ଆଉ ନାହାନ୍ତି ପବିତ୍ର…

ସମାଜସେବୀଙ୍କ ଅକାଳ ବିୟୋଗ

କଟକ,୩।୯(ଏସଏସନିଉଜ) ବାରଙ୍ଗ ବ୍ଲକ୍ ଅନ୍ତର୍ଗତ କୁହ୍ନେଇଁପଡ଼ା ଗ୍ରାମପଞ୍ଚାୟତର ଫକିରପଡା ଗ୍ରାମର ସମାଜସେବୀ ପବିତ୍ର ମୋହନ ସାହୁ(୪୬)ଙ୍କର ବୁଧବାର ସକାଳେ ଅକାଳ ବିୟୋଗ ଘଟିଛି।ତାଙ୍କର ବିୟୋଗରେ ବାରଙ୍ଗ ଅଂଚଳରେ ଶୋକର ଛାୟ ଖେଳିଯାଇଛି।କଳାସଂସ୍କୃତି ପରମ୍ପରାରକୁ ନେଇ ବାରଙ୍ଗ ଅଞ୍ଚଳରେ ଗଢ଼ିଉଠିଥିବା ବିଭିନ୍ନ ଅନୁଷ୍ଠାନ ସହ ସେ ଜଡ଼ିତ ଥିଲେ।ତାଙ୍କର ନମ୍ରଭାବ ପାଇ ସେ ବେଶ୍ ସମସ୍ତଙ୍କ ପାଖରେ ଆପଣାର ହୋଇପାରିଥିଲେ। ସେ ଦୀର୍ଘଦିନ ହେବ ବୃକକ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ବୁଧବାର ଭୋରସମୟରେ ତାଙ୍କର ଶରୀରରେ ଅସୁସ୍ଥତା ଅନୁଭବ କରିବାରୁ ପରିବାରଲୋକ କଟକ ବଡ଼ ଡ଼ାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ଡ଼ାକ୍ତର ପବିତ୍ରଙ୍କୁ ମୃତ ଘୋଷଣା କରିଥିଲେ।ତାଙ୍କର ମରଶରୀରକୁ ଗ୍ରାମ ପରିକ୍ରମା କରାଯାଇ ପୁରୀ ସ୍ବର୍ଗଦ୍ଵାରରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା।ବହୁ ମାନ୍ୟଗଣ୍ୟ ଲୋକ ଆସି ତାଙ୍କ ଫକିରପଡାସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ।

- Advertisement -

Leave A Reply

Your email address will not be published.