ଲୁଚାଇ ଆଣୁଥିଲେ ଆସ୍କାଫଟି ,ଧରିଲା ପୋଲିସ

ଜଟଣୀ,୧୧।୯(ଏସଏସନିଉଜ) ଏଏସଆଇ ରାଜୀବ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ ଆଧାରରେ ୪୨୪/୨୫କେସ ନମ୍ୱରରେ ଏକ ମାମଲା ଜଟଣୀଥାନାରେପଞ୍ଜିକୃତ ହୋଇ ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତ ସମୟରେ, ଅଭିଯୁକ୍ତ କାହ୍ନୁଚରଣ ବେହେରାଙ୍କୁ ଗିରଫ କରାଯାଇ ଗୁରୁବାର କୋର୍ଟଚାଲାଣ କରାଯାଇଛି।
ବିଶ୍ୱସ୍ତସୂତ୍ର ସୂଚନା ଆଧାରରେ, ଏଏସଆଇ ରାଜୀବ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ପୋଲିସଟୀମ ଖୁଦୁପୁର ଛକ ନିକଟରେ ଦୃତଗତିରେ ଆସୁଥିବାଏକ ଅଶୋକ ଲେଲ୍ୟାଣ୍ଡ ବଡ଼ ଗାଡ଼ିକୁ ଅଟକାଇଥିଲେ। ଚାଲକ କାହ୍ନୁ ଗାଡ଼ିଟି ନିଜର ବୋଲି କହିଥିଲେ।ପୋଲିସ ତଲାସି ସମୟରେ ଗାଡ଼ି ଭିତରେ ଅସ୍କା-୪୦ ମଦ ଥିବା ୪୦୦ କାର୍ଟନ୍ ମିଳିଥିଲା। ପ୍ରତ୍ୟେକ କାର୍ଟନ୍ ରେ ୨୦୦ ମିଲିର ୨୫ଟି ବୋତଲ ଥିଲା, ଯାହାର ପରିମାଣ ୨୦୦୦ ଲିଟର। ଯାଞ୍ଚରୁ କାହ୍ନୁ ବାଘମାରୀ-ବେଗୁନିଆ ପାଇଁ ଜାରି ହୋଇଥିବା ଏକ ସରକାରୀ ପରିବହନ ପାସ୍ ଦେଖାଇଥିଲେ, କିନ୍ତୁ କୌଣସି ବୈଧ କାରଣ ବିନା ସେ ଜଟଣୀ ରୋଡଦେଇ ପରିବହନ କରୁଥିବାର ଧରାପଡ଼ିଥିଲେ । ପଚରାଉଚରା ପରେ ସେ ବେଆଇନ ଭାବରେ କୋଣାର୍କ ଅଞ୍ଚଳକୁ ଚାଲାଣ କରୁଥିବା ନେଇ ନିଜର ଅପରାଧ ସ୍ଵୀକାର କରିଥିଲେ। ଅଧିକ ତଦନ୍ତ ପାଇଁ ଖୋର୍ଦ୍ଧା ଟାଉନ୍ ଥାନା ଅଧୀନସ୍ଥ ମୁକୁନ୍ଦପ୍ରସାଦ ପୋଖରୀ ସାହିର କାହ୍ନୁଚରଣ ବେହେରା(୩୩)ଙ୍କୁ ବେଆଇନ ଜବତ ସାମଗ୍ରୀ ସହିତ ଜଟଣୀଥାନାକୁ ଅଣାଯାଇ ଥିଲା ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

- Advertisement -

Leave A Reply

Your email address will not be published.