ଆଜିର ରାଶିଫଳ

ପଞ୍ଚ ମହତଦାନ

ସେପ୍ଟେମ୍ବରମାସ ୦୨ତାରିଖ ୨୦୨୫ମସିହା (ମଙ୍ଗଳବାର)ଭାଦ୍ରବମାସ- ଶୁକ୍ଳପକ୍ଷ,
ତିଥି- ଦଶମୀ ରାତ୍ରି ଘ୦୩/୫୮ ଗତେ ଏକାଦଶୀ,ନକ୍ଷତ୍ର- ମୂଳା ରାତ୍ରି ଘ୧୦/୩୭ ଗତେ ପୂର୍ବାଷାଢ଼ା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୫/ ୩୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୮/୩୮,ଯୋଗିନୀ ଉତ୍ତରେ ରାତ୍ରି ଘ୦୩/୪୮ ଗତେ ଅଗ୍ନିକୋଣେ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର,
ଦଶମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା -ଦିବା ଘ୦୧/୧୭ ଗତେ ଘ୦୨/୫୦ ମଧ୍ୟେ, ବାରବେଳା- ଦିବା ଘ୦୭/୦୭ ଗତେ ଘ୦୮/୪୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୮/୪୦ ଗତେ ଘ୧୦/୨୨ ମଧ୍ୟେ ଓ ଘ୧୨/୪୫ ଗତେ ଘ୦୧/୧୬ ମଧ୍ୟେ ଓ ଘ୦୩/୧୦ ଗତେ ଘ୦୪/୪୮ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି*ଅଦ୍ୟ କଳମ ଶାଗ ଭକ୍ଷଣ ନିଷେଧ।
ମେଷ:-ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ ।
ବୃଷ :-ସପ୍ତାହରୁ ଚ଼ାଲି ଆସୁଥିବା ସମସ୍ୟା ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ ।ବ୍ୟବସାୟ ବାଣିଜ୍ୟରେ ଆସାତିତ ଲାଭ ହେବ।
ମିଥୁନ:-ପୂର୍ବରୁ ବିରୁଦ୍ଧରେ ଥିବା ନିଷ୍ପତ୍ତି ଏବେ ଆପଣଙ୍କ ସପକ୍ଷରେ ରହିବ । ଏବେ ଆପଣଙ୍କୁ ଆପଣଙ୍କ ଉଦ୍ୟମର ଫଳ ମିଳିପାରିବ । ଶତ୍ରୁ ଅପସରି ଯିବେ । କିନ୍ତୁ ଆପଣ ନିଜ କ୍ରୋଧ ଉପରେ ଅକ୍ତିଆର ରଖିବାକୁ ହେବ । ଏବେ ଖୁସିର ସମୟ ଆସିଗଲାଣି ।
କର୍କଟ:- କିଛି ବ୍ୟକ୍ତିଗତ ସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାରେ ପକାଇଦେବ । ଏହି ସମସ୍ୟା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ । ଏହି ସମସ୍ୟାକୁ ଆପଣ ସାହସର ସହିତ ମୁକାବିଲା କରନ୍ତୁ ଏବଂ ଆପଣଙ୍କୁ ବିଜୟ ସୁନିଶ୍ଚିତ ମିଳିବ ।
ସିଂହ:-ଆଜି ଆପଣ ନିତିଦିନ କାର୍ଯ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚ଼େଷ୍ଟା କରିବେ । ଆପଣ ସେହି କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କର ବହୁତ ଦିନରୁ କରିବାର ଇଚ୍ଛାଥିଲା ।ଯାତ୍ରାକରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ
