ଅଗଷ୍ଟମାସ ୨୦ତାରିଖ ୨୦୨୫ମସିହା(ବୁଧବାର)ଭାଦ୍ରବମାସ- କୃଷ୍ଣପକ୍ଷ ,ତିଥି-ଦ୍ୱାଦଶୀ ଦିବା ଘ୦୨/୩୦ଗତେ ତ୍ରୟୋଦଶୀ ,ନକ୍ଷତ୍ର- ପୁନର୍ବସୁ ରାତ୍ରି ଘ୦୧/୩୪ ଗତେ ପୂଷ୍ୟା ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୧/୪୫ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୦୮/୪୨ ,ଯୋଗିନୀ ନୈରୁତେ ଦିବା ଘ୦୨/୩୦ଗତେ ଦକ୍ଷିଣେ ,କର୍କଟ ରାଶିର ଘାତବାର ,ଦ୍ୱାଦଶୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଓ ତ୍ରୟୋଦଶୀର ପାର୍ବଣଶ୍ରାଦ୍ଧ ,କାଳବେଳା -ଦିବା ଘ୦୮/୪୫ଗତେ ଘ୧୦/୨୨ମଧ୍ୟେ ,ବାରବେଳା- ଦିବା ଘ୧୧/୫୬ଗତେ ଘ୦୧/୩୪ ମଧ୍ୟେ ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୦୬ମଧ୍ୟେ ଓ ରାତ୍ରି ଘ ୦୬/୫୮ଗତେ ଘ୦୯/୨୦ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୪/୨୩ ଗତେ ଘ୦୫/୧୮ ମଧ୍ୟେ ଓ ରାତ୍ରି ଘ୦୯/୨୦ଗତେ ଘ୧୦/୫୫ମଧ୍ୟେ ,ଅଦ୍ୟ ପୋଇ ଭକ୍ଷଣ ନିଷେଧା
ମେଷ:- ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତାକରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ।
ବୃଷ:- ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ୟ୍ୟ କରିପାରନ୍ତି। କାର୍ୟ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।
ମିଥୁନ:-ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। ପ୍ରତ୍ୟେକ କାମ ବିବେକର ସହ କରନ୍ତୁ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ।
କର୍କଟ:-ଆଜି ଆପଣ କିଛି ଖାସ୍ କରିବା ଲାଗି ଦିନଟି ଭଲ ରହିବ। ଅଚାନକ ଧନଲାଭ ହେବ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ପରୀକ୍ଷାରେ ସଫଳତା ମିଳିବାର ସମ୍ଭାବନା ରହିଛି।
ସି˚ହ:-ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟରେ ମନପ୍ରାଣ ଢାଳି କାମ କରିବେ ଏବ˚ ଯଥେଷ୍ଟ ଲାଭ ପାଇବେ। ଅଫିସରେ କୌଣସି ଖୁସି ଖବର ମିଳିବ।
କନ୍ୟା:-ଆଜି ଆପଣ କଷ୍ଟ ମନେ ହେଉଥିବା କାର୍ୟ୍ୟ ସହଜରେ କରିପାରିବେ। ବିଭିନ୍ନ ପ୍ରକାର ଲୋକଙ୍କ ସହିତ ମିଶିବେ। କୌଣସି ବଡ଼ ନେଣଦେଣ କରିପାରନ୍ତି। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।
ତୁଳା:-ଊର୍ଜାର ସ୍ତର ଉଚ୍ଚା ରହିବ। କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ସ˚ପର୍କ ଗଢ଼ିବେ ଯେଉଁଥିରୁ ଭବିଷ୍ୟତରେ ଲାଭ ମିଳିବ। ଅଫିସରେ ବାତାବରଣ ଅନୁକୂଳ ରହିବ। ଆଇନକାନୁନ ମାମଲା ସହଜରେ ସମାଧାନ ହୋଇଯିବ।
ବିଛା:-ସଫଳତା ମିଳିବା ହେତୁ ମହତ୍ତ୍ବାକା˚କ୍ଷାକୁ ବଳ ମିଳିବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍ ଆନନ୍ଦ ପାଇବେ।
ଧନୁ:-ଆପଣ ନିଜକୁ ଖୁବ୍ ଆତ୍ମନିର୍ଭରଶୀଳ ଅନୁଭବ କରିବେ। ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ଓ ଅନୁବନ୍ଧ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ଅଚାନକ ଧନପ୍ରାପ୍ତି ହେବ।
ମକର:-ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ; ଆପଣଙ୍କୁ ସଫଳତା ମିଳିବ। ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ। ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ବଢ଼ିଆ ହେବ। ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇପାରନ୍ତି।
କୁମ୍ଭ:-ସାମାଜିକକାର୍ୟ୍ୟକ୍ରମରେ ଭାଗନେବାର ସୁଯୋଗ ପାଇବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହେବ। ଅଫିସରେ ଉଚ୍ଚ ଅଧିକାରୀଙ୍କରାୟ ନେଇ କାମକରନ୍ତୁ; ଭଲ ଫଳାଫଳମିଳିବ। ପିଲା ଓ ପରିବାର ସହିତ ହସଖୁସିରେ ସମୟ କଟିବ।
ମୀନ:-ଦିନଟି ଆପଣଙ୍କ ପାଇଁ ଖୁବ୍ ଭଲରହିବ।କର୍ମକ୍ଷେତ୍ରରେ ବୀରଙ୍କଭଳି ରହିବେ।ଆପଣଙ୍କ କାମକୁ ପ୍ରବନ୍ଧକର୍ତ୍ତା ପ୍ରଶ˚ସା କରିବେ। ଯିବାକୁ ଥିବା ଯାତ୍ରା କଲ୍ୟାଣକାରୀ ହେବ। ବ୍ୟବସାୟରୁ ପ୍ରଚୁରଲାଭ ମିଳିବ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!
