ସେପ୍ଟେମ୍ବରମାସ୧୧ତାରିଖ୨୦୨୫ମସିହା(ଗୁରୁବାର)ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ଚତୁର୍ଥୀ ଦିବା ଘ୧୨/୫୧ ଗତେ ପଞ୍ଚମୀ,ନକ୍ଷତ୍ର- ଅଶ୍ଵିନୀ ଦିବା ଘ୦୨/୪୧ ଗତେ ଦ୍ଵିଜା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୭/୪୫,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୫୦/୪୩, ଯୋଗିନୀ ନୈଋତେ ଦିବା ଘ୧୨/୫୧ଗତେ ଦକ୍ଷିଣେ,ମେଷରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର,ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଓ ଚତୁର୍ଥୀର ଏକୋଦିଷ୍ଟଶ୍ରାଦ୍ଧ ମହାଳୟାବିଧିରେ ହେବ,କାଳବେଳା ଓ ବାରବେଳା- ଦିବା ଘ୦୨/୪୨ ଗତେ ଘ୦୫/୪୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ରାତ୍ରି ଘ ୧୨/୧୩ ଗତେ ଘ୦୨/୩୮ ମଧ୍ୟେ, ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୭/୧୩ ମଧ୍ୟେ ଓ ଘ ୧୦/୨୩ ଗତେ ଘ୧୨/୪୭ମଧ୍ୟେ,ଅଦ୍ୟ ମୂଳା ଦିବା ଘ୧୨/୫୧ ଗତେ ବେଲ ଭକ୍ଷଣ ନିଷେଧ।
ମେଷ:- ମନରେ ଧାର୍ମିକଭାବନା ଉଦୟ ହେବ।ବିନାସ୍ବାର୍ଥରେ ଅନ୍ୟର ସହାୟତାକରି ଖୁସି ଅନୁଭବକରିବେ।କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ।ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ।
ବୃଷ:- ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁରବାତାବରଣରହିବ।ଘରେ ପୁଣ୍ୟକାର୍ୟ୍ୟ କରିପାରନ୍ତି।କାର୍ୟ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁମିଳିବ।ଅଫିସ୍ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।
ମିଥୁନ:- ଆପଣଙ୍କ ମନରେ ବିଭିନ୍ନପ୍ରକାର ଚିନ୍ତା ଉତ୍ପନ୍ନହେବ।ପ୍ରତ୍ୟେକକାମ ବିବେକର ସହ କରନ୍ତୁ।ଆର୍ଥିକସ୍ଥିତିରେ ସୁଧାର ଆସିବ।ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ।
