ଭଦ୍ରକ,୯।୯(ଏସଏସନିଉଜ)ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି।ବ୍ୟାନର୍ ମରାକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଛି।କଲେଜ୍ ଗେଟ୍ ଆଗରେ ଗୋଟିଏ ଗୋଷ୍ଠୀ ପକ୍ଷରୁ ଧାରଣା ଦିଆଯାଇଥିବା ବେଳେ ବିଜୁ ଛାତ୍ର ଜନତାଦଳ ପକ୍ଷରୁ ଟାୟାର୍ ଜାଳି ବିକ୍ଷୋଭ କରାଯାଇଛି।ଉତ୍ତେଜନା ଦୃଷ୍ଟିରୁ ଘଟଣାସ୍ଥଳରେ ଟାଉନ୍ ଥାନା ପୋଲିସ ମୃତାୟନ୍ ରହିଛି।
