ମେଣ୍ଢାଶାଳ,୧ା୯(ଏସ୍ଏସ୍ ନିଉଜ) ରାଜଧାନୀ ଉପକଣ୍ଠ ଦାରୁଠେଙ୍ଗ ସତ୍ୟମହିମା ଗୋବିନ୍ଦବାବାଙ୍କ ଗାଦିପୀଠରେ ଭାଦ୍ରବ ଶୁଳ୍କପକ୍ଷ ଷଷ୍ଠି ଓ ସପ୍ତମୀ ଦୁଇଦିନ ନବାନ୍ନଭକ୍ଷଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହିମାଗାଦିରେ ବ୍ରହ୍ମଲୀନ ଜୟକୃଷ୍ଣ ବାବାଙ୍କ ଆଦେଶ ଅନୁସାରେ ସପ୍ତମୀଦିନ ବାବାବ୍ରଜବନ୍ଧୁଙ୍କ ତତ୍ୱବଧାନରେ ନୂଆଧାନ ଚୁଡାରେ ପ୍ରସାଦ ପ୍ରସ୍ତୁତି କରିଥିଲେ । ଗୁଡ଼, ବିଭିର୍ଣ୍ଣ ଫଳ, ଅଦା, ଗୋଲମରିଚ, ଗୁଆଘିଅ, ନଡ଼ିଆ,ଆମ୍ବୁଲ, ଖଟା, ହଳଦୀପିଠା,ରସଗୋଲା,ପୋଡ଼ପିଠା, ଜିଲ୍ଲାପି, ଆଦି ପ୍ରସାଦ ଭାବେ ବଣ୍ଟାହୋଇଥିଲା । ଗାଦିପିଠରେ ଭକ୍ତ ନୂଆଚାଉଳରୁ ପ୍ରସ୍ତୁତ ଅନ୍ନ,ଡାଲମା,ଖଟା, ଓ ଖିରି ମିଠା ପାଇଥିଲେ । ଦାରୁଠେଙ୍ଗ, ଅଳସୁଆ, ଅନ୍ଧାରୁଆ,ଚନ୍ଦକା, ବଡମ୍ବା ଆଦି ଅଂଚଳରୁ ଭକ୍ତମାନେ ଏଥିରେ ସାମିଲ ହୋଇ ଅହୋରାତ୍ର ଭଜନ ଗାନ କରିଥିଲେ । ବ୍ରହ୍ମ ଅବଧୁତ ନକୁଳବାବା, କୈଳାଶବାବା, ଲମ୍ବୋଦରବାବା, ପ୍ରମୋଦବାବା, ସୂର୍ୟ୍ୟମୁଖୀବାବା, ବିକ୍ରମବାବା, ସାଧୁ ମଧୁଦାସ, ସାଧୁ ଚୈତନ୍ୟ ଦାସ, ସାଧୁ ରାମଚନ୍ଦ୍ରଦାସ, ସାଧୁ ବଲଭଦ୍ରଦାସ, ତପନଦାସ, ଭକ୍ତ ନିମାଇଁ ଚରଣଦାସ, ସର୍ବେଶ୍ୱରଜେନା, ରବୀନ୍ଦ୍ର ପାଇକରାୟ, ଗନ୍ଧର୍ବପ୍ରଧାନ, ସନ୍ତୋଷପଟ୍ଟନାୟକ, ସୁରେଶସାହୁ, ବିନୋଦସୁନ୍ଦରାୟ, ପ୍ରଫୁଲ ସାହୁ, ଦାରୁଠେଙ୍ଗ ମହିମା ଭକ୍ତମାନଙ୍କ ଗହଣରେ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ଭଜନ ମଣ୍ଡଳୀ ଗ୍ରାମ ପରିକ୍ରମା କରିଥିଲୋ(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

