କଟକ, ୨୦।୮(ଏସଏସନିଉଜ)ବାରଙ୍ଗ ତହସିଲ ଅଂଚଳରେ ଦିନକୁ ଦିନ ବେଆଇନ ଲଘୁ ଖଣିଜଦ୍ରବ୍ୟର ବ୍ୟାପକ ଚୋରା ଚାଲାଣ ହେଉଛି।ଦିନ ରାତି ଏକାକାର କରିଦେଇଛନ୍ତି ମାଫିଆ।ଯାହାର ଜ୍ୱଳନ୍ତ ଉଦାହରଣ ବୁଧବାର ବଢ଼ିଭୋର ସମୟରେ ଦେଖିବାକୁ ମିଳିଛି।ବେଲଗଛିଆ ଗ୍ରାମ ନିକଟରେ ଏକ ବେଆଇନ ବାଲି ବୋଝେଇ ହାଇୱା ଓଲଟି ପଡିଛି।
ପ୍ରକାଶ ଯେ,ବୁଧବାର ବଢ଼ିଭୋର ସମୟରେ ବାରଙ୍ଗ ତହସିଲ ଅନ୍ତର୍ଗତ ବେଲଗଛିଆ ଗ୍ରାମ ପଞ୍ଚାୟତର ଜୟପୁର ଗ୍ରାମମୁଣ୍ଡ କାଠଯୋଡ଼ିନଦୀ ପଠାରୁ
ବେଆଇନ ଭାବେ ବାଲି ଉଠାଇ ଓଡି ୦୨ଏଜେ ୦୫୫୪ ନମ୍ୱର ହାଇୱାଟି ତ୍ରିଶୂଳିଆ ଅଭିମୁଖେ ଆସୁଥିଲା।ଦୃତ ଗତିରେ ଆସୁଥିବା ବେଳେ ବେଲଗଛିଆ ଗ୍ରାମ ନିକଟରେ ଭାରସାମ୍ୟ ହରାଇ
ନଦୀବନ୍ଧ କଡକୁ ଓଲଟି ପଡ଼ିଥିଲା।ଘଟଣାପରେ ଘଟଣାସ୍ଥଳରୁ ଚାଳକ ଫେରାର ହୋଇଯାଇଥିଲା। ସ୍ଥାନୀୟ ଲୋକମାନଙ୍କଠାରୁ ଖବରପାଇ ବାରଙ୍ଗ ଥାନାପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୃଘଟଣାଗ୍ରସ୍ତ ହାଇୱା ଗାଡ଼ିକୁ ଜବତ କରିଛି।(ଜିତ ରାଉତଙ୍କ ରିପୋର୍ଟ)
Prev Post
Next Post
