ଅସହାୟଙ୍କ ପାଇଁ ସାଜିବ ଦେବଦୂତ

ବ୍ରେନ ଆଇକନିକ୍ ଚାରିଟେବୁଲ୍ ଟ୍ରଷ୍ଟ

ଭୁବନେଶ୍ୱର,୧୦।୮(ଏସଏସନିଉଜ)ସାମାଜିକ ଅନୁଷ୍ଠାନ ବ୍ରେନ୍ ଆଇକନିକ୍ ଚାରିଟେବୁଲ୍ ଟ୍ରଷ୍ଟର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସମାଜର ପଛୁଆବର୍ଗର ଲୋକଙ୍କୁ ସଶକ୍ତ କରିବା ସହ ମହିଳା ସଶକ୍ତିକରଣ କ୍ଷେତ୍ରରେ ଆଗାମୀ ଦିନରେ ଏହା କାର୍ଯ୍ୟ କରିବ। ଏଥିସହିତ ମେଧାବୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ କ୍ଷେତ୍ରରେ ସହାୟତା ପ୍ରଦାନ କରିବା ଏବଂ ସେମାନଙ୍କ ଦକ୍ଷିତା ବିକାଶ ପାଇଁ ଆବଶ୍ୟକୀୟ ସହଯୋଗ ଯୋଗାଇ ଦେବ। ଅନୁଷ୍ଠାନ ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାର ସେବା ଆରମ୍ଭ କରିବ।

ଉଦଘାଟନୀ ଉତ୍ସବରେ ଭୁବନେଶ୍ୱର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ପଦ୍ମଶ୍ରୀ ଅଶୋକ ମହାପାତ୍ର, ଏଫ୍ଏମ୍ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ଡ଼ କୁମରବର ଦାସ, ଅତିରିକ୍ତ ସଚିବ ଆଇଏଏସ୍ ଗଣେଶ୍ଵର ଜେନା, ଶିକ୍ଷାବିତ ଡ଼ ବୈରାଗୀ ଚରଣ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏଥିସହିତ ଟ୍ରଷ୍ଟର ସଭାପତି ଶ୍ରୀ ଅଶୋକ କୁମାର ଭୂୟାଁ, ସମ୍ପାଦକ ଡଃ ବିଜୟ କୁମାର ଜେନା ଓ ଉପଦେଷ୍ଟା ଡ଼ ଗିରିଶ ରଞ୍ଜନ ସାହୁ ଉପସ୍ଥିତ ରହିଥିଲେ।

- Advertisement -

Leave A Reply

Your email address will not be published.