କର୍କଟ:-ଆଜି ଆପଣକିଛି ଖାସ୍ କରିବାଲାଗି ଦିନଟି ଭଲରହିବ।ଅଚାନକ ଧନଲାଭ ହେବ।ସରକାରୀଚାକିରିଆଙ୍କୁ ଖୁସିଖବର ମିଳିବ।ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ପରୀକ୍ଷାରେ ସଫଳତାମିଳିବାର ସମ୍ଭାବନା ରହିଛି।
ସି˚ହ:-ଧାର୍ମିକଆୟୋଜନରେ ଆପଣଙ୍କୁ ସେବାକରିବାର ଅବସରମିଳିବ। ବ୍ୟବସାୟରେ ମନପ୍ରାଣଢାଳି କାମକରିବେ ଏବ˚ ଯଥେଷ୍ଟ ଲାଭପାଇବେ।ଅଫିସରେ କୌଣସି ଖୁସି ଖବର ମିଳିବ।
କନ୍ୟା:- ଆଜି ଆପଣ କଷ୍ଟ ମନେ ହେଉଥିବାକାର୍ୟ୍ୟ ସହଜରେ କରିପାରିବେ।ବିଭିନ୍ନ ପ୍ରକାର ଲୋକଙ୍କ ସହିତମିଶିବେ।କୌଣସି ବଡ଼ନେଣଦେଣ କରିପାରନ୍ତି।ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।
ତୁଳା:-ଊର୍ଜାରସ୍ତର ଉଚ୍ଚା ରହିବ।କୌଣସି ଅଜଣାବ୍ୟକ୍ତିଙ୍କ ସହିତ ସ˚ପର୍କ ଗଢ଼ିବେ ଯେଉଁଥିରୁ ଭବିଷ୍ୟତରେଲାଭ ମିଳିବ।ଅଫିସରେ ବାତାବରଣ ଅନୁକୂଳରହିବ। ଆଇନକାନୁନ ମାମଲା ସହଜରେ ସମାଧାନ ହୋଇଯିବ।
ବିଛା:- ସଫଳତା ମିଳିବାହେତୁ ମହତ୍ତ୍ବାକା˚କ୍ଷାକୁ ବଳମିଳିବ।ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରାହୋଇପାରେ।ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍ ଆନନ୍ଦ ପାଇବେ।
ଧନୁ:- ଆପଣ ନିଜକୁ ଖୁବ୍ ଆତ୍ମନିର୍ଭରଶୀଳ ଅନୁଭବ କରିବେ।ବ୍ୟବସାୟପାଇଁ ନୂଆ ପ୍ରସ୍ତାବ ଓ ଅନୁବନ୍ଧପାଇବେ। ରାଜନୀତି କ୍ଷେତ୍ରରେଥିବା ବ୍ୟକ୍ତିଙ୍କୁ ସମ୍ମାନମିଳିବ। ଅଚାନକ ଧନପ୍ରାପ୍ତି ହେବ।
ମକର:- ପିତାଙ୍କ କହିବାମାର୍ଗରେ ଚାଲନ୍ତୁ; ଆପଣଙ୍କୁ ସଫଳତାମିଳିବ।ସମାଜରେ ଆପଣଙ୍କର ମାନସମ୍ମାନବଢ଼ିବ।ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବଅପେକ୍ଷା ବଢ଼ିଆ ହେବ। ଛାତ୍ରମାନେ ନୂଆଗତିବିଧିରେ ସାମିଲ ହୋଇପାରନ୍ତି।
କୁମ୍ଭ:-ସାମାଜିକ କାର୍ୟ୍ୟକ୍ରମରେ ଭାଗନେବାର ସୁଯୋଗ ପାଇବେ।ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କସ୍ଥାପନ ହେବ। ଅଫିସରେ ଉଚ୍ଚଅଧିକାରୀଙ୍କ ରାୟନେଇ କାମକରନ୍ତୁ; ଭଲ ଫଳାଫଳମିଳିବ। ପିଲା ଓ ପରିବାର ସହିତ ହସଖୁସିରେ ସମୟ କଟିବ।