କନ୍ୟା :-ଅବାଞ୍ଛିତ ଭାବେ ଉଚ୍ଚଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବେ ।ଯଦି ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ କୌଣସିପ୍ରକାରର ସମସ୍ୟା ଦେଖାଯାଏ ତାହେଲେ ନିଜ ଅଧିକାରୀଙ୍କୁ ନିଶ୍ଚିତ ଜଣାନ୍ତୁ ।ତାଙ୍କୁ କାର୍ଯ୍ୟାଳୟର ପରିବେଶଟିକୁ ଭଲ କରିବା କଥା କୁହନ୍ତୁ ।
ତୁଳା :-ଆଜି ବ୍ୟୟବୃଦ୍ଧି ହେଲେହେଁ ଆପଣଙ୍କର ପରିବାର ଲୋକଙ୍କପାଇଁ ଖୁସିରଦିନ ଅଟେ କାରଣ ଆପଣ ଆଜି ସେମାନଙ୍କ ସହିତ ସମୟ କଟାଇବେ । ପରିବାରର ସମସ୍ତେ ଏକହେବାର ଏବେ ସମୟ ଅଟେ ।ବୋଧହୁଏ ଆପଣ ବାହାରକୁ ବୁଲିବାକୁ କିମ୍ବା ଚ଼ଳଚ୍ଚିତ୍ର ଦେଖିବାକୁ ଯାଇପାରନ୍ତି ।
ବିଛା :-ଆପଣ ଆସୁବିଧାରେ ପଡ଼ୁଥିବା ପରିସ୍ଥିତିରୁ ଦୂରେଇ ରୁହନ୍ତୁ ।କୌଣସି ବେକାରକାର୍ଯ୍ୟରେ ପଡ଼ନ୍ତୁ ନାହିଁ ଏବଂ ନିଜର ସକାରାତ୍ମକ ଚ଼ିନ୍ତାଧାରା ବଜାୟ ରଖନ୍ତୁ ।ଯାହା ଆପଣ ହୋଇପାରିବେ ନାହିଁ ତାହା ହେବା ପାଇଁ ଚ଼େଷ୍ଟା କରନ୍ତୁନାହିଁ ।
ଧନୁ:- ଆଜି ଶାରୀରିକକଷ୍ଟ ସହ ଆପଣ ନିଜକୁ କୁସଙ୍ଗରେ ପାଇବେ, ଯଦ୍ୱାରା ଆପଣଙ୍କର ଭାବମୂର୍ତ୍ତି ନଷ୍ଟ ହୋଇପାରେ ।ଏବେ ଆପଣ ସତର୍କହୋଇ ଚାଲନ୍ତୁ ,କାରଣ ମଣିଷ ତାର ସଂଗତିରୁ ହିଁ ଜଣାଯାଏ । କୁସଙ୍ଗଯୋଗରେ ଆପଣ କ୍ଷତି ସହି ପାରନ୍ତି ।
ମକର:- ଆଜିରଦିନ ଆୟ ବର୍ଦ୍ଧକ ସହ ନୂଆ ବନ୍ଧୁ କରିବାର ଦିନଅଟେ ।ସେମାନଙ୍କ ଅନୁଷ୍ଠାନରେ ଭାଗ ନିଅନ୍ତୁ ଏବଂ ନୂଆବନ୍ଧୁ ସୃଷ୍ଟି କରନ୍ତୁ । ଆପଣ କିଛି ନୂଆ ବନ୍ଧୁ କରିପାରିବେ ।କାହାକୁ ବା ଜଣା ଆପଣଙ୍କ ପାଇଁ କୌଣସି ନୂଆ ସୁଯୋଗରଦ୍ୱାର ଖୋଲିପାରେ ।
କୁମ୍ଭ:-ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ଆସାକରିବେ କିନ୍ତୁ ମିଳିପାରିବ ନାହିଁ ।ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ ।ଆପଣଙ୍କର ସବୁ କଥାରେ ବାଧା ରହିବ ଓ ଆକସ୍ମିକ ଅର୍ଥବ୍ୟୟ ହେବାର ଯୋଗରହିଛି
ମୀନ:-ଆଜି ଆପଣ କୌଣସି ସାମାଜିକ ସମାରୋହ ପରେ ନିଜ ଘରକୁ ସଜାଡିବାରେ ଲାଗି ଯିବେ । ଘରକୁ ଠିକ୍ ଠାକ୍ କରନ୍ତୁ ।କିଛି ଆରାମ ମଧ୍ୟ କରନ୍ତୁ ।ଆପଣ ସମାରୋହର ଖୁବ୍ ମଜ୍ଜା ନିଅନ୍ତୁ । କିନ୍ତୁ ନିଜ ଦାୟୀତ୍ୱ ସବୁ ତୁଲାଇବାର ସମୟ ଆଜି ।

