୍ମରେ ଅନାଗ୍ରହ ଓ ସମସ୍ତକର୍ମରେ ଅଯଥା ବିଳମ୍ବ ପରିଲକ୍ଷିତହେବ ।ପରିସ୍ଥିତି ଖରାପ ନଥିଲେ ମଧ୍ୟ ମନ ଅଶାନ୍ତରହିବ । ବିନାକାରଣରେ ଆଜି ବହୁତବ୍ୟସ୍ତ ରହିବେ ଓ ପରିବାରର କୌଣସିସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଅସ୍ଥିରମନାହେବେ ।ମହିଳାମାନେ ବିଷାଦଗ୍ରସ୍ତ ହେବେ ।
କନ୍ୟା👉ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମହେବ ।କର୍ମରେ ଉନ୍ନତି ଓ ସଫଳତା ପାଇବେ । ମହିଳା ସହକର୍ମୀ ସହୋଗକରିବେ ।ପରିବାରର ସମସ୍ତ ସଦସ୍ୟ ଓ ସହଧର୍ମିଣୀଙ୍କ ସାହାଯ୍ୟ ଏବଂ ସହାନୁଭୂତି ପାଇବେ ।ଘରକରଣା, ଇଲେକ୍ଟ୍ରିକ ସରଞ୍ଜାମ ଓ ବସନଭୂଷଣ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ ଅସ୍ଥିରମନା ହେବେ ।ମହିଳାମାନେ ସ୍ୱାମୀ ଅନୁରକ୍ତା ହେବେ ।
ତୁଳା👉କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂରହେବ ଓ ସହକର୍ମୀଙ୍କ ସହଯୋଗରେ ସମସ୍ତ କର୍ମରେ ସଫଳତା ଏବଂ ପ୍ରଶଂସା ପାଇବେ ।ବାଣିଜ୍ୟ,ବ୍ୟବସାୟ ଠିକ୍ରେ ଚାଲିବ ଓ ଆୟହେବ ।ପୁରାତନ ରୋଗରୁ ଆରୋଗ୍ୟଲାଭ କରିବେ,ଶତ୍ରୁମାନେ ମିତ୍ର ହେବେ ଓ ଋଣମୁକ୍ତ ହେବାପାଇଁ ଚେଷ୍ଟା କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ପ୍ରଶଂସିତ ହେବେ ।ମହିଳାମାନେ ଧାର୍ମିକକାର୍ଯ୍ୟରେ ଆଗ୍ରହୀ ହେବେ।
ବିଛା👉ମାନସମ୍ମାନ ହାନି ଓ ଇତର ଜନଠାରୁ ଅପମାନ ପାଇପାରନ୍ତି ।ମାନସିକ,ପାରିବାରିକ ଅଶାନ୍ତି ଓ କର୍ମସ୍ଥାନରେ ଅପଯଶ ଏବଂ ଅପମାନିତ ହୋଇପାରନ୍ତି । ପୁତ୍ର,କନ୍ୟା ଅବଜ୍ଞା କରିବେ ଓ ତାଙ୍କ କର୍ମକୁ ନେଇ ଚିନ୍ତାଗ୍ରସ୍ତହେବେ ।ବାପାମାଙ୍କ ସହ ମତଭେଦ କିମ୍ବା ତାଙ୍କ ସ୍ୱାସ୍ଥ୍ୟକୁନେଇ ଚିନ୍ତିତହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଅବହେଳା କରିବେ ।ମହିଳାମାନେ ବିଷାଦଗ୍ରସ୍ତ ହେବେ ।
ଧନୁ👉 ଆଜି ବାଦବିବାଦ ଓ ଯାନବାହନ ଆରୋହଣ କାଳରେ ସତର୍କରହିବେ।ବାଣିଜ୍ୟ, ବ୍ୟବସାୟ ରେ କ୍ଷତି ପହଞ୍ଚିବ ।କର୍ମସ୍ଥାନରେ ବାଧାବିଘ୍ନ ଓ ବିବାଦ ସୃଷ୍ଟି ହେବ । ଯାନବାହନରେ କ୍ଷତି ଓ ମୂଲ୍ୟବାନ ପଦାର୍ଥ ନଷ୍ଟ ବା ହଜିପାରେ ।ବନ୍ଧୁବାନ୍ଧବଙ୍କ ସହ ଅପ୍ରିୟତା କିମ୍ବା ମାଲିମକଦ୍ଦମାରେ ପଡ଼ିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଆଳସ୍ୟତା ପ୍ରକାଶକରିବେ । ମହିଳାମାନେ ଉଦର ଯନ୍ତ୍ରଣା ପାଇବେ ।
ମକର 👉ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଭଲହେବ ।କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ ।ନୂତନ କର୍ମାରମ୍ଭ କିମ୍ବା ନୂତନ ନିୁକ୍ତିର ସମ୍ଭାବନାରହିଛି । ପରିବାରର ସମସ୍ତ ସଦସ୍ୟ, ସହକର୍ମୀ ଓ ଭ୍ରାତୃଭଗ୍ନିଙ୍କର ସାହ୍ୟା ଏବଂ ସହଯୋଗ ପାଇବେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ପ୍ରଶଂସିତ ହେବେ ।ମହିଳାମାନେ ଆତ୍ମସନ୍ତୋଷ ଲାଭକରିବେ ।
କୁମ୍ଭ👉 ଆର୍ଥିକକ୍ଷତି ଓ ବ୍ୟବସାୟରେ କ୍ଷତିର ସମ୍ଭାବନା ରହିଛି ।କର୍ମପ୍ରତି ଅନାଗ୍ରହ ହେତୁ ସମସ୍ତ କର୍ମରେ ବାଧାବିଘ୍ନ ଓ କର୍ମରେ ଅସଫଳ ରହିବେ ।ମୂଲ୍ୟବାନ ପଦାର୍ଥ ନଷ୍ଟ ଓ ଚୋରି ଯିବ ।ଧନକୁ ନେଇ ବିବାଦ କିମ୍ବା ମାଲିମକଦ୍ଦମା ହୋଇପାରେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଆଳସ୍ୟତା ପ୍ରକାଶ କରିବେ । ମହିଳାମାନେ ବଦଖର୍ଚ୍ଚିହେବେ ।
ମୀନ 👉 ଆଜି ଆପଣଙ୍କୁ ସୁଖାଦ୍ୟ ,ସୁବସନ ପ୍ରାପ୍ତିହେବ ।ଯଶ,ସମ୍ମାନ ଓ ସାମାଜିକପ୍ରତିଷ୍ଠାରେ ବୃଦ୍ଧିଘଟିବ।ବାଣିଜ୍ୟ, ବ୍ୟବସାୟରେ ଉତ୍ତମ ଆୟ ଏବଂ କର୍ମରେ ଉନ୍ନତି ଓ କର୍ମସ୍ଥାନରେ ପ୍ରଶଂସିତ ହେବେ ।ଲକ୍ଷ୍ମୀଙ୍କର କୃପାରହିବ ।ମାନସିକ,ପାରିବାରିକ ଶାନ୍ତି ଓ ଶାରୀରିକସୁସ୍ଥତା ଲାଭକରିବେ!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