ମୀନ:-ଦିନଟି ଆପଣଙ୍କପାଇଁ ଖୁବ୍ ଭଲରହିବ।କର୍ମକ୍ଷେତ୍ରରେ ବୀରଙ୍କଭଳି ରହିବେ।ଆପଣଙ୍କକାମକୁ ପ୍ରବନ୍ଧକର୍ତ୍ତା ପ୍ରଶ˚ସାକରିବେ।ଯିବାକୁଥିବା ଯାତ୍ରା କଲ୍ୟାଣକାରୀ ହେବ।ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।
ଶ୍ରାଦ୍ଧ ପୂର୍ବଦିନ ଓ ଶ୍ରାଦ୍ଧ ଦିନରେ କଣସବୁ କର୍ତ୍ତାର କର୍ତ୍ତବ୍ୟ…
ପୁରାଣପୃଷ୍ଟ କହେ:-ଶ୍ରାଦ୍ଧ ପୂର୍ବଦିନ ବେଳା ହବିଷ୍ୟାନ୍ନ ଭୋଜନ କରି ବ୍ରହ୍ମଚର୍ୟ୍ୟ (ତୈଳ, ସ୍ତ୍ରୀ, ମତ୍ସ୍ୟ,ମାଂସାଦି ବର୍ଜନ) ନିୟମପାଳନ କରିବେ , ଶ୍ରାଦ୍ଧପୂର୍ବ ଦିନ ଶ୍ରାଦ୍ଧୀୟ ବ୍ରାହ୍ମଣ ନିମନ୍ତ୍ରଣ କରି ଶ୍ରାଦ୍ଧ ଆୟୋଜନ କରିବ. କର୍ତ୍ତା କ୍ରୋଧହୀନ ନହୋଇ ଶ୍ରାଦ୍ଧ କରିବେ, ବିଷ୍ଟର ବସାଇବ କିମ୍ବା ସାଳଗ୍ରାମ ବସାଇବ ସାଳଗ୍ରାମ ଶ୍ରାଦ୍ଧରେ ତିନିଟି ଗୟାଶ୍ରାଦ୍ଧର ଫଳଲାଭ ହୁଏା ଶ୍ରାଦ୍ଧକାଳରେ ଦେବତା ଏବଂ ପିତୃମାନେ ବାୟୁରୁପରେ ଆସି ଶ୍ରାଦ୍ଧ ବ୍ରାହ୍ମଣଦେହରେ ରହି ଶ୍ରାଦ୍ଧୀୟସାମଗ୍ରୀ ଗ୍ରହଣକରନ୍ତିାଏହି ଶ୍ରାଦ୍ଧ ସମସ୍ତ ଦେବ,ଅସୁର,ନାଗ,ଗନ୍ଧର୍ବ,ଯକ୍ଷ ,ରାକ୍ଷାସପିଶାଚ, ଗୃହ୍ୟକ,ସିଦ୍ଧ,କୁଷ୍ମାଣ୍ଡଗଣ,ବୃକ୍ଷ,ପକ୍ଷୀ,ଜଳଚର,ଭୁଚର ,ବାୟୁଆହାରୀ,ସମସ୍ତ ଜନ୍ତୁ ଶୀଘ୍ର ତୃପ୍ତିଲାଭ କରନ୍ତି ।

ଶ୍ରାଦ୍ଧଦିନ ଅତିଥି ବିଚାର:-ଶ୍ରାଦ୍ଧରେ ଯତି (ସନ୍ୟାସି)ବ୍ରହ୍ମଚାରି ,ତପସ୍ବୀ,ଶ୍ରୋତ୍ରୀୟ, କର୍ମିଷ୍ଠ,ଏବଂ ସଂସାରବିରାଗୀ ଭିକ୍ଷୁକ ପ୍ରଭୃତି କେହି, ଶ୍ରାଦ୍ଧୀୟ ବ୍ରାହ୍ମଣମାନଙ୍କ ଶ୍ରାଦ୍ଧରେ ଉପବେଶନପରେ ଭୋଜନପାଇଁ ଉପସ୍ଥିତହେଲେ ସୋମାନଙ୍କୁ ଅନ୍ନପାନାଦିରେ ପୂର୍ଣ୍ଣ ସନ୍ତୁଷ୍ଟ କରିବାକୁହେବ ।ବିଶେଷତଃ ବ୍ରହ୍ମଚାରୀ ସହିତ ଯତିଙ୍କୁ ପ୍ରଥମେ ଭୋଜନ ଦେବାକୁ ହେବ ।ସହସ୍ର ଗୃହସ୍ଥ ଅପେକ୍ଷା ଯତି ଶ୍ରେଷ୍ଠ ଅଟନ୍ତିା ବ୍ରହ୍ମଣ ନାରାୟଣ ସ୍ବରୂପେ ହେଉଥିବାରୁ ଶ୍ରାଦ୍ଧରେ ବ୍ରହ୍ମଣଭୋଜନ ଆବଶ୍ୟକା ବ୍ରହ୍ମଣଭୋଜନରେ ପିତୃମାନେ ଅଶେଷ ତୃପ୍ତି ଲାଭ କରନ୍ତି ।ବ୍ରହ୍ମଣ ମୁଖେ ଆହାର ସକଳ ରିଷ୍ଠରୁ ପାରହୁଏା ଶ୍ରାଦ୍ଧ ଦିନ ଅତିଥି ସତ୍କାର ନିତାନ୍ତ ଆବଶ୍ୟକ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