କେଉଁଦାନ ଦ୍ବାରା କେଉଁପୂଣ୍ୟ ମିଳିଥାଏ …..
ଦାନଦେବା ଦ୍ୱାରା ଜଣେବ୍ୟକ୍ତିଙ୍କର ପୂଣ୍ୟ ବଢିଥାଏ ବୋଲି ବିଶ୍ୱାସରହିଛି ।ଆଜିକାଲି ଲୋକମାନେ ଦାନର ଅର୍ଥ କହିଲେ କେବଳ ଟଙ୍କାବୋଲି ଭାବୁଛନ୍ତି ।ହେଲେ ଏଭଳି କିଛିଦାନ ଅଛି ଯାହା ମହାନ ଦାନରେ ଗଣାଯାଇଥାଏ ।ସେହିଭଳି ପାଞ୍ଚଟି ମହାନ ଦାନ ଅଛି ଯାହାଦ୍ଵାରା ମନୁଷ୍ୟ ପୂଣ୍ୟଅର୍ଜ୍ଜନ କରିଥାଏ। ତାହା ହେଲା-
୧- ଭୂମିଦାନ,୨- ଗୋ ଦାନ,୩- ଅନ୍ନ ଦାନ,୪- କନ୍ୟା ଦାନ ୫- ବିଦ୍ୟ ଦାନ ।
ଭୂମିଦାନ:-ପୂର୍ବକାଳରେ ରାଜାଙ୍କଦ୍ୱାରା ଯୋଗ୍ୟ ଓ ଶ୍ରେଷ୍ଠ ବ୍ୟକ୍ତିଙ୍କୁ ଭୂମିଦାନ କରାଯାଇଥାଏ । ଭଗବାନ ବିଷ୍ଣୁ ତାଙ୍କ ବାମନ ଅବତାରରେ ଭୂମିଦାନନେଇ ତିନିପାଦରେ ତିନି ଲୋକକୁ ମାପିଥିଲେ ।ତେଣୁ ଭୂମିଦାନ ହେଉଛି ଶ୍ରେଷ୍ଠଦାନ । ଯଦି ବିଦ୍ୟାଳୟ, ଆଶ୍ରମ, ଧର୍ମଶାଳା ଆଦି ଧର୍ମୀୟ ଅନୁଷ୍ଠାନକୁ ଭୂମିଦାନ କରାଯାଏ ତେବେ ତାହାକୁ ମହାନଦାନ କୁହାଯାଏ ।
ଗୋଦାନ:-ଭୂମିଦାନ ଭଳି ଗୋଦାନର ମଧ୍ୟ ଅନେକ ମହତ୍ୱ ରହିଛି ।ପୂରାଣକଥା ଅନୁଯାୟୀ ଯେଉଁ ବ୍ୟକ୍ତି ଗୋଦାନ କରିଥାଏ ତାହାର ପରଲୋକରେ ମଧ୍ୟ କଲ୍ୟାଣ ହୋଇଥାଏ ।ଗୋଦାନ କରିଥିବା ବ୍ୟକ୍ତି ଓ ତାଙ୍କର ପୂର୍ବପୁରୁଷ ଜୀବନଚକ୍ରରୁ ମୁକ୍ତି ପାଆନ୍ତିବୋଲି ବିଶ୍ୱାସ ରହିଛି ।
ଅନ୍ନଦାନ:- ଅନ୍ନଦାନ କରିବା ଏକ ବଡପୂଣ୍ୟକାମ ଅଟେ ।ଏହିଦାନଦ୍ୱାରା ଜଣେ କ୍ଷୁଦାର୍ଥର କ୍ଷୁଦା ମେଣ୍ଟାଯାଇଥାଏ ।ଅନ୍ନଦାନ ଭୋଜନର ଗୁରୁତ୍ୱକୁ ବୁଝାଇଥାଏ ।ଏହା କରିବାଦ୍ୱାରା ନିଜ ମନକୁ ମଧ୍ୟ ଶାନ୍ତି ମିଳିଥାଏ ।
କନ୍ୟାଦାନ:-ସବୁଠାରୁ ଶ୍ରେଷ୍ଠଦାନ ହେଉଛି କନ୍ୟାଦାନ । ସନାତନ ଧର୍ମରେ କନ୍ୟା ଦାନକୁ ସବୁଠାରୁ ଉପରେ ରଖାଯାଇଥାଏ ।ଏହି ଦାନ କରିବାଦ୍ୱାରା ମାତାପିତା ଅନେକ ପୂଣ୍ୟଅର୍ଜନ କରିଥାଆନ୍ତି ।
ବିଦ୍ୟାଦାନ:-ବିଦ୍ୟାଦାନରେ ମଣିଷର ବିଦ୍ୟା ଆହୁରି ବଢିଥାଏ ।ଏହିଦାନ କରିବାଦ୍ୱାରା ବ୍ୟକ୍ତିଙ୍କପାଖରେ ବିବେକଶୀଳତା ଓ ବିନୟଗୁଣରେ ବୃଦ୍ଧି ଘଟିଥାଏ ।ଭାରତୀୟ ସଂସ୍କୃତିରେ ବହୁ ପୂରାତନକାଳରୁ ଗୁରୁ- ଶିଷ୍ୟପରମ୍ପରା ରହିଛି ।ଯେଉଁଥିରେ ବିଦ୍ୟାଦାନର ପରମ୍ପରା ରହିଛି । ତେଣୁ ବିଦ୍ୟାଦାନ ମହାନଦାନ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

- Advertisement -

Leave A Reply

Your email address will not be published.