ଭୁବନେଶ୍ୱର,୨୦।୮(ଏସଏସନିଉଜ)ପାର୍କିଂରେ ଥୁଆ ହୋଇଥିବା ବାଇକ୍ କୁ ଚୋରି କରିନେଇଯିବା ଅଭିଯୋଗ ରେ ନନ୍ଦନକାନନ ଥାନା ପୋଲିସ ବୁଧବାର ଦିନ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରି ତାଠାରୁ ଚୋରି ବାଇକ୍ କୁ ଜବତ କରିଛି।ସିଏ ହେଉଛନ୍ତି ଦାଢା ଭୋଇସାହି ମହାବୀର ଲେନରେ ରହୁଥିବା ଦିଗବିଜୟ ପଟ୍ଟନାୟକ(୪୩)।
ପ୍ରକାଶଯେ, ସୂର୍ଯ୍ୟକାନ୍ତ ନାଥ ନାମକ ବ୍ୟକ୍ତି ନନ୍ଦନକାନନଥାନା ଅନ୍ତର୍ଗତ ରଘୁନାଥପୁରଠାରେ ଥିବା ସ୍କୋଡ଼ାସୋରୁମରେ ଚାକିରୀ କରନ୍ତି ।ମଙ୍ଗଳବାର ଦିନ ସୂର୍ଯ୍ୟକାନ୍ତ
ନିଜ ମୋଟରସାଇକେଲକୁ ଉକ୍ତ ସୋରୁମ୍ କଡ଼ରେ ପାର୍କିଂ କରି ଭିତରେ ଡ୍ୟୁଟି ସମ୍ପାଦନ କରୁଥିଲେ । ରାତି ୮ଟାବେଳେ ସୁଯୋଗ ଦେଖି ଦିଗବିଜୟ କୌଶଳକ୍ରମେ ପୁରୁଣାଗାଡି ଚାବିର ସହାୟତାରେ ମୋଟରସାଇକେଲକୁ ସେଠାରୁ ଚୋରିକରି ନେଇଯାଇଥିଲେ । ମୋଟରସାଇକେଲ ଚୋରୀ ସମ୍ପର୍କରେ ଜଣାପଡ଼ିବା ପରେ ସୂର୍ଯ୍ୟକାନ୍ତ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ୧୯୦/୨୫କେସ ନମ୍ୱରରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା।ଥାନା ଅଧିକାରୀ ଦୟାନିଧି ନାୟକ ଏକ ବିଶ୍ଵସ୍ତସୂତ୍ରରୁ ଖବରପାଇ ବାରଙ୍ଗ ଥାନା ଅନ୍ତର୍ଗତ ବଙ୍ଗାଳୀସାହିରେ ଚଢଉକରି ଦିଗବିଜୟ ପଟ୍ଟନାୟକ ଓରଫ ଲକିଙ୍କୁ କାବୁ କରିବା ସହ ତାଠାରୁ ଚୋରି ମୋଟର ସାଇକେଲକୁ ଜବତ କରିଥିଲେ । ଦିଗବିଜୟଙ୍କ ନାମରେ ପୂର୍ବରୁ ମଧ୍ୟ ଭୁବନେଶ୍ଵରର ବିଭିନ୍ନ ଥାନାରେ ୪ ଗୋଟି ଚୋରୀ ମାମଲା ରହିଥିବା ବେଳେ, କଟକ ସଦରଥାନାରେ ମଧ୍ୟ ଗୋଟିଏ ମାମଲା ରହିଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। (ଜ୍ଞାନଜିତ ପ୍ରଧାନଙ୍କ ରିପୋର୍ଟ)
Prev Post
Next Post